ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଖର୍ଚ୍ଚ ସଂପର୍କିତ ବୈଠକ ଅନୁଷ୍ଠିତ
ବିପର୍ଯ୍ୟୟ ପରିଚାଳନାରେ ଯୋଜନାର ଆଧୁନିକୀକରଣ ଏବଂ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ
ଭୁବନେଶ୍ୱର(Suvendra Pattanaik) : ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁବିଭିନ୍ନବିଭାଗକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ବିଭିନ୍ନ ସମୟରେ ପ୍ରଦାନ କରାଯାଇଥିବା ଅର୍ଥ ଏବଂ ସେ ବାବଦରେ ହୋଇଥିବା ଖର୍ଚ୍ଚ ସଂପର୍କରେ ଆଜି ଲୋକ ସେବା ଭବନରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଦେଓ ରଂଜ ନକୁମାର ସିଂ ଯୋଗ ଦେଇ ବିଭିନ୍ନ ବିଭାଗକୁ ପ୍ରଦାନ କରାଯାଇଥିବା ଅର୍ଥ ଓ ଖର୍ଚ୍ଚ ସଂପର୍କରେ ଉପସ୍ଥାପନ କରିଥିଲେ।ବୈଠକରେ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ମାନେ ଉପସ୍ଥିତ ଥିଲେ ।
ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି( ଏସଡିଆରଏଫ) ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି( ଏସଡିଏମ୍ଏଫ)ର ମିଳିତ ପାଣ୍ଠିରେ ରାଜ୍ୟ ବିପର୍ଯ୍ୟୟ ସମ୍ଭାବ୍ୟ ବିପଦ ପରିଚାଳନା ପାଣ୍ଠି ( ଏସଡିଆରଏମଏଫ) ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହାୟତାରେ ପରିଚାଳିତ ଏହି ପାଣ୍ଠିରୁ ବିପର୍ଯ୍ୟୟ ମୁକାବିଲା ପାଇଁ ରିଲିଫ୍ ଓ ତୁରନ୍ତ ପ୍ରତିକ୍ରିୟା କାର୍ଯ୍ୟାନୁଷ୍ଠାନ, ପୁନରୁଦ୍ଧାର ଓ ପୁନଃ ନିର୍ମାଣ, ବିପର୍ଯ୍ୟୟ ପ୍ରସ୍ତୁତି ଓ ଦକ୍ଷତା ବୃଦ୍ଧି ପାଇଁ ଖର୍ଚ୍ଚ କରାଯାଇଥାଏ । ବୈଠକରୁ ଜଣାଯାଇଛି ଯେ, ଗତ୨୦୨୧–୨୨ରୁ୨୦୨୪–୨୫ବର୍ଷରେ ଅଦ୍ୟାବଧିବିଭିନ୍ନବିଭାଗକୁ୨୪୫୮.୮୦୩କୋଟିଟଙ୍କାପ୍ରଦାନକରାଯାଇଛି।ବିଭିନ୍ନ ବର୍ଷରେ ଏଥିପାଇଁ ଏସଡିଆରଏଫ୍ ଏବଂ ଏସଡିଏମ୍ଏଫରୁ କୃଷି ଓ କୃଷକ ସଶକ୍ତି କରଣ, ଶକ୍ତିବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ, ଓସଡମା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ, ଜଳ ସଂପଦ ବିଭାଗ ଓ ପୂର୍ତ୍ତ ବିଭାଗ ଆଦି ୧୧ ଟି ବିଭାଗ ତଥା ସଂସ୍ଥାକୁ ବିପର୍ଯ୍ୟୟ ମୁକାବିଲା ଓ ପ୍ରସ୍ତୁତି ପାଇଁ ଏହି ଅର୍ଥ ପ୍ରଦାନକରାଯାଇଥିବାବେଳେ ଏଥିରୁ ବିଭିନ୍ନବିଭାଗରଖର୍ଚ୍ଚ ସହ ଓ ବିନିଯୋଗ ପ୍ରମାଣ ପତ୍ର ଦାଖଲ ସଂପର୍କିତ ସମୀକ୍ଷା କରାଯାଇଥିଲା।
ଅଗ୍ନିଶମ ଓ ଜରୁରୀ କାଳୀନ ସେବା ବାବଦରେ ବିପର୍ଯ୍ୟୟ ମୁକାବିଲା ପାଇଁ ବିଭିନ୍ନ ଉପକରଣ କ୍ରୟ ଓ ଦକ୍ଷତା ବୃଦ୍ଧି ପାଇଁ ଖର୍ଚ୍ଚ ଉପସ୍ଥାପନ କରାଯିବା ସହ ଆଗାମୀ ଦିନ ପାଇଁ ପ୍ରସ୍ତୁତି ନିମନ୍ତେ ଆବଶ୍ୟକତା ଅନୁସାରେ ଖର୍ଚ୍ଚ ମଂଜୁର ପାଇଁ ଅନୁରୋଧ କରାଯାଇଛି । ସେହିପରି ଓଡ୍ରାଫ ତରଫରୁ ମଧ୍ୟ ଖର୍ଚ୍ଚ ଉପସ୍ଥାପନ କରାଯାଇଥିଲା।
ବିଭିନ୍ନ ବାବଦରେ ଖର୍ଚ୍ଚ ଓ ବିନିଯୋଗ ପତ୍ର ପ୍ରଦାନ ସଂପର୍କରେ ଅନୁଧ୍ୟାନ କରି ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗମାନଙ୍କୁ ଆବଣ୍ଟନ କରାଯାଉଥିବା ଅର୍ଥକୁ ସଠିକ୍ ବିନିଯୋଗ କରାଯିବା ସହ ଖର୍ଚ୍ଚ ପ୍ରକ୍ରିୟାର ଉପଯୁକ୍ତ ତଦାରଖ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଆହୁରି ମଧ୍ୟ ସେ ବିପର୍ଯ୍ୟୟ ପରିଚାଳନା ଯୋଜନାର ଆଧୁନିକୀକରଣ ଏବଂ ମୁକାବିଲା ପାଇଁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଛନ୍ତି । ବିପର୍ଯ୍ୟୟମୁକାବିଲାପାଇଁ ଜରୁରୀ ଆବଶ୍ୟକତା ହେଉଥିବା ଅଗ୍ରାଧିକାରକ୍ଷେତ୍ର, ବାତ୍ୟାସମୟରେଅଧିକଜୋରରେପବନ ବହିବାର ଆଶଙ୍କା ଥିଲେ ଏଥିପାଇଁ ପ୍ରସ୍ତୁତିରେ ଆଧୁନିକୀକରଣ , ଜଳନିଷ୍କାସନ ସମସ୍ୟାର ସମାଧାନ, ଦକ୍ଷତା ବୃଦ୍ଧି ଭଳି ଗୁରୁତ୍ୱ ପୂର୍ଣ୍ଣ ଆବଶ୍ୟକତା ସଂପର୍କିତ ଖର୍ଚ୍ଚକୁ ଗୁରୁତ୍ୱ ଦିଆଯିବା ସଂପର୍କରେ ବୈଠକରେ ଆଲୋକ ପାତ କରାଯାଇଥିଲା।