• ସୁଆଣ୍ଡୋରେ ପଣ୍ଡିତ ଗୋପବନ୍ଧୁଙ୍କ ସ୍ମୃତିପୀଠ, ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଏବଂ ଅଞ୍ଚଳରେ ଅନେକ ରାସ୍ତା ଓ ସେତୁ ନିର୍ମାଣ କରିଛନ୍ତି ମୁଖ୍ୟମନ୍ତ୍ରୀ
• ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତି, ଚାଷୀଙ୍କ କଲ୍ୟାଣ ପାଇଁ କାଳିଆ, ଅସହାୟ ଓ ବରିଷ୍ଠ ନାଗରିକଙ୍କ ପାଇଁ ମଧୁବାବୁ ଭତ୍ତାକୁ ୫୦୦ରୁ ୧୦୦୦ ଟଙ୍କା, ପିଲାମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ 5T ସ୍କୁଲ ରୂପାନ୍ତରଣ ଇତ୍ୟାଦି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ପାଇଁ କରିଛନ୍ତି
• ବିଜେପି କହୁଛି ଜୁନ ୧୦ରେ ସରକାର ଗଢ଼ିବ
• ଆପଣମାନଙ୍କ ଆଶୀର୍ବାଦରେ ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ସରକାର ଗଢ଼ିବେ
• ଶପଥ ନେବା ପରେ ପ୍ରଥମ ଦସ୍ତଖତ କରିବେ ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍ ଛାଡ଼୍ ହେବ
• ଦ୍ୱିତୀୟ ଦସ୍ତଖତରେ ପ୍ରାୟ ଶତପ୍ରତିଶତ ପରିବାର ବି.ଏସ୍.କେ.ୱାଇରେ ସାମିଲ ହେବେ
• ତୃତୀୟ ଦସ୍ତଖତ ହେବ ମିଶନଶକ୍ତି କର୍ମୀ ଓ ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନସନ୍ ବ୍ୟବସ୍ଥା, ଏହା ସେମାନଙ୍କର ବହୁ ଦିନର ଦାବୀ ଥିଲା
• ବିଜେପି ଆସିଲେ କହୁଛି, ମିଶନ ଶକ୍ତିକୁ ବନ୍ଦ କରିବ, ବନ୍ଦ କରିବା କି ? ଆପଣମାନେ ଭୋଟରେ ଏହାର ଉତ୍ତର ଦେବେ
• କହୁଛି ବି.ଏସ୍.କେ.ୱାଇକୁ ବନ୍ଦ କରିଦେବ, ଆପଣମାନେ ଶଙ୍ଖଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେବେ, ତାଙ୍କୁ କଡ଼ା ଜବାବ ମିଳିବ
• ବିଜେପି କହୁଛି ସୋଲାର ପ୍ୟାନେଲ ମାଧ୍ୟମରେ ସୂର୍ଯ୍ୟକିରଣରୁ ମାଗଣା ବିଜୁଳି ଦେବ, ଏଥିପାଇଁ ଆପଣମାନେ ୫୦ ହଜାର ଟଙ୍କା ଖର୍ଚ୍ଚ କରିବେ, ଦିନରେ ଲଣ୍ଠନ ଦେଖାଉଛନ୍ତି ଲୋକଙ୍କୁ ବିଜେପି ଦଳ
• ଆପଣମାନେ ଏମିତି ଲୋକଙ୍କୁ ଚିହ୍ନିକି ରଖନ୍ତୁ
• ବିଧାୟକ ପ୍ରାର୍ଥୀ ସଞ୍ଜୟବାବୁ ଜାଣିଛନ୍ତି ସରକାରଙ୍କ ଠାରୁ କିପରି କାମ ଆଦାୟ କରିବାର ଅଛି, ସେ ଆଶୀର୍ବାଦ ପାଇଲେ ଅଞ୍ଚଳର ବିକାଶ ଡବଲ ସ୍ପିଡରେ ଆଗେଇବ
• ସାଂସଦ ପ୍ରାର୍ଥୀ ଅରୂପ ବାବୁ ବମ୍ୱେରେ ଓଡ଼ିଶାର କ୍ୟାନସର ରୋଗୀଙ୍କୁ ନିଜ ପରିବାର ସଦସ୍ୟ ଭାବେ ଗ୍ରହଣ କରି ସେବା ଓ ସାହାଯ୍ୟ ଯୋଗାଇ ଦେଇଥାନ୍ତି