Odisha news

ଯଦି ନିୟମିତ କାଜୁ କୁ ଦୁଗ୍ଧ ରେ ବତୁରାଇ ସେବନ କରିବେ ତେବେ ପାଇବେ ଚମତ୍କାର ଲାଭ

0

ଡ୍ରାଇଫ୍ରୁଟସ୍ ମାନଙ୍କ ମଧ୍ୟରେ ରହିଛି କାଜୁ , କିସମିସ, ପିସ୍ତା , ଚିନାବାଦାମ , ଆଲମଣ୍ଡ ଓ କାଜୁ ଇତ୍ୟାଦି ବିଭିନ୍ନ କିସମର । ଯାହାକି ଶରୀର ପାଇଁ ଖୁବ୍ ଉପଯୋଗୀ ଅଟେ ଏବଂ ପ୍ରତ୍ୟେକ ଡ୍ରାଇଫ୍ରୁଟସ୍ ର କାର୍ଯ୍ୟ ଅଲଗା ଅଲଗା ରହିଛି । ଏହି ଡ୍ରାଇଫ୍ରୁଟସ୍ ରେ ରହିଥିବା କାଜୁ ରେ ପ୍ରୋଟିନ , ଫାଇବର , ମଗ୍ନେଶୀୟମ୍, ମାଙ୍ଗାନିଜ , ଫସଫରସ , ଜୀଙ୍କ, କପର ଭଳି ମିନେରାଲସ୍ ଭରପୁର ମାତ୍ରାରେ ରହିଥାଏ । କାଜୁ ରେ ଭିଟାମିନ କେ , ଭିଟାମିନ ବି 6 , ଥାଇମିନ୍ ଅନେକ ମାତ୍ରାରେ ରହିଥାଏ । କାଜୁ କୁ ଆପଣ ଅଲଗା ଅଲଗା ଭାବରେ ନିଜ ଖାଦ୍ୟରେ ସାମିଲ କରି ପାରିବେ ।

କାଜୁ କୁ ଆପଣ ବିଭିନ୍ନ ସମସ୍ୟା ପାଇଁ ଦୁଗ୍ଧ ରେ ବତୁରାଇ ସେବନ କରିବା ଦ୍ୱାରା ବିଭିନ୍ନ ପ୍ରକାର ଶାରିରୀକ ସମସ୍ୟା ରୁ ଦୂରେଇ ରହି ପାରିବା ।
– ହାଡ କୁ କରିଥାଏ ମଜବୁତ୍ :-
ଯଦି ଆପଣ ରାତି ସାରା ଦୁଗ୍ଧ ରେ ବତୁରାଇ ରଖି ସେବନ କରିବା ଦ୍ୱାରା ହାଡ ମଜବୁତ୍ ହେବାରେ ସାହାଯ୍ୟ ମିଳିବ । କାହିଁକି ନା କ୍ୟାଲସିୟମ ମାତ୍ରା ଖୁବ୍ ଅଧିକ ରହିଥାଏ । ଯେବେକି କାଜୁ ରେ ଭିଟାମିନ K , ଭିଟାମିନ ବି 6 , ମଗ୍ନେସିୟମ ଓ ମାଙ୍ଗାନିଜ ଭଳି ପୋଷାକ ତତ୍ତ୍ଵ ରହିଥାଏ । ଏହି ସମସ୍ତ ଭିଟାମିନ ଓ ମିନେରାଲ ହଡକୁ ମଜବୁତ୍ ରଖିବାରେ ସାହାଯ୍ୟ କରିଥାଏ । ଏହାଛଡା ଗଣ୍ଠି ଯନ୍ତ୍ରଣା ରେ ଆରାମ ଦେଇଥାଏ ।
– କୋଷ୍ଠ କଠୀନ୍ୟ ସମସ୍ୟା ଦୂର ହୋଇଥାଏ :-
ଆଜିକାଲି ପେଟ ସଫା ନହେବା ଗୋଟିଏ ସାଧାରଣ ସମସ୍ୟା ଅଟେ। ଯଦି ଆପଣ ଙ୍କ ର ଏଭଳି ସମସ୍ୟା ଦେଖା ଯାଉଛି ତେବେ ଆପଣ ନିୟମିତ ଦୁଗ୍ଧ ରେ କାଜୁ ବତୁରାଇ ସେବନ କରିବା ଆରମ୍ଭ କରନ୍ତୁ । କାଜୁ ରେ ଫାଇବର ମାତ୍ରା ଅଧିକ ରହିଥାଏ ।
– ଇମ୍ୟୁନିଟି ବୃଦ୍ଧି ହୋଇଥାଏ :-
ପ୍ରତିଦିନ ଦୁଗ୍ଧ ରେ କାଜୁ ବତୁରାଇ ସେବନ କରିବା ଦ୍ୱାରା ଆପଣଙ୍କ ଇମ୍ୟୁନିଟି ବୃଦ୍ଧି ହୋଇଥାଏ । ଦୁଗ୍ଧ ଓ କାଜୁ ଉଭୟ ଖାଦ୍ୟ ରେ ଭିଟାମିନ ଓ ମିନେରାଲ ଭରପୁର ହୋଇ ରହିଥାଏ । ଯେତେବେଳେ ଏହି ୨ଟି ଜିନିଷ କୁ ମିଳିତ ଭାବେ ସେବନ କରାଯାଇ ଥାଏ ତେବେ ଇମ୍ୟୁନିଟି ବୃଦ୍ଧି ହେବାର ସମ୍ଭାବନା ବୃଦ୍ଧି ହୋଇଥାଏ ।
– ଗୋଟିଏ ଗ୍ଲାସ୍ ଦୁଗ୍ଧ ରେ ୩-୫ ଟି କାଜୁ ବତୁରାଇ ରାତି ସାରା ରଖି ନିଅନ୍ତୁ । ଏହାପରେ କାଜୁ କୁ ଦୁଗ୍ଧ ସହିତ ମିଶାଇ ଚୋବେଇ ଖାଇ ନିଅନ୍ତୁ ।
Nalco
Leave A Reply