Odisha news

ରହସ୍ୟମୟ ଚୀନା ମଞ୍ଜି

0

କିଛିଦିନ ହେବ ଆମେରିକା ଓ କାନାଡ଼ାର ଅନେକ ବାସିନ୍ଦାଙ୍କ ପାଖକୁ ଚୀନ୍‌ରୁ ରହସ୍ୟମୟ ମଞ୍ଜି ପ୍ୟାକେଟ୍‌ ଆସୁଛି । ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ ଏହି ରହସ୍ୟମୟ ମଞ୍ଜି କୌଣସି ଆକ୍ରାମକ ଗଛର ପ୍ରଜାତିର ହୋଇପାରେ, ତେଣୁ ଏହାକୁ ଲଗାଅ ନାହିଁ । ଏହି ମଞ୍ଜି ଆସୁଥିବା ପ୍ୟାକେଟ୍‌ରେ ଚାଇନା ଅକ୍ଷର ଓ ଚାଇନା ପୋଷ୍ଟ ମୋହର ଦେଖିବାକୁ ମିଳୁଛି । ୱାଶିଂଟନ୍‌ଠାରୁ ଭର୍ଜିନିୟା ପର୍ଯ୍ୟନ୍ତ ରାଜ୍ୟରେ ଅର୍ଡର କରି ନ ଥିବା ଲୋକଙ୍କ ପାଖରେ ଏ ମଞ୍ଜି ପହଞ୍ଚୁଛି । କୃଷି ବିଭାଗ ପକ୍ଷରୁ ମଞ୍ଜିର ଯାଞ୍ଚ କରାଯାଉଛି । କେତେକ ବିଶେଷଜ୍ଞ କହିଛନ୍ତି, ଏହି ମଞ୍ଜି ଏକ ବ୍ୟାକେଫରିଆ, ଭାଇରସ୍‌ ବା କିଛି ଆକ୍ରାମକ ପ୍ରଜାତି ବୃକ୍ଷର ହୋଇପାରେ । ସେହିପରି କାନାଡାର ଖାଦ୍ୟ ନିରୀକ୍ଷଣ ଏଜେନ୍ସି ଏହାକୁ ରୋପଣ ନ କରିବାକୁ ପ ର । ମ ଶ ର୍ଦେ ଇଛି ।

Leave A Reply