Odisha news

କୋହଳ ନାମରେ ଭାଙ୍ଗିଦେଲେ ଲକଡାଉନ ନିତୀ ନିୟମ ୨୪ ଦୋକାନକୁ ବଳ ପୂର୍ବକ ବନ୍ଦକଲା ପ୍ରଶାସନ

0

ରାୟଗଡା :  କୋହଳ ନାମରେ ଭାଙ୍ଗିଦେଲେ ଲକଡାଉନ ନିତୀ ନିୟମ ୨୪ ଦୋକାନକୁ ବଳ ପୂର୍ବକ ବନ୍ଦକଲା ପ୍ରଶାସନ । ଲକଡାଉନ କୋହଳ ହେଲା ଭାବି ସବୁ ବ୍ୟବସାୟୀକ ପ୍ରତିଷ୍ଠାନ ଲକଡାଉନ ନିୟମକୁ ଖଲାଖୋଲି ଭାଙ୍ଗିବାକୁ ଲାଗିପଡିଲେ ୨୦ ତାରିଖ ସକାଳୁ ସକାଳୁ ରାୟଗଡ଼ା ସହରର ସମସ୍ତ ଦୋକାନ ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲାରହିଥିବା ଦେଖିବାକୁ ମିଳିଲା । କେନ୍ଦ୍ର ସରକାର ହେଉବା ରାଜ୍ୟ ସରକାରଙ୍କ ଲକଡ଼ାଉନ ନିୟମ ଭିତରେନଥିବା ଉପଲଧ୍ୱିକରି ଜିଲ୍ଲା ପ୍ରସାଶନ ଓ ଜିଲା ପୋଲିସ ପ୍ରସାଶନ ରାସ୍ତା ଉପରକୁ ଆସିବା ପାଇଁ ବାଧ୍ୟ ହୋଇଥିଲେ । ଦୋକାନ ଦୋକାନ ବୁଲି ଲୋକଙ୍କୁ ବୁଝାଇବା ସହ କିଛି ଅମାନିଆ ୨୪ଟି ଦୋକାନକୁ ବଳପୂର୍ବକ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଥିବା ଦେଖିବାକୁ ମିଳିଛି ।

ଯଦି ଏଭଳି ଅବ୍ୟବସ୍ଥା ଚାଲେ ତାହାହେଲେ ହାତ ପାହାନ୍ତରେ କରୋନା ମାଢିଆସିବ ବୋଲି ବୁଦ୍ଧିଜୀବି କହିଛନ୍ତି ।
ଜିଲ୍ଲାରେ ପୂର୍ବପରି ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ଗ୍ୟାସ ବିତରଣ,ଆମିଷ ବଜାର, ଫଳ ବଜାର, ଗ୍ରୋସରୀ ଦୋକାନ ଖୋଲା ରହିଥିବା ବେଳେ ନୂତନ ନିୟମ ଅନୁଯାୟୀ ସାର, ନିର୍ମାଣ ଯନ୍ତ୍ରାଂଶ, ସିମେଟଂ, ଲୁହା ଛଡ, ପାଇପ, ମେସନାରୀ ଯନ୍ତ୍ରାଶଂ, ବିହନ ଦୋକାନ, ପଶୁ ମାନଙ୍କ ଖାଦ୍ୟ ଦୋକାନ ଗୁଡିକ ଖୋଲା ରହିବ । ଏତଦବ୍ୟତୀତ ଏସି,ପ୍ରିଂଜ, ଟିଭି, ଫ୍ୟାନ, ଓାସିଙ୍ଗ ମେସିନ, ମୋବାଇଲ ଫୋନ ଏବଂ କମ୍୍ୟୁଟର ମରାମତି ଆବଶ୍ୟକ ସ୍ଥଳ ହୋଇପାରିବ ।

ସକାଳ ୬ ଟାରୁ ଦିନ ୧୨ ଯାଏଁ ଦେକାନ ଗୁଡିକୁ ଖୋଲା ରଖିବା ପାଇଁ ଜିଲ୍ଲାପାଳ ନିର୍ଦେଶନାମା ଜାରୀ କରିଥିଲେ । ତେବେ ଆଜି ରାୟଗଡା ସହରେର ଯେଉଁ ଦୋକାନ ଗୁଡିକ ଖୋଲିବା ପାଇଁ ନିର୍ଦେଶନାମା ନଥିଲେ ମଧ୍ୟ ସକାଳୁ ସକାଳୁ ସେ ଦୋକାନ ଗୁଡିକ ଖୋଲା ଯାଇଥିବା ଦେଖିବାକୁ ମିଳିଲା । ଏ ଖବର ପ୍ରଶାସନ ନିକଟରେ ପହଂଚିବା ପରେ ରାୟଗଡା ତହସିଲଦାର ଉମାଶଙ୍କର ବେହେରା ଉକ୍ତ ସ୍ଥାନ ଯାଇ ଗୋଟିଏ ବାସନ କୁସନ ଏବଂ ଗୋଟିଏ ଫୋଟ ଫ୍ରେମ ଦୋକାନ ସିଲ କରିଥିବା ସୂଚନା ରହିଛି । ତେବେ ଆଜି ରାୟଗଡା ସହରରେ ବିଭିନ୍ନ ସ୍ଥାନରେ ମୋବାଇଲ ରିଚାର୍ଜ ଦୋକାନ, ପାନ ଦୋକାନ ଖୋଲା ଯାଇଥିବା ଦେଖିବାକୁ ମିଳିଥିଲା । ପ୍ରଶାସନ ରାୟଗଡା ସହରର ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ଅବଶ୍ୟକ ନଥିବା ଦୋକାନ ଗୁଡିକୁ ବନ୍ଦ କରିଥିବା ଜଣାପଡିଛି ।

Leave A Reply