Odisha news

ସାବିତ୍ରୀ ପାଇଁ ଛେନାପଦି ବଜାରରେ ପ୍ରବଳ ଭିଡ

0

ହାଟଡିହି-୨୧/୫, ଲକଡାଉନ ଯୋଗୁଁ ଦୀର୍ଘ ଦିନ ହେବ ଦୋକାନ ବଜାର ବନ୍ଦ ଥିବାବେଳେ ଆଜି କିଛି ଦୋକାନ ବଜାର ଖୋଲା ହେବାପରେ ସାବିତ୍ରୀ ପାଇଁ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା । ୍ରୋନା ପାଇଁ ସରକାର ୪ର୍ଥ ଲକଡାଉନ ଜାରି କରିଥିବାବେଳେ କିଛି କଟକଣାକୁ କୋହଳ କରିଛନ୍ତି ।

ଏହାର ଫାଇଦାନେଇ ଲୋକମାନେ ଆଜି ସବୁ କଟକଣାକୁ ଭୁଲିଯାଇ ହଜାର ହଜାର ଲୋକ ଆଜି ଫଳଦୋକାନ, ଲୁଗା ଦୋକାନ ଓ ମିଠା ଦୋକାନ ମାନଙ୍କରେ ଭିଡ ଜମାଇଥିଲେ । ସତେ ଯେପରି ଲକଡାଉନ ଉଠିଯାଇଛି ଓ ସାମାଜିକ ଦୁରତାର ମାନେ କିଛି ନାହିଁଁ । ସକାଳ ୭ଟାଠାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଏହିପରି ଗହଳି ଲାଗିରହିଥିବା ଦେଖିବାକୁ ମିଳିଥିଲା ।

Leave A Reply