ଚଳିତ ବର୍ଷ ମହାଶିବରାତ୍ରୀ ପର୍ବ ଫେବୃଆରୀ ୧୮ ତାରିଖରେ ପଡୁଛି l ଧାର୍ମିକ ମାନ୍ୟତା ଅନୁସାରେ ଶିବ ଭକ୍ତଙ୍କ ପାଇଁ ଏହା ଗୋଟିଏ ପବିତ୍ର ଓ ବଡ଼ ଦିନ ଅଟେ l ମହାଶିବରାତ୍ରୀ ଦିନ ପ୍ରତ୍ୟେକ ଶିବ ମନ୍ଦିରରେ ଖୁବ ଭିଡ଼ ଲାଗିଥାଏ l ଧାର୍ମିକ ସୂଚନା ଅନୁସାରେ ଶିବରାତ୍ରୀ ଦିନ ଯେଉଁ ବ୍ୟକ୍ତି ୧୨ ଜ୍ୟୋତିର୍ଲିଙ୍ଗ ର ଦର୍ଶନ କରନ୍ତି ଭୋଳାନାଥ ଙ୍କ କୃପା ପ୍ରାପ୍ତ ହୋଇ ଯାଇଥାଏ l ହିନ୍ଦୁ ଧର୍ମରେ ମହା ଶିବରାତ୍ରୀ ର ବିଶେଷ ଧାର୍ମିକ ମହତ୍ୱ ରହିଛି l ଏହିଦିନ ଯେଉଁ ବ୍ୟକ୍ତି ପବିତ୍ର ମନରେ ଶିବ ଶଙ୍କର ଙ୍କୁ ପୂଜାର୍ଚନା କରିଥାଏ ତାର ସମସ୍ତ ଇଛା ପୁରାଣ ହୋଇଥାଏ l
ଶିବଶଙ୍କର ଙ୍କ ପୂଜାରେ ବେଲପତ୍ର ଓ ଜଳ ର ମହତ୍ୱ –
ଭଗବାନ ଭୋଳାନାଥ ଙ୍କୁ ସମସ୍ତ ଦେବାଦେବୀ ଙ୍କ ଠାରୁ ଭୋଳା ବୋଲି କୁହାଯାଇ ଥାଏ l କୁହାଯାଏ ସେ ଭକ୍ତ ମାନଙ୍କ ପ୍ରାର୍ଥନା ରେ ଖୁବ ଶୀଘ୍ର ପ୍ରସନ୍ନ ହୋଇ ଯାଇ ଥାଆନ୍ତି l ମହାଦେବ ଙ୍କ ପୂଜା ପାଇଁ ଗୋଟିଏ ଲୋଟା ଜଳ ବେଲପତ୍ର ର ବହୁତ ମହତ୍ୱ ରହିଥାଏ l ଭୋଳାନାଥ ଏତିକି ମାତ୍ର ଜିନିଷରେ ସନ୍ତୁଷ୍ଟ ହୋଇ ତାଙ୍କ ଭକ୍ତଙ୍କ ଇଛା ପୁରାଣ କରି ଥାଆନ୍ତି l ମହାଦେବ ଙ୍କ ପୂଜା ବେଲପତ୍ର ବିନା ଅଧୁରା ଅଟେ l ତେଣୁକରି ଶିବରାତ୍ରୀ ରେ ଶିବଲିଙ୍ଗରେ ଜଳ ସହିତ ବେଲପତ୍ର ନିହାତି ଅର୍ପଣ କରନ୍ତୁ l
ମାନ୍ୟତା ରହିଛି ଯେ ମହାଦେବ ଙ୍କୁ ସ୍ୱାମୀ ଭାବରେ ଲାଭ କରିବା ପାଇଁ ମା ପାର୍ବତୀ ଶିବଲିଙ୍ଗରେ ଗୋଟିଏ ଲୋଟା ଜଳ ଓ ବେଲପତ୍ର ଅର୍ପଣ କରି କଠୋର ତପସ୍ୟା କରିଥିଲେ l ମାନ୍ୟତା ଅନୁସାରେ ମା ପାର୍ବତୀ ସର୍ବ ପ୍ରଥମେ ମହାଦେବ ଙ୍କ ପାଦ ରେ ବେଲପତ୍ର ଅର୍ପଣ କରିଥିଲେ l
– ମହାଦେବ ଙ୍କ ନିକଟରେ ଶିବରାତ୍ରୀ ରେ ବେଲପତ୍ର ଓ ଜଳ ଅର୍ପଣ କରିବା ସମୟରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ୧୦୮ ଥର କରନ୍ତୁ l ଏହାଦ୍ୱାରା ବୈବାହିକ ଜୀବନ ସୁଖମୟ ହେବ ଓ ସମସ୍ତ ଦୁଖାରୁ ମୁକ୍ତି ମିଳିବ l
– ଯଦି ଶିବରାତ୍ରୀ ଦିନ ଗୋଟିଏ ତ୍ରିଶାଖା ବେଲପତ୍ର ରେ ଚନ୍ଦନ ଲଗାଇ ମହାଦେବ ଙ୍କୁ ଅର୍ପଣ କରିବେ ଏବଂ ତା ସହିତ ଶିବ ପଞ୍ଚାକ୍ଷରୀ ଜପ କରିବେ ତେବେ ଜୀବନ ରେ ଧନ ଲାଭ ହେବାର ସମ୍ଭାବନା ରହିଛି l
– ଶିବରାତ୍ରୀ ଦିନ ଅଖଣ୍ଡ ଦୀପ ବସାଇ ମହାଦେବଙ୍କ ନିକଟରେ ଶିବ ଚାଳିଶା ପାଠକରିବେ ଜୀବନ ରେ ଘରେ ସୁଖସମୃଦ୍ଧି ର ବସବାସ ହେବ ଏବଂ ନକାରାତ୍ମକ ଶକ୍ତି ଦୁରେଇ ଯିବ l ଏହାଛଡା ମହାଦେବ ଙ୍କ ସହିତ ମା ଗୌରୀ ଙ୍କ କୃପା ଲାଭ ହେବ l
– ଯଦି ଆପଣ ଶିବରାତ୍ରୀ ରେ ମହାଦେବଙ୍କ ନିକଟରେ କଦଳୀ ଓ ମହୁ ଅର୍ପଣ କରିବେ ତେବେ ଧନର ଅଭାବ ଦୂର ହେବ ଓ ମାନସିକ ଦୁଶ୍ଚିନ୍ତା ମଧ୍ୟ ଦୂର ହୋଇଥାଏ l
