Odisha news

ସାରାଙ୍କ ୱେଡିଂ ଡେଷ୍ଟିନେଶନ୍‌

0

ଅଭିନେତ୍ରୀ ସାରା ଅଲୀ ଖାନ୍‌ ଏବେ ଅପ୍‌କମିଙ୍ଗ୍‌ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଇମ୍‌ତିୟାଜ୍‌ ଅଲୀଙ୍କ ନିର୍ଦ୍ଦେଶିତ ଫିଲ୍ମରେ ପ୍ରଥମ ଥର କାର୍ତ୍ତିକ ଆର୍ୟନ୍‌ସାରା ଅନ୍‌ସ୍କ୍ରିନ୍‌ ଯୋଡ଼ି ଦେଖିବାକୁ ମିଳିବ । ଏକ ଇଭେଣ୍ଟ୍‌ରେ ସାରା ନିଜ ବାହାଘର ବିଷୟରେ କହିଛନ୍ତି । ସାରା ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ନୁ୍ୟୟର୍କରେ ୱେଡିଂ ଡେଷ୍ଟିନେଶନ୍‌ କରିବାକୁ ଚାହୁଁଛନ୍ତି । ସାରାଙ୍କୁ ନୁ୍ୟୟର୍କ ଖୁବ୍‌ ପସନ୍ଦ ଓ ସେ ଛୁଟି ମନାଇବାକୁ ଯାନ୍ତି । ସେ ଅତି ସାଧାରଣ ଭାବେ ବାହା ହେବାକୁ ଚାହୁଁଥିବା କହିଛନ୍ତି । ଡେଭିଡ୍‌ ଧୱନ ନିର୍ଦ୍ଦେଶିତ ‘କୁଲି ନମ୍ବର ୧’ରେ ବରୁଣ ଧୱନଙ୍କ ସହ ସାରାଙ୍କୁ ଦେଖିବାକୁ ମିଳିବ । ଏଥି ସହ ଅକ୍ଷୟ କୁମାର ଓ ଧନୁଷଙ୍କ ସହ ‘ଅତରଙ୍ଗୀ ରେ’ ମଧ୍ୟ ସାଇନ୍‌ କରିଛନ୍ତି ।

Leave A Reply

Your email address will not be published.