ଭଦ୍ରକ/ଆରଡି :ମହାମାରୀ “କରୋନା’ଭଦ୍ରକ ଜିଲାରେ କାୟାବିସ୍ତାର କରିଥିବାରୁ ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣି ପୀଠକୁ ସୋମବାର ପ୍ରଶାସନ ପକ୍ଷରୁ ସାନିଟାଇଜ କରାଯାଇଛି । ସରକାରଙ୍କ ପକ୍ଷରୁ ଲକଡାଉନ ଜାରି କରାଯାଇଥିବାରୁ ଦୀର୍ଘ ୧ମାସ ହେବ ଆଖଣ୍ଡଳମଣି ପୀଠକୁ କୈାଣସି ଭକ୍ତ ଆସୁନଥିଲେ ମଧ୍ୟ ଆଖପାଖ ଅଞ୍ଚଳର ଲୋକମାନେ ଦୈନଦିନ ବଜାରରେ କିଣାବିକା ନିମନ୍ତେ ଆସୁଛନ୍ତି ।
ସେହିପରି ମଣିବାବାଙ୍କ ମନ୍ଦିରରେ ଏବେ ବୈଶାଖୀ ବ୍ରତ ଓ ଶୀତଳ ଉପ‘ାର ନୀତି ଚାଲୁଥିବାରୁ ଆଖପାଖ ଅଞ୍ଚଳରୁ ଆସୁଥିବା ଶ୍ରଦ୍ଧାଳୁମାନେ ମଣି ମନ୍ଦିରର ନେତ ଦର୍ଶନ କରି ଫେରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପୀଠରେ ସାନିଟ୍ରାଇଜ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକଙ୍କୁ ଜଣାଇଥିଲେ ।
ଏହାକୁ ଦୃଷ୍ଟିରେ ରଖି ସୋମବାର ଦିନ ଧାମନଗର ଅଗ୍ନିଶମ ବିଭାଗ ପକ୍ଷରୁ ଆଖଣ୍ଡଳମଣିଙ୍କ ମନ୍ଦିର ଚତୁଃପାଶ୍ୱର୍ ସମେତ ପୁଷ୍କରିଣୀ ଚତୁଃପାଶ୍ୱର୍, ମୁଖ୍ୟ ବଜାର ରାସ୍ତା, ବ୍ୟାଙ୍କ, ମେଡିକାଲ ପରିସର, ସମସ୍ତ ଏଟିଏମ, ବସଷ୍ଟାଣ୍ଡ, ଆରଡି ଫାଣ୍ଡି ଆଦି ସ୍ଥାନରେ ସାନିଟାଇଜ୍ କରାଯାଇଛି