ନୂଆଦିଲ୍ଲୀ : ଆଜିକାଲିର ବ୍ୟସ୍ତତା ପୁର୍ଣ ଜୀବନରେ ଲୋକମାନଙ୍କ ଆୟୁ ଦିନକୁ ଦିନ କମିବାରେ ଲାଗିଛି l କିନ୍ତୁ ଇଟାଲୀ ରେ ଏପରି ଗୋଟିଏ ଗାଁ ଅଛି ଯେଉଁଠି ସମସ୍ତ ଙ୍କ ବୟସ ୧୦୦ ବର୍ଷରୁ ଉର୍ଦ୍ଧ l ଇଟାଲୀର ସର୍ଦୀନିୟା ଅଂଚଳର ପାହାଡିଆ ଅଂଚଳରେ ରହିଥିବା ପେରାଦେଶ ଦେଫୋଗୁ ଗାଁର ଚର୍ଚା ସାରା ବିଶ୍ୱରେ ସେଠାକାର ଲୋକ ମାନଙ୍କର ଆୟୁଷକୁ ନେଇ ଚର୍ଚ୍ଚା l
ଏହି ଗାଁର ଜନସଂଖ୍ୟା ପାଖାପାଖି ୧୭୪୦ ଅଟେ ଓ ବର୍ତମାନ ଏଠାରେ ୮ ଜଣ ବ୍ୟକ୍ତିଙ୍କ ବୟସ ୧୦୦ ବର୍ଷରୁ ଉର୍ଧ l ଚଳିତ ବର୍ଷ ୫ଜଣ ବ୍ୟକ୍ତି ଶହେ ବର୍ଷ ଅତିକ୍ରମ କରିଛନ୍ତି l ଆସନ୍ତା ବର୍ଷ ଆଉ ଦଶ ଜଣ ବ୍ୟକ୍ତି ଶହେ ବର୍ଷ ଅତିକ୍ରମ କରିବେ l ଏହି ଗ୍ରାମରେ ଅଧିକାଂଶ ବ୍ୟକ୍ତିଙ୍କ ମୃତ୍ୟୁ ଶହେ ବର୍ଷ ଅତିକ୍ରମ କରିବା ପରେ ହୋଇଥାଏ l ଇଟାଲୀର ଏହା ଏକ ଚର୍ଚିତ ଗ୍ରାମ ଯେଉଁଠି ଶହେ ବର୍ଷରୁ ଉର୍ଧ ବୟସ ଧରି ଲୋକମାନେ ଜୀବନ୍ତ ରହୁଛନ୍ତି l
ଇଟାଲୀ କେଗ୍ଲିୟାରୀ ବିଶ୍ୱବିଦ୍ୟାଳୟର ଜନସଂଖ୍ୟା ଗବେଷକ ମାନେ କହିଛନ୍ତି ଯେ ଶହେ ବର୍ଷରୁ ଉର୍ଧ ବଂଚିବାର କାରଣ ହେଉଛି ସୁସ୍ଥ ଜଳବାୟୁ ଓ ସ୍ୱାସ୍ଥ୍ୟକର ଖାଦ୍ୟ l ସେମାନଙ୍କ ମତରେ ଏହି ଗ୍ରାମର ବ୍ୟକ୍ତିମାନେ ମାନସିକ ଦୁଶ୍ଚିନ୍ତା ଠାରୁ ନିଜକୁ ଦୁରେଇ ରଖନ୍ତି l ସେମାନେ ଯେ କୌଣସି ସମସ୍ୟାକୁ ଯଥା ଶୀଘ୍ର ଦୂର କରି ତାର ପ୍ରତିକାର ବାହାର କରି ଥାଆନ୍ତି l ବିଭିନ ବହି ପଢିବା ଏହି ଗ୍ରାମର ଲୋକଙ୍କର ବିଶେଷ ସଉକ l ଏହା ବ୍ୟତୀତ ଏହି ଗ୍ରାମର ଲୋକମାନେ ଖୁବ ସୋସିଆଲ ଅଟନ୍ତି l ସମସ୍ତେ ସମସ୍ତଙ୍କ ସହିତ ସମ୍ପର୍କ ରଖିବାକୁ ଖୁବ ପସନ୍ଦ କରନ୍ତି l ସାହିତ୍ୟିକ ସମାରୋହ ମଧ୍ୟ ଆୟୋଜନ କରନ୍ତି l ଏଠାରେ ସାହିତ୍ୟିକ କାର୍ଯ୍ୟକ୍ରମରେ ବୟସ୍କ ମାନେ ଖୁବ ଅଂଶ ଗ୍ରହଣ କରନ୍ତି l ସେମାନେ ନିଜ ବୃଦ୍ଧ ମାତାପିତାଙ୍କୁ ବୃଦ୍ଧା ଶ୍ରମରେ ନଛାଡି ନିଜ ପାଖରେ ରଖନ୍ତି ଯେଉଁ କାରଣରୁ ଗୋଟିଏ ସୁଖମୟ ଜୀବନ ଅତିବାହିତ ହୋଇଥାଏ l
Comments are closed.