ଚୁଟି ଝାଡ଼ିବା ସମସ୍ୟା ଆଜିକାଲି ର ଗୋଟିଏ ସାଧାରଣ ସମସ୍ୟା ଭାବରେ ଦେଖା ଯାଉଛି । ବିଭିନ୍ନ ଖାଦ୍ୟ ଦ୍ଵାରା ମଧ୍ୟ ଆମ ଚୁଟି ଝାଡ଼ିବା ଠାରୁ ଦୂରେଇ ରହି ପାରିବେ । ଆମେ ସମସ୍ତେ ବିଭିନ୍ନ ପ୍ରକାରର ଖାଦ୍ୟକୁ ନିଜ ଜୀବନରେ ସାମିଲ କରିଛୁ । ଆଉ ବିଭିନ୍ନ ଖାଦ୍ୟର ସ୍ବାଦ ମଧ୍ୟ ପାଇ ପାରୁଛୁ । ଆମ ଭିତରେ ଏମିତି କିଛି ଲୋକ ଥାଆନ୍ତି ଯେଉଁ ମାନଙ୍କୁ ଆମିଷ ଭୋଜନ ଅଧିକ ପସନ୍ଦ ହୋଇଥାଏ ।
* ସବୁଜ ପନିପରିବା ରେ ଭିଟାମିନ ଏ ପ୍ରଚୁର ମାତ୍ରାରେ ଥାଏ । ଭିଟାମିନ ଏ ତ୍ଵଚା ଓ କେଶ କୁ ମଜବୁତ୍ କରିଥାଏ । ତେଣୁ ପ୍ରତିଦିନ ପନିପରିବା ଖାଇବା ଦ୍ବାରା କେଶ୍ ମଜବୁତ୍ ହେବା ସହ ଝାଡ଼ିବା ବନ୍ଦ୍ ହୋଇଥାଏ ।
* ଏହା ଛଡ଼ା ମାଛ ତେଲ , ଅଣ୍ଡା ଓ କ୍ଷୀରରେ ମଧ୍ୟ ଭିଟାମିନ ଏ ପ୍ରଚୁର ପରିମାଣରେ ଥାଏ ।
* ପାଳଙ୍ଗ ପ୍ରତିଦିନ ଖାଇବା , ମେନୁ ରେ ଶାଗ କୁ ସଂପୃକ୍ତ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି । ବିଶେଷ କରି ପାଳଙ୍ଗ ଶାଗ ଖାଇବା ସ୍ବାସ୍ଥ୍ୟ ପ୍ରତି ହିତକର । ପାଳଙ୍ଗ ରେ ଆଇରନ ପ୍ରଚୁର ମାତ୍ରାରେ ଥାଏ । ପାଳଙ୍ଗ ରେ ସିବାମ୍ ଭଳି ତତ୍ତ୍ଵ ରହିଛି , ଯାହା କେଶ୍ ପାଇଁ ପ୍ରାକୃତିକ କଣ୍ଡିଶାନର କାମ କରିଥାଏ । ପାଳଙ୍ଗ ରୁ ଓମେଗା ୩ ଏସିଡ , ମ୍ୟାଗ୍ନେଶୀୟମ , ପୋଟାସିୟମ , କ୍ୟାଲସିୟମ ଓ ଆଇରନ ମିଳିଥାଏ । ଏହା କେଶ କୁ ମଜବୁତ୍ କରିବା ସହ ଚମକ୍ ବଢ଼ାଇ ଥାଏ ।
* ସି – ଫୁଡ୍ – ଶରୀରରେ ଜିଙ୍କ କମ୍ କାରଣରୁ ରୁପି ଓ ଚୁଟି ଝାଡ଼ିବା ସମସ୍ୟା ଦେଖାଦିଏ । ଯିଙ୍କ ଏପରି ଏକ ମିନେରାଲ ଯାହା ନୂତନ କୋଶିକା ଉତ୍ପନ କରି ଏହି ସମସ୍ୟା ଦୂର କରିଥାଏ । ସି ଫୁଡ୍ ରେ ପ୍ରଚୁର ପରିମାଣରେ ଜିଂକ୍ ଥାଏ । ଏହାକୁ ଖାଇବା ଦ୍ଵାରା କେଶ୍ ଝାଡ଼ିବା ସମସ୍ୟା ଦୂର ହୋଇଥାଏ । ଏହା ସହ ଅଣ୍ଡା , କ୍ଷୀର ଓ ବିଭିନ୍ନ ଡ୍ରାଏ ଫ୍ରୁଟ୍ସ ରୁ ମଧ୍ୟ ଲାଭ ମିଳିଥାଏ
Comments are closed.