ତା ୧୨ ଅଗଷ୍ଟ ଦିବା ୮ଘଟିକା ସମୟରେ ଆଳି ଜାଭିୟର ଇଣ୍ଟରନେସନାଲ ସ୍କୁଲ ରେ ପ୍ରଭାତ ଫେରି ଆରମ୍ଭ କରାଯାଇଥିଲା । ଏହି ତ୍ରିରଙ୍ଗା ଶୋଭା ଯାତ୍ରା ପୂର୍ବରୁ
ଶୁଭଲକ୍ଷ୍ମୀ ବେହୁରିଆ, ସୁଭଶ୍ରୀ ଆଚାର୍ଯ୍ୟ ଓ ଅଭିନାଶ ଦେ ଏହାର ଉଦ୍ଦେଶ୍ୟରେ ବିଷୟରେ ଆଲୋକପାତ କରିଥିଲେ । ଜାତି, ଧର୍ମ, ଉଚ୍ଚ, ନୀଚ ଭେଦ ଭାବ
ଭୁଲି ଆମେ ସମସ୍ତେ ମଳି ମିଶି ଦେଶ ଜାତୀ ପାଇଁ କାମ କରିବା ଉଚିତ ବୋଲି ବିଦ୍ୟାଳୟ ଅଧ୍ୟକ୍ଷ ବନମାଳୀ ପାଣି କହିଥିଲେ । ସାରେ ଜାହାସେ ଆଛା ସଙ୍ଗୀତ ପିଲାମାନଙ୍କ କଣ୍ଠରୁ ଭାସିଆସି ଆସି ଥିଲା । ବନ୍ଦେ ମାତରାମ ସୋଲଗାନ ସହିତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ତ୍ରୀରଙ୍ଗା ଶୋଭା ଯାତ୍ରା ରେ ବାହାରିପଡିଥିଲେ । ଏହା ଏକ ଦେଶାତ୍ମବୋଧକ ପରିବେଶ ସୃଷ୍ଟି କରିଥିଲା ।