Odisha news

ହସିଣା ଗ୍ରାମରେ ଅଗ୍ନିକାଣ୍ଡ, ୪ ବଖରା ଘର ଭସ୍ମିଭୁତ

0

କୁଜଙ୍ଗ ୧୧ା୨- କୁଜଙ୍ଗ ଥାନା ଅର୍ନ୍ତଗତ ହସିଣା ଗ୍ରାମର କାଶୀନାଥ ସୂତାରଙ୍କ ପୁଅ ଗୌରାଙ୍ଗ ସୂତାରଙ୍କର ଗୃହରେ ଅଗ୍ନିକାଣ୍ଡ ଘଟି ୪ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ପୋଡି ଭସ୍ମିଭୁତ ହୋଇଯାଇଛି । ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଖବର ପାଇ କୁଜଙ୍ଗ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁ ନିଆଁକୁ ଆୟତ କରିଥିଲେ । ଝିମାଣୀ ରାଜସ୍ୱ ନିରିକ୍ଷକଙ୍କ ଘଟଣା ସ୍ଥଳରେ ତଦନ୍ତ କରିବା ସହ ତାଙ୍କୁ ପାଲ ଯୋଗାଇ ଦେଇଥିôବାରର ଜଣାପଡିଛି । ଗୌରାଙ୍ଗ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ମଙ୍ଗରାଜପୁର ସରପଂଚ ପୂର୍ଣ୍ଣିମା ତ୍ରିପାଠୀ, କବି ପୀତାମ୍ବର ତରାଇ ପ୍ରମୁଖ ଦାବି କରିଛନ୍ତି ।

Leave A Reply