ମେଣ୍ଢା ବିକ୍ରିକରି ସଞ୍ଚୟ କରିଥିବା ପଇସାରେ ତିଆରିକଲେ ୧୬ ଟି ପୋଖରୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ପ୍ରଶଂସା
ନୂଆଦିଲ୍ଲୀ : ଦୁନିଆରେ ସିନେମାରେ ଅଧିକ ହିରୋ ଦେଖାଯାଇ ଥାନ୍ତି ,କିନ୍ତୁ ବାସ୍ତବ ଜୀବନରେ ଏପରି କିଛି ବ୍ୟକ୍ତି ଥାନ୍ତି ଯେଉଁ ମାନେ କୌଣସି ପଦବୀ କିମ୍ବା ପ୍ରତିଷ୍ଠାରେ ନଥାଇ ମଧ୍ୟ ସମାଜର ଓ ପର୍ଯାବରଣର ଉନ୍ନତି କରିବା ପାଇଁ ଲଗାତାର ଚେଷ୍ଟା କରିଥାନ୍ତି l ସେହିଭଳି ଜଣେ ବାସ୍ତବ ଜୀବନର ହିରୋ ହେଉଛନ୍ତି କଲମନେ କମେ ଗୌଡା l କର୍ଣ୍ଣାଟକର ଗୋଟିଏ ଛୋଟ ଗାଁ ରେ ରହୁଥିବା ୭୨ ବର୍ଷୀୟ ବ୍ୟକ୍ତି ନିଜ ଗାଁ ରେ ଗତ କିଛି ବର୍ଷ ହେଲା ପୋଖରୀ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ଓ ଦୀର୍ଘ ୪୦ ବର୍ଷର ଚେଷ୍ଟା ପରେ ସେ ନିଜ ଅଂଚଳରେ ୧୬ ଟି ପୋଖରୀ ନିର୍ମାଣ କରି ସାରିଛନ୍ତି l କଲମନେଙ୍କ ଗ୍ରାମ ବେଙ୍ଗଲୁର ଠାରୁ ମାତ୍ର ୧୨୦ କିଲୋମିଟର ଦୂରରେ ଅଟେ l ସେ କେବେବି ସ୍କୁଲ ଯାଇ ନାହାନ୍ତି ଓ ସେ କହିଛନ୍ତି ଗତ କିଛି ବର୍ଷ ହେଲାଣି ନିଜର ଓ ନିଜ ପୁଅର ପାଖାପାଖି ୧୦ ଲକ୍ଷ ଟଙ୍କା ଖର୍ଚ କରି ନିଜ ଅଞ୍ଚଳରେ ପାଖାପାଖି ୧୬ ଟି ପୋଖରୀ ନିର୍ମାଣ କରିଛନ୍ତି l
କଲମନେଙ୍କର ମେଣ୍ଢା ବ୍ୟବସାୟ ଥିଲା ,ସେ ମେଣ୍ଢା ଗୁଡିକୁ ବିକ୍ରି କରି ଏହି ସମସ୍ତ ପଇସା ସଂଚୟ କରିଥିଲେ l କଲମନେ ନିଜ ଗାଁ ର ଲୋକମାନଙ୍କୁ କହିଥିଲେ ଯେ ସେ ନିଜ ପିତାଙ୍କ ଠାରୁ ମାଟିର ଆଦ୍ରତାକୁ ଶିଖିବାର କୌଶଳ ଜାଣିଛନ୍ତି ଓ ସେ ଏହି ପୋଖରୀ ମାନଙ୍କୁ ତିଆରି କରିବା ପାଇଁ ଚେଷ୍ଟା କରିଛନ୍ତି l ଗାଁ ଲୋକମାନେ ଯେତେବେଳେ ତାଙ୍କ କଥା ଶୁଣିଥିଲେ ତାଙ୍କୁ ପାଗଳ ବୋଲି ସମ୍ବଧନ କରିଥିଲେ ଏବଂ ତାଙ୍କର ମଜା ଉଡାଇ ଥିଲେ l କିନ୍ତୁ ସେ କାହାର କଥାକୁ ଗୁରୁତ୍ୱ ନ ଦେଇ ନିଜ କାମରେ ଲାଗି ଥିଲେ ଏବଂ ଆଜି ଲୋକାଲ ସେଲିବ୍ରେଟି ହୋଇ ଯାଇଛନ୍ତି l କଲମନେ ପର୍ଯାବରଣ କୁ ଅଧିକ ଭଲ ପାଉଥିବା କାରଣରୁ ଲଗାତାର ପୋଖରୀ ନିର୍ମାଣ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି l ଏହି ପୋଖରୀ ଗୁଡିକୁ ନିର୍ମାଣ କରିବାର ମୁଖ୍ୟ ଉଦେଶ୍ୟ ହେଲା ପାଣିର ସମସ୍ୟାକୁ ଦୂର କରିବା l ତାଙ୍କୁ ସେଠାକାର ଲୋକେ ପଂଡମ୍ୟାନ ଭାବରେ ଜାଣନ୍ତି l
ସେ କହିଛନ୍ତି ଯେ ଏହି ପୋଖରୀ ଗୁଡିକର ନିର୍ମାଣ ବୈଜ୍ଞାନିକ ଦୃଷ୍ଟି କୋଣରେ ରଖି କରାଯାଇଛି l ଏହି ପୋଖରୀ ଗୁଡିକର ବ୍ୟବହାର ମଣିଷଙ୍କ ସହିତ ପଶୁ ପକ୍ଷୀ ମଧ୍ୟ କରି ପାରିବେ l ଆରମ୍ଭରୁ ପୋଖରୀ ଗୁଡିକ ନିର୍ମାଣ କରିବା ପାଇଁ ଅଧିକ ପଇସା ଖର୍ଚ ହେବ କାରଣରୁ କୋଦାଳ ଓ କୋଡିର ବ୍ୟବହାର କରାଯାଇଥିଲା ,ଯେତେବେଳେ ସୁବିଧା ହେଉଥିଲା ସେତେବେଳେ ମେସିଂ ସାହାଯ୍ୟରେ କାମ କରାଯାଉଥିଲା l ସେ ନିଜ କାମକୁ ନେଇ ଗର୍ବିତ ଅନୁଭବ କରିଛନ୍ତି l ତାଙ୍କ କାମକୁ ଦେଖି ରାଜ୍ୟ ସରକାର ତାଙ୍କୁ ୨ ବର୍ଷ ପୂର୍ବେ ପୁରସ୍କୃତ କରିଥିଲେ ଏବଂ ୫୦ ଲକ୍ଷ ଟଙ୍କାର ଫଣ୍ଡ ମଧ୍ୟ କର୍ଣ୍ଣାଟକ ସରକାର ଜାରି କରିଥିଲେ l ପ୍ରଧାନମନ୍ତ୍ରୀ ମୋଦି କଲମନେ ପ୍ରଶଂସା କରିବାକୁ ଯାଇ କହିଛନ୍ତି ଗୋଟିଏ ସାଧାରଣ ଚାଷୀ ହୋଇଥିଲେ ମଧ୍ୟ ,ଗୋଟିଏ ଅସାଧାରଣ ବ୍ୟକ୍ତିତ୍ୱର ଧନୀ ଅଟନ୍ତି l