ଟିଭି ରେ ଶକ୍ତିମାନ ଓ ମହାଭାରତ ର ଭୀଷ୍ମ ପିତାମହ ଙ୍କ ଚରିତ୍ର କରିଥିବା ଲୋକପ୍ରିୟ ଅଭିନେତା ମୁକେଶ ଖାନ୍ନା ସାଧାରଣତଃ ବିଭିନ୍ନ ଗମ୍ଭୀର ଘଟଣା କୁ ନେଇ ନିଜର ବୟାନ ଦେଇ ଥାଆନ୍ତି । ବର୍ତ୍ତମାନ୍ ମୁକେଶ ଖାନ୍ନା ରାଜ୍ କୁଂଦ୍ରା ଙ୍କୁ ପର୍ନୋଗ୍ରାଫି ମାମଲା ରେ ଶିଳ୍ପା ଶେଟ୍ଟି ଙ୍କୁ କଠିନ ଭାବରେ ସମାଲୋଚନା କରିଛନ୍ତି ।
ଜଣାପଡିଛି ଯେ ପୋଲିସ ଓ କ୍ରାଇମ୍ ବ୍ରାଞ୍ଚ ଅଶ୍ଳୀଳ ଚଳଚ୍ଚିତ୍ର ପ୍ରସ୍ତୁତ କରିବା ମାମଲାରେ ଓ ତାକୁ ପ୍ରସାରିତ କରିବା ମାମଲାରେ ଜୁଲାଇ ୧୯ ତାରିଖ ଦିନ ଶିଳ୍ପା ସେଟି ଙ୍କ ସ୍ବାମୀ ରାଜ କୁନ୍ଦ୍ରା ଙ୍କୁ ଗିରଫ କରିଥିଲେ । ଏହାପରେ ଯେଉଁଠାରେ କିଛି ଲୋକ ଅଭିନେତ୍ରୀ ଙ୍କୁ ସମର୍ଥନ କରୁଛନ୍ତି ଆଉ କିଛି ଲୋକ ଶିଳ୍ପା ଙ୍କୁ ନେଇ ଆଶ୍ଚର୍ଯ୍ୟ ହେଉଛନ୍ତି । ସମସ୍ତ ଙ୍କ ମନରେ ଗୋଟିଏ ପ୍ରଶ୍ନ କିପରି ଶିଳ୍ପା ଏହି ବିଷୟରେ କିଛି ଜାଣି ପାରିଲେ ନାହିଁ । ଏହି ଭଳି କିଛି ପ୍ରଶ୍ନ ମୁକେଶ ଖାନ୍ନା ଙ୍କ ମନରେ ମଧ୍ୟ ଗଢି ଉଠିଛି ।
ଗୋଟିଏ ନ୍ୟୁଜ ପୋର୍ଟାଲ୍ ସହିତ କଥା ହୋଇ ମୁକେଶ ଖାନ୍ନା ଦାବି କରିଛନ୍ତି ଯେ ଆଗ କାଳରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଅଧିକ କଥାବାର୍ତ୍ତା ହେଉ ନଥିଲା , କିନ୍ତୁ ଆଜି କାଲିର ପତ୍ନୀ ମାନେ ସବୁ ଜାଣନ୍ତି । ତେଣୁ ଶିଳ୍ପା ଙ୍କୁ ମଧ୍ୟ ଏହି ବିଷୟରେ ୧୨୦% ସବୁ ଜଣା । ମୁଁ ଏହା କହୁ ନାହଁ ଯେ ଏହି ମାମଲାରେ ତାଙ୍କର ସବୁ ଦୋଷ । କିନ୍ତୁ ଯଦି ସେ ସଚ୍ଚୋଟ ଅଟନ୍ତି ଓ ସ୍ଵାମୀଙ୍କ ବିଷୟରେ କିଛି ଜାଣିଛନ୍ତି ତେବେ ତାଙ୍କୁ କହିବା ଆବଶ୍ୟକ ।
ସେ ଆହୁରି ମଧ୍ୟ କହିଛନ୍ତି ଯଦି ଏହି ମାମଲାରେ ଶିଳ୍ପା ପାଟି ଖୋଲିବେ ତେବେ ଆଡ଼ଲଟ୍ ଇଣ୍ଡଷ୍ଟ୍ରି ବନ୍ଦ୍ ହୋଇଯିବ । ମୁମ୍ୱାଇ କ୍ରାଇମ୍ ବ୍ରାଞ୍ଚ କିଛିଦିନ ପୂର୍ବରୁ ଶିଳ୍ପା ଓ ରାଜ୍ ଙ୍କର୍ ଯୁହୁ ସ୍ଥିତ ଘରେ ଚଢ଼ାଉ କରିଥିଲେ ଓ ସେହି ସମୟରେ ତାଙ୍କୁ କାନ୍ଥ ଭିତରେ ଗୋଟିଏ ଆଲମାରୀ ଲୁଚି ରହିଥିବାର ଦେଖିବାକୁ ମିଳିଥିଲା । ଶିଳ୍ପା ଙ୍କୁ ପଚରା ଯିବାରୁ ସେ କହିଥିଲେ ତାଙ୍କୁ ଏ ବିଷୟରେ କିଛି ଜଣା ନାହିଁ ଓ ତାଙ୍କ ସ୍ଵାମୀ ନିର୍ଦ୍ଦୋଷ ବୋଲି କହିଥିଲେ ।
Comments are closed.