ଭଦ୍ରକ : ସଂପ୍ରତି “ଲକ୍ଡାଉନ’ବେଳେ ଭଦ୍ରକ ଜିଲ୍ଲାର ଚାଷୀଙ୍କ ଆର୍ଥିକ ସ୍ଥତି ଦୁର୍ବଳ ଭାଙ୍ଗିଯାଇଛି । ଚାଷୀମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସ୍ୱଳ୍ପ ମିଆଦି ଋଣର ବ୍ୟବସ୍ଥା ପାଇଁ ସମବାୟ ବ୍ୟାଙ୍କ ଗୁଡିକ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ଆଜି ଅନୁଷ୍ଠିତ କୃଷି, ମସି୍ୟ, ପଶୁସମ୍ପଦ ବିଭାଗ ଅଧିକାରୀ ଓ ସମବାୟ ବ୍ୟାଙ୍କ କର୍ତ୍ତୃୃପକ୍ଷଙ୍କ ସହ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ସୋସାଇଟି ଋଣ ଚାଷୀମାନଙ୍କୁ ସହଜ, ସୁବିଧାରେ ଉପଲବ୍ଧ କରାଇବା ଓ କେତେ ଚାଷୀଙ୍କୁ ଋଣ ପ୍ରଦାନ କରାଯିବ ଏନେଇ ଏକ ଲକ୍ଷ୍ୟଧାର୍ଯ୍ୟ ତାଲିକା ପ୍ରସ୍ତୁତ କରିବା ପାଇଁ ସମବାୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ କୃଷିଜାତ ଦ୍ରବ୍ୟ ପରିବହନ, ସାର-ବିହନ, କୀଟନାସକ ଔଷଧ ଯେପରି ଚାଷୀଙ୍କୁ ସୁବିଧାରେ ମିଳିବ ଏଥିପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ କୃଷି ଉପନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସଂସ୍କୃତି ଭବନ ଠାରେ ଜିଲ୍ଳାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୃଷି ଉପନିର୍ଦ୍ଦେଶକ କିରଣ କୁମାର ପରିଡା, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଅରବିନ୍ଦ ଦାସ, ନାବାର୍ଡ ଜିଲ୍ଲା ପ୍ରବନ୍ଧକ ପ୍ରମୋଦ ବେହେରା, ଉଦ୍ୟାନବିଭାଗ ମୁଖ୍ୟ ଉର୍ମିଳା ମହାପାତ୍ର, ମସି୍ୟ ଅଧିକାରୀ ସନ୍ତୋଷମୀତା ମହାପାତ୍ର, ପଶୁସମ୍ପଦ ବିଭାଗର ଡାକ୍ତର ରାଜେଶ କୁଅଁର, ବିବିସିସି ବ୍ୟାଙ୍କ ଜୋନାଲ ମ୍ୟାନେଜର ଅଶ୍ୱିନୀ ନାୟକ, ଏଆରସିଏସ୍ ଅମୂଲ୍ୟ ସେଠୀ ଓ ନିରଞ୍ଜନ ମାଝିଙ୍କ ସମେତ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଓ ବିବିସିସି ବ୍ୟାଙ୍କର ମ୍ୟାନେଜରମାନେ ଯୋଗ ଦେଇଥିଲେ ।