ପ୍ରତେକ ମଣିଷ ଚାହିଁ ଥାଆନ୍ତି ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସେମାନଙ୍କ ସ୍ମରଣ ଶକ୍ତି ଠିକ୍ ରହୁ । ବେଳେବେଳେ ଏହା କୌଣସି କାରଣରୁ ମଧ୍ୟ ଦୁର୍ବଳ ହୋଇଥାଏ । ବ୍ୟକ୍ତି ଚିନ୍ତା ରେ ରହି କିମ୍ବା ଗ୍ରହ ଦଶା କାରଣରୁ ଏହି ଅସୁବିଧାରେ ପଡିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ରାଶିରେ ବୁଦ୍ଧ ଗ୍ରହ ଯଦି ଦୁର୍ବଳ ରହିଥାନ୍ତି ତେବେ ସ୍ମରଣ ଶକ୍ତି ଉପରେ ଏହାର ପ୍ରଭାବ ପଡେ । କିଛି ଲୋକଙ୍କର ଚନ୍ଦ୍ରମା ଦୁର୍ବଳ ହେଲେ ସ୍ମରଣ ଶକ୍ତି ଲୋପ ପାଏ । ଆଜି ଆସନ୍ତୁ ଜାଣିବା ଏହାର କଣ ରହିଛି ପ୍ରତିକାର ।
* ଶିବଙ୍କର ଅଭିଷେକ –
ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ର ସ୍ମୃତି ଶକ୍ତି ଲୋପ ପାଉଛି ଓ ଆପଣ ଚିନ୍ତା ରେ ରହୁଛନ୍ତି ତେବେ ଭଗବାନ୍ ଶିବଙ୍କୁ ନିୟମିତ ଭାବରେ ଜଳ ଅଭିଷେକ କରିବେ ତେବେ ଏହି ସମସ୍ୟା ଦୂର ହେବ । ଯଦି ଆପଣଙ୍କ ସନ୍ତାନ ମାନଙ୍କ ରାଶିରେ ବୁଦ୍ଧ ଗ୍ରହ ଦୁର୍ବଳ ଅଛନ୍ତି ତେବେ ସେମାନେ ମଧ୍ୟ ଶିବଙ୍କୁ ପୂଜା କରନ୍ତୁ ।
* ରୂପା ଚେନ୍ ବେକରେ ଧାରଣ କରନ୍ତୁ –
ଗଳା ରେ ରୂପା ଚେନ ଧାରଣ କରିବା ଦ୍ୱାରା ଚନ୍ଦ୍ରମା ଙ୍କ ସ୍ଥିତି ସୁଦୃଢ ହୋଇଥାଏ । ପାଠ ପଢୁଥିବା ପିଲା ମାନଙ୍କୁ ମଧ୍ୟ ରୂପା ଚେନ ଧାରଣ କରିବାକୁ ଦିଆଯାଇଥାଏ । ଏହାକୁ ଧାରଣ କଲେ ସ୍ମରଣ ଶକ୍ତି ବଢିବା ସହ ରୋଗ ମୁକ୍ତ ହୋଇ ଥାଆନ୍ତି ।
* ଏହି ମନ୍ତ୍ର ପାଠ କରନ୍ତୁ –
ପ୍ରତେକ୍ ବୁଧୁବାର ଦିନ ଦୁର୍ଗା ସପ୍ତଶତୀ ମନ୍ତ୍ର ପାଠ କରିବା ଉଚିତ୍ । କୁହାଯାଏ ଯେ ଏହାକୁ ପାଠ କରିବା ଦ୍ୱାରା ଆପଣଙ୍କ କୁଣ୍ଡଳୀ ରେ ବୁଦ୍ଧ ଙ୍କ ର ସ୍ଥାନ ମଜବୁତ୍ କରିଥାଏ।
* ରାତିରେ ଶୋଇବା ପୁର୍ବରୁ ଏପରି କରନ୍ତୁ –
ସବୁଦିନ ରାତିରେ ଶୋଇବା ପୁର୍ବରୁ ନିଜର ଇଷ୍ଟ ଦେବତା ଙ୍କୁ ସ୍ମରଣ କରନ୍ତୁ । ଏହାଦ୍ବାରା ଆପଣ ଚିନ୍ତା ମୁକ୍ତ ହେବା ସହିତ ଭଲ ନିଦ୍ରାରେ ଶୋଇବେ । ତା ସହ ମାନସିକ ସ୍ଥିତି ମଧ୍ୟ ଠିକ୍ ରହିବ ।
* ସୂର୍ଯ୍ୟଙ୍କୁ ଏଭଳି ପୂଜା କରନ୍ତୁ –
ସବୁଦିନ ସକାଳେ ଗାଧୋଇ ସାରି ସୂର୍ଯ୍ୟଙ୍କୁ ଜଳ ଦାନ କରନ୍ତୁ।ଏହି ଜଳରେ କିଛି ସିନ୍ଦୂର ମଧ୍ୟ ଦିଅନ୍ତୁ । ଏମିତି କରିବା ପରେ ଉକ୍ତ ସ୍ଥାନରେ ୩ଥର ପରିକ୍ରମା କରନ୍ତୁ । ଏପରି କଲେ ଆପଣ ଯଶଶ୍ଵି ହେବା ସହିତ ମାନସିକ ଶାନ୍ତି ମଧ୍ୟ ପାଇବେ ।
Comments are closed.