ଆମେରିକା ଓ ଚୀନ ଭଳି ଶକ୍ତିଶାଳୀ ଦେଶକୁ ପଛରେ ପକାଇ ଚତୁର୍ଥ ଥର ଫିନଲାଣ୍ଡ ହେଲା ବିଶ୍ୱର ୧ ନମ୍ବର ଦେଶ , ଆସନ୍ତୁ ଜାଣିବା ଫିନଲାଣ୍ଡର ୧୦ଟି ମହତ୍ୱପୁର୍ଣ ରହସ୍ୟ
ନୂଆଦିଲ୍ଲୀ :”ୱାର୍ଲଡ ହାପିନେସ ରିପୋର୍ଟ” ଅନୁସାରେ ଫିନଲ୍ୟାଣ୍ଡକୁ ବିଶ୍ୱର ଚତୁର୍ଥ ଥର ସବୁଠୁ ସୁନ୍ଦର ଓ ଖୁଶିବାଶିଆ ରାଷ୍ଟ୍ର ଭାବରେ ସମ୍ମାନିତ ହୋଇଛି l କରୋନାର ଏହି ମହାମାରୀ ସମୟରେ ମଧ୍ୟ ଫିନଲ୍ୟାଣ୍ଡର ଲୋକମାନେ ନିଜକୁ ଖୁସି ସହିତ ସୁସ୍ଥ ରଖିବାରେ ସମର୍ଥ ହୋଇଛନ୍ତି l ଚୀନ ଓ ଆମେରିକାର ଏତେ ଶକ୍ତିଶାଳୀ ହୋଇ ମଧ୍ୟ ଫିନଲାଣ୍ଡ ଭଳି ସୁଖ ଓ ସମୃଧିରେ ଖୁବ ପଛରେ ଅଛନ୍ତି l ଫିନଲାଣ୍ଡ ଲୋକମାନଙ୍କର ଖୁସିର କଣ ରହିଛି ରହସ୍ୟ ଆଜି ଆପଣଙ୍କୁ ସେ ବିଷୟରେ ବିସ୍ତାର ଭାବରେ କହିବୁ l
* ସ୍ୱତନ୍ତ୍ରତା : ଏଠାରେ ରହିଥିବା ଲୋକମାନେ କହିଛନ୍ତି ଯେ ଫିନଲାଣ୍ଡର ପ୍ରତ୍ୟକ ଗଲି କନ୍ଧିର ଲୋକମାନେ ଖୁସିରେ ରହିଥାନ୍ତି l ଏଠାକାର ଲୋକମାନେ ଅତ୍ୟନ୍ତ ମେଳାପୀ ଅଟନ୍ତି , ସେମାନଙ୍କର ଅଧିକ ସ୍ୱତନ୍ତ୍ରତା ରହିଛି ଓ ସେମାନେ ଯାହା ଚାହାନ୍ତି ତାହା କରିପାରନ୍ତି l
*ଖୁସିରହିବାର ରହସ୍ୟ : ଫିନଲାଣ୍ଡର ଲୋକମାନେ ଖୁସି ରହିବ ପାଇଁ ଶାନ୍ତି ଓ ସନ୍ତୁଷ୍ଟ ଉପରେ ନିର୍ଭର କରିଥାଏ l ଏମାନେ କେବଳ ବାହାର ପଟରୁ ନୁହେ ଭିତରୁ ମଧ୍ୟ ସବୁବେଳେ ଖିସିରେ ରିଛନ୍ତି l
*ରୋଜଗାର : ଫିନଲାଣ୍ଡର ଜଣେ ସ୍ଥାନୀୟ ବ୍ୟକ୍ତି କହିଛନ୍ତି ଯେ ଏଠାକାର ଲୋକମାନଙ୍କର ଆୟରେ ଅଧିକ ଅନ୍ତର ନାହିଁ l ତା ସହିତ ସାମାଜିକ ସୁରକ୍ଷା ମଧ୍ୟ ଖୁବ ଭଲ l ଏଠାକାର ଶିକ୍ଷାର ନିୟମ ସାରା ବିଶ୍ୱରେ ପ୍ରସିଦ୍ଧ ଅଟେ l ପ୍ରତେକ ପିଲା ସ୍କୁଲ ଯାନ୍ତି ଓ ସମସ୍ତଙ୍କୁ ଶିକ୍ଷାର ସମାନ ଅଧିକାର ମିଳିଥାଏ l
*ଫିନଲାଣ୍ଡ ଲୋକମାନଙ୍କର ଗୋଟିଏ ଭଲ ଗୁଣ ହେଉଛିକି ଛୋଟ ଛୋଟ କଥାକକୁ ନେଇ କୌଣସି ଅଭିଯୋଗ କରିନଥାନ୍ତି l ଏଠାକାର ଲୋକମାନେ ଅଭିଯୋଗ କରିବା ବଦଳରେ ଅସୁବିଧାକୁ ବୁଝିଥାନ୍ତି l
*ମିଛ କୁହନ୍ତି ନାହିଁ : ଜଣେ ମହିଳା ୨୦୧୩ ରେ ପାକିସ୍ତାନରୁ ଫିନଲାଣ୍ଡରୁ ଯାଇ ବସତି ସ୍ଥାପନ କରିଥିଲେ , ସେ କହିଛନ୍ତି ଏଠାକାର ଲୋକମାନେ ଅତ୍ୟନ୍ତ ଖୁସି ମିଜାଜର l ସେମାନେ କୌଣସି ଅଜଣା ବ୍ୟକ୍ତି ସହିତ ଅଧିକ କଥା ହୁଅନ୍ତି ନାହିଁ l ସମୟର ମୂଲ୍ୟକୁ ବହୁତ ବୁଝନ୍ତି ଓ ମିଛ କୁହନ୍ତି ନାହିଁ l
*ସମାନ ଅଧିକାର : ଫିନଲାଣ୍ଡର ଲୋକମାନଙ୍କୁ ଜନ୍ମରୁ ସମାନ ଅଧିକାର ପ୍ରାପ୍ତ ହୋଇଥାଏ l ଶିକ୍ଷା ପ୍ରଣାଳୀ ଅତ୍ୟନ୍ତ ସୁନ୍ଦର ଅଟେ l ଏହି ଦେଶରେ ଖୁବ କମ ପ୍ରାଇଭେଟ ବିଦ୍ୟାଳୟ ରହିଛି l ତଥାପି ଏଠାକାର ଲୋକମାନେ ଖୁବ ଶିକ୍ଷିତ l
*ସାମାଜିକ କାର୍ଯ୍ୟକଳାପ : ଫିନଲାଣ୍ଡରେ ସାମାଜିକ କାର୍ଯ୍ୟ କଳାପ ଖୁବ ଉନ୍ନତ ଅଟେ ତେଣୁକରି ଏଠାକାର ଲୋକମାନେ ଗୋଟିଏ ସୁନ୍ଦର ଜୀବନ ବିତାଇ ଥାନ୍ତି l
*ସ୍ଵାଥ୍ୟସେବା : ଫିନଲାଣ୍ଡର ସମସ୍ତ ଲୋକମାନଙ୍କ ପାଖରେ ସ୍ଵାଥ୍ୟସେବାର ଲାଭ ଉଠାଇବା ପାଇଁ ସମାନ ଅଧିକାର ରହିଛି l ଏଭଳି ସ୍ୱାଥ୍ୟର ଲାଭ ଉଠାଇବା ପାଇଁ ପ୍ରାୟ ସମସ୍ତେ ଚିନ୍ତା ଶୂନ୍ୟ ଭାବରେ ଡାକ୍ତର ଖାନା ଯାନ୍ତି l
*ନିଜସ୍ୱ ଜୀବନ : ଏଠାକାର ଲୋକମାନେ ଲେଖା ପଢ଼ାର ଖୁବ ସଉକିନ ଅଟନ୍ତି l ସେମାନେ ସମୟ ବାହାର କରି ସବୁବେଳେ ନୂଆ ଜ୍ଞାନ ପାଇବା ଓ ବନ୍ଧୁ ମାନଙ୍କ ସହିତ ସମୟ ବିତାଇବାକୁ ପସନ୍ଦ କରନ୍ତି l
*ମଦ୍ୟ ପାନ : ଫିନଲାଣ୍ଡର ଲୋକମାନେ ଯେକୌଣସି ଖୁସିର ମୁହୁର୍ତରେ ମଦ୍ୟପାନ କରିବାକୁ ପଛନ୍ତି ନାହିଁ l ସାଧାରଣ ଭାବରେ ଦେଖିବାକୁ ଗଲେ ଯେ କୌଣସି ଉତ୍ସବକୁ ଅଧିକ ରୋମାଞ୍ଚକ କରିବା ପାଇଁ ସମସ୍ତେ ମିଳିତ ଭାବରେ ମଦ୍ୟ ପାନ କରି ପାରନ୍ତି l
Comments are closed.