ନୂଆଦିଲ୍ଲୀ : ସଉଦି ଆରବ ନିଜ ଦେଶର ପୁରୁଷ ମାନଙ୍କ ଉପରେ ପାକିସ୍ତାନ ,ବଙ୍ଗଳାଦେଶ ,ଚାଡ଼ ଓ ମିଆଁମାର ମହିଳାଙ୍କୁ ବିଭାହ କରିବା ଉପରେ ଲଗାଇଲା ପ୍ରତିବନ୍ଧକ l ପାକିସ୍ତାନ ଖବର କାଗଜ ଡ଼ନ ପକ୍ଷରୁ ଏହି ସୂଚନା ମିଳିଛି l ବର୍ତମାନ ସଉଦି ଆରବରେ ବସବାସ କରୁଥିବା ଏହି ଚାରିଟି ଦେଶର ପ୍ରାୟ ୫,୦୦,୦୦୦ ମହିଳା ରହିଛନ୍ତି l ବିଦେଶୀ ମହିଳା ମାନଙ୍କ ସହିତ ବିଭାହ କରିବାକୁ ଇଛା ରଖୁଥିବା ସଉଦି ଆରବର ପୁରୁଷ ମାନଙ୍କୁ ବର୍ତମାନ କଠୋର ନିୟମକୁ ସମ୍ମୁଖୀନ କରିବାକୁ ପଡିବ l
ଏହି ସୂଚନା ମକ୍କା ର ପୋଲିସ ମହାନିର୍ଦେଶକଙ୍କ ପକ୍ଷରୁ ଦିଆଯାଇଛି l ମିଳିଥିବା ସୂଚନା ଅନୁସାରେ ବିଦେଶୀ ମହିଳାଙ୍କ ସହିତ ବିଭାହ କରିବା ପୂର୍ବରୁ ଏଠାକାର ପୁରୁଷ ମାନଙ୍କୁ ଅନେକ ଅସୁବିଧାର ସମୁଖୀନ ହେବାକୁ ପଡିବ ତା ସହିତ ସ୍ୱତନ୍ତ୍ର ଅନୁମତି ନେବାକୁ ପଡିବ l ସରକାରଙ୍କ ବିନା ସହମତିରେ ପୁରୁଷମାନେ ବିଭାହ କରି ପାରିବେ ନାହିଁ l ତା ସହିତ ବିଭିନ୍ନ ଉପଚାରିକକୁ ଅବଲମ୍ବନ କରି ବିଭାହ କରି ପାରିବେ l
ଏହି ତଥ୍ୟରେ ଆହୁରି ମଧ୍ୟ କୁହାଯାଇଛି ଛାଡ଼ପତ୍ର ନେଇଥିବା ପୁରୁଷମାନେ ବିଭାହ ବିଛେଦର ୬ ମାସ ପୂର୍ବରୁ ଆଉଥରେ ଆବେଦନ କରି ପାରିବେ ନାହିଁ l ଅଧିକାରୀ କହିଛନ୍ତି ଯେ ଆବେଦକଙ୍କ ବୟସ ୨୫ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ l ଏଥିରେ ଆହୁରି ମଧ୍ୟ ସୂଚନା ଦିଆଯାଇଛି ଯଦି ଆବେଦକ ପୂର୍ବରୁ ଵିଭାହିତ ଅଟନ୍ତି ତେବେ ତାଙ୍କୁ ମେଡିକାଲ ରିପୋର୍ଟ ଦାଖଲ କରିବାକୁ ପଡିବ l
Comments are closed.