ଭଗବାନ ବିଷ୍ଣୁଙ୍କ ର ଶେଷନାଗ ଙ୍କ ସହିତ ରହିଛି ଗୋଟିଏ ବିଶେଷ ସମ୍ପର୍କ l ଭଗବାନ ବିଷ୍ଣୁ ଙ୍କର ପ୍ରତ୍ୟେକ ଅବତାର ରେ ଶେଷନାଗ ତାଙ୍କ ସହିତ ଅବତାର ନେଇ ଥାଆନ୍ତି l ଏପରିକି ଭଗବାନ ବିଷ୍ଣୁ ଙ୍କ ଶଯ୍ୟାରେ ମଧ୍ୟ ଶେଷନାଗ ରହି ଥାଆନ୍ତି l ପୁରାଣର ବିଭିନ୍ନ ପ୍ରକାରର ତଥ୍ୟ ଆଧାରରେ ଆସନ୍ତୁ ଜାଣିବା ଭଗବାନ ବିଷ୍ଣୁ ଶେଷନାଗ ଉପରେ କାହିଁକି ଶୟନ କରନ୍ତି ?
* ଶାସ୍ତ୍ର ଅନୁସାରେ ଆମେ ଗୋଟିଏ ପଂକ୍ତି ରେ ପଡ଼ିଛୁ ଯେ ‘ଶାନ୍ତ କରଂ ଭୁଜଗଶାୟନଂ ‘ , ଏହି ପଂକ୍ତି ର ଅର୍ଥ ଭୁଯାଗ ଅର୍ଥ ଶେଷନାଗ ଉପରେ ସାୟଂ କରିଥିବା ଶାନ୍ତ ସ୍ୱରୂପ ଭଗବାନ ବିଷ୍ଣୁ l ଗୋଟିଏ ପକ୍ଷରେ ଭଗବାନ ବିଷ୍ଣୁ ଙ୍କୁ ଶାନ୍ତ ନିର୍ବାକ କୁହାଯାଉ ଥିବା ସମୟରେ ଶେଷନାଗ ବିଷାକ୍ତ ଓ ଭୟଙ୍କର ଅଟେ l
– ଏଥିରୁ ଯେଉଁ ସାରମର୍ମ ବାହାରୁଛି ଗୋଟିଏ ଭୟଙ୍କର ବିଷାକ୍ତ ସାପ ଉପରେ ବିରାଜମାନ କରିବା ପରେ ମଧ୍ୟ କିଭଳି ଭଗବାନ ବିଷ୍ଣୁ ଶାନ୍ତିରେ ସାୟଂ କରିଥିଲେ l
– ଏକଦା ଭଗବାନ ଶିବ ପୃଥିବୀ ଭ୍ରମଣ କରୁଥିବା ସମୟରେ ଦେଖିବାକୁ ଚାହୁଁଥିଲେ ପୃଥିବୀରେ ଏଭଳି କେଉଁ ସ୍ଥାନ ଅଛି ଯେଉଁଠି ସୁଖ ସ୍ଥାପିତ ହୋଇ ପାରିବ l ମନୁଷ୍ୟ ନିଜ ଜୀବନ ରେ ଚାଲୁଥିବା ସମସ୍ତ ଅସୁବିଧାକୁ ନେଇ ଖୁବ ଦୁଃଖିତ ରହିଥାଏ l ଏହି ପୃଥିବୀ ପୃଷ୍ଠାରେ ପ୍ରତ୍ୟେକ ଘରେ ନିରାଶା ଓ ଦୁଃଖ ଭରି ରହିଛି l ସେ ଦେଖିଲେ ଜଣେ ବ୍ୟକ୍ତି ଭଗବାନ ଙ୍କୁ ରାଗରେ ମନେ ମନେ ଗାଳି ଦେଉଛି l ଏହା ଦେଖି ଭଗବାନ ଶିବଙ୍କ ମନ ବିଚଳିତ ହୋଇଗଲା l ଏହାପରେ ସେ ଭଗବାନ ବିଷ୍ଣୁ ଙ୍କୁ ସୃଷ୍ଟିରେ ସାକାରାତ୍ମକତା, ପ୍ରସନ୍ନତା ଓ ସାହସ ର ପୁନଃ ସଂଚାରଣ କରିବା ପାଇଁ କହିଥିଲେ l
– ସେହି ସମୟରେ ଭଗବାନ ବିଷ୍ଣୁ ଶେଷନାଗଙ୍କୁ ଆବାହନ କଲେ ଓ ତାଙ୍କ ଉପରେ ଶୟନ ମୁଦ୍ରାରେ ଅବସ୍ଥାପିତ କରି ମଣିଷ ସମାଜ କୁ ସନ୍ଦେଶ ଦେଇଥିଲେ ଯେ ଗୋଟିଏ ବିଷାକ୍ତ ସର୍ପ ସଦୃଶ ମନୁଷ୍ୟ ଜୀବନ l ତେଣୁ ଅନେକ ପ୍ରକାର ବାଧାବିଘ୍ନ ଅସୁବିଧା ଆସିଥାଏ l ତେଣୁ ସେଠାରୁ ଡ଼ରିକି ଯିବା ବଦଳରେ ବିପଦ କୁ ସାମ୍ନା କରିବା ଜରୁରୀ ଓ ସମସ୍ତ ଅସୁବିଧା ରୁ ବାହାରିବାର ଉପାୟ ଖୋଜିବା ଜରୁରୀ l
– ଏହାପରେ ଭଗବାନ ବିଷ୍ଣୁ ମଣିଷକୁ ଜୀବନ ରୂପକ ସମୁଦ୍ରରେ କଷ୍ଟ ଯନ୍ତ୍ରଣା କୁ କିଭଳି ସମ୍ମୁଖୀନ କରିବେ ତାହା ଦର୍ଶାଇ ଥିଲେ l ଏହା ଆମକୁ ସୂଚେଇ ଦେଇଥାଏ ଯେ ଜୀବନରେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ମନୁଷ୍ୟ ଭାଙ୍ଗି ନପଡ଼ି ତାର ମୁକାବିଲା କରିବା ଆବଶ୍ୟକ l