ଶନି ଦେବ ସମସ୍ତ ଗ୍ରହ ଙ୍କ ଠାରୁ ଧୀରେ ଗତି କରି ଥାଆନ୍ତି, ଶନି ବକ୍ରୀ ଅର୍ଥାତ ଓଲଟା ଚଳନ ହୋଇଥାଆନ୍ତି l ଶନି ବକ୍ରୀ ମାର୍ଗ ହେବା ପୂର୍ବରୁ ନିଜର ଗତି କୁ ଧୀର କରି ଦେଇ ଥାଆନ୍ତି l ଶନି ଙ୍କର ବକ୍ରୀ ହେବାର ଅଭିଯାନ ଶନି ଙ୍କୁ ସୂର୍ଯ୍ୟ ଙ୍କ ନିକଟରେ ପହଁଚିଯାଇ ଥାଆନ୍ତି l ଯେତେବେଳେ ଶନି ଙ୍କ ଗତି ଧୀର ହୋଇ ଯାଇଥାଏ ଆମେ ତାହାକୁ ବକ୍ରୀ ମାର୍ଗୀ ବୋଲି କହିଥାଉ l
ଶନି ଦେବ ଜୁନ ୩୦ ତାରିଖ ରାତି ୧୨ ଟା ୩୫ ମିନିଟ ରେ ବକ୍ରୀ ମାର୍ଗୀ ହେବେ l ଶନି ଏହିଦିନ ଠାରୁ ନେଇ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବକ୍ରୀ ଅବସ୍ଥାରେ ରହିବେ ଅର୍ଥାତ ୧୩୯ ଦିନ ପର୍ଯ୍ୟନ୍ତ ଶନି ଓଲଟା ଚାଲିବେ l
ବର୍ତମାନ ଶନି ଙ୍କର ସାଢେ ସlତୀ ପ୍ରଭାବ ମକର, କୁମ୍ଭ, ଓ ମୀନ ରାଶି ଉପରେ ରହିଛି l ଏବଂ ଶନି ଙ୍କ ଅଢେଇ ପାଦି ପ୍ରଭାବ କର୍କଟ ଓ ବିଛା ରାଶି ଉପରେ ରହିଛି l ତେଣୁ ଶନି ଙ୍କର ବକ୍ରୀ ପ୍ରଭାବ ଏହିସବୁ ରାଶି ଉପରେ ରହିବ l
ଯେଉଁ ରାଶିଙ୍କ ଉପରେ ଶନି ଦେବ ଙ୍କ ଓଲଟା ଚାଲାଣ ପ୍ରଭାବ ପକାଇବ ସେହି ରାଶିର ବ୍ୟକ୍ତି ନିୟମିତ ଶନି ଙ୍କ ନିକଟରେ ‘ ଓଂ ଶନିଶ୍ଚରାୟ ନମଃ ‘ ମନ୍ତ୍ର ପାଠ କରନ୍ତୁ , ଏବଂ ପ୍ରତି ଶନିବାର ଦିନ ଶନି ଦେବ ଙ୍କ ନିକଟରେ ସୋରିଷ ତେଲ ର ଦୀପ ଅର୍ପଣ କରନ୍ତୁ l
ଏହାଛଡା ଶନିବାର ଗୁଡିକ ରେ କଳା ରାଶି, କଳା ବିରି ଡାଲି, କଳା କମ୍ବଳ ଦାନ କରନ୍ତୁ l ଏହାଛଡା ପ୍ରତ୍ୟେକ ଦିନ କଳା ଷଣ୍ଢ କୁ ରୁଟି ଖାଇବାକୁ ଦିଅନ୍ତୁ l