Odisha news

ସର୍ଜିକାଲ ଷ୍ଟ୍ରାଇକ୍‌କୁ ପୂରିଲା ୪ ବର୍ଷ ନୂଆଦିଲ୍ଲୀ : ସର୍ଜିକାଲ ଷ୍ଟ୍ରାକ୍‌କୁ

0

ପୂରିଲା ୪ ବର୍ଷ । ଶୁନଶାନ୍‌ ରାତିରେ ପାକିସ୍ତାନ ମାଟିରେ ଆତଙ୍କୀମାନଙ୍କୁ କଡା ଜବାବ ଦେଇଥିଲେ ଭାରତୀୟ ଯବାନ । ରକ୍ତର ବଦଲା ରକ୍ତରେ ନେଇଥିଲା ଭାରତ । ବିଶ୍ୱ ଦେଖିଥିଲା ଭୟଙ୍କର ସର୍ଜିକାଲ୍‌ ଷ୍ଟ୍ରାଇକ୍‌ । ସୈତାନଙ୍କ ପାଇଁ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ । ଆତଙ୍କୀ ଦେଖିଥିଲା ଯବାନଙ୍କ ଜୋଶ୍‌ । ୧୮ ସେପେଫମ୍ବର ବିଳମ୍ବିତ ରାତିରେ ଉରି ଉତର କାଶ୍ମୀରର ବାରାମୂଲା ଜିଲ୍ଲାରେ ସେନାର ବେସକ୍ୟାମ୍ପରେ ଆତ୍ମଘାତୀ ଆକ୍ରମଣ କରିଥିଲେ ଆତଙ୍କବାଦୀ । ସଇତାନ୍‌ ଶତ୍ରୁ, ନିଦରେ ଶୋଇଥିବା ଆମ ଯବାନମାନଙ୍କୁ ହତ୍ୟା କରିଥିଲେ । ଶୋକରେ ବୁଡିଥିବା ଭାରତୀୟଙ୍କ ମନରେ ସେତେବେଳେ ଜୋସ୍‌ ଭରିଥିଲା ଯେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ, ବ୍ୟର୍ଥ ଯିବନି ଆମ ଯବାନଙ୍କ ବଳିଦାନ । ସବୁବେଳେ ଶାନ୍ତିରେ ବିଶ୍ୱାସ ରଖୁଥିବା ଭାରତ, ଏବେ ଚୁପ୍‌ ବସିବନି । କାରଣ ଇଏ ହେଉଛି ନୂଆ ଭାରତ । ଏ ଭାରତ ଶତ୍ରୁର ଘରେ ବି ପଶିବ, ଆଉ ବଳିଦାନର ବଦଲା ବି ନେବ । ଆତଙ୍କୀ ଦେଶରେ ଆତଙ୍କର ରାତି । ବିଧ୍ୱଂସଲୀଳା ରଚିଥିଲେ ବ ୀ ର ଯବାନ । ରକ୍ତର ବଦଲା ରକ୍ତରେ ନେଇଥିଲା ଭାରତ । ଉରି ଆକ୍ରମଣର ପାଲଟା ଜବାବ ଦେବାକୁ ଯାଇ ଅନ୍ଧାର ରାତିରେ ଆତଙ୍କୀ ଦେଶ ଭିତରେ ପଶି, ଆତଙ୍କ ରଚିଥିଲେ ଭାରତୀୟ ସେନାର ବୀର ଯବାନ । ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌ ପାଇଁ ସେପେଫମ୍ବର ୨୪ ତାରିଖରୁ ଭାରତୀୟ ସେନା ରଚିଥିଲା ରଣନୀତି । ଆଉ ସେତେବେଳେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା, ଅ । ତ ଙ୍କ ୀ ଶି ବ ି ର କ ୁ ଧ୍ୱଂସ କରିବାକୁ ଭାରତର ଘାତକ କମାଣ୍ଡୋମାନେ ସେପେଫମ୍ବର ୨୮- ୨୯ ମଧ୍ୟରାତ୍ରିରେ କରିଥିଲେ ଭୟଙ୍କର ହାମଲା । ଆଖି ପିଛୁଳାକେ ଘୋଟିଯାଇଥିଲା ଆତଙ୍କୀ ଦେଶ ଆକାଶରେ ଆତଙ୍କର କଳାବାଦଲ । ଗୋଟିଏ ପରେ ଗୋଟିଏ ଆତଙ୍କୀ ଶିବିରକୁ ଧ୍ୱଂସ କରିଦେଇଥିଲେ ଆମ ବୀର ଯବାନ । ଖୋଜି ଖୋଜି ଜଣ ଜଣ କରି ସବୁ ଆତଙ୍କବାଦୀଙ୍କୁ ନିପାତ କଲେ ।ଆତଙ୍କୀ ଦେଶରେ ଖେଳିଯାଇଥିଲା ଆତଙ୍କ । ପାଖାପାଖି ୨-୩ ଘଂଟାର ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ ପିଓକେରେ ଥିବା ସବୁ ଆତଙ୍କୀ ଶିବିରକୁ ଧ୍ୱଂସ କରି ଭାରତମାଟିକୁ ଫେରିଆସିଥିଲେ ଭାରତର ବୀର ଯବାନ ।

Leave A Reply