Odisha news

ଇସ୍ରୋରେ ୧୦ମ ପାସ୍ କରିଥିବା ବ୍ୟକ୍ତିଙ୍କ ପାଇଁ ଚାକିରୀ , ଦରମା ଜାଣିଲେ ଆପଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ଇସ୍ରୋ ପକ୍ଷରୁ ଲାଇଟ୍ ହ୍ୱିକଲ ଡ୍ରାଇଭର , କୁକ୍ , ଫୟ୍ୟାର ମ୍ୟାନ ଓ ଅନ୍ୟ ପଦବୀ ପାଇଁ ନୋଟିଫିକେଶନ ଜାରି କରାଯାଇଛି । ଆବେଦକ ୬ ସେପ୍ଟେମ୍ବର ୨୦୨୧ ମଧ୍ୟରେ LPSC ରେ ଅଧିଶୁଚନା ଅନୁସାରେ ଆବେଦନ କରି ପାରିବେ । ଏହି ଭର୍ତି ପ୍ରକ୍ରିୟାରେ ଭାରୀ ବାହାନ ଚାଳକ ପାଇଁ ୨ଟି ପଦବୀ , ହାଲୁକା ବାହାନ ଚାଳନା ପାଇଁ ୨ଟି ପଦବୀ , ରୋଷେୟା ପାଇଁ ୧ଟି ପଦବୀ , ଫାୟାର ମ୍ୟାନ ପାଇଁ ୨ଟି ପଦବୀ ଓ କ୍ୟଟରୀଙ୍ଗ ଅଟେଣ୍ଡାଣ୍ଟ ପାଇଁ ଗୋଟିଏ ପଦବୀରେ ଭର୍ତି କରାଯିବ ।
ଏହି ପଦବୀ ପାଇଁ ଅବେଦକ ଙ୍କ ର ଶିକ୍ଷାଗତ ଯୋଗ୍ୟତା ହେଉଛି ମାଟ୍ରିକ ପାସ । ହେବି ଭେଇକିଲ ପାଇଁ ଅତି କମ୍ ରେ ୫ ବର୍ଷର ଅଭିଜ୍ଞତା ଥିବା ପ୍ରମାଣପତ୍ର ଆବଶ୍ୟକ ଓ ଲାଇଟ୍ ଭେଇକିଲ୍ ପାଇଁ ୩ ବର୍ଷର ଅଭିଜ୍ଞତା ଥିବା ପ୍ରମାଣପତ୍ର ଆବଶ୍ୟକ । ରୋଷେୟା ପଦବୀ ପାଇଁ ଅବେଦକ୍ ଙ୍କ ନିକଟରେ କୌଣସି ହୋଟେଲ ରେ ଅତିକମ୍ ରେ କାର୍ଯ୍ୟ କରିଥିବାର ୫ ବର୍ଷ ର ଅଭିଜ୍ଞତା ଥିବା ପ୍ରମାଣପତ୍ର ଆବଶ୍ୟକ ।
ଡ୍ରାଇଭର ପାଇଁ ବୟସ ସୀମା ୩୫ ବର୍ଷ । ଫାୟାର ମ୍ୟାନ ଓ କ୍ୟାଟରୀଙ୍ଗ ଆସିଷ୍ଟାଣ୍ଟ ପାଇଁ ବୟସ ସୀମା ୨୫ ବର୍ଷ । ବେତନ ୧୮୦୦୦ ରୁ ନେଇ ୬୩ ୨୦୦ ଟଙ୍କା ଅଟେ ।
ଆବେଦକ୍ ମାନେ ଚଳିତ ବର୍ଷ ସେପ୍ଟେମ୍ବର ୬ ତାରିଖ ମଧ୍ୟରେ ଇସ୍ରୋ – ପ୍ରୋପଲସନ୍ ସିଷ୍ଟମ ସେଣ୍ଟର୍ ର ଅଧିକାରୀକ ୱେବସାଇଟ https://www.lpsc.gov.in ମାଧ୍ୟମରେ ଆବେଦନ କରି ପାରିବେ । ଏହି ଭର୍ତି ପ୍ରକ୍ରିୟା ପାଇଁ ନୋଟିଫିକେସନ୍ ଚେକ୍ କରିବାକୁ ସିଧାସଳଖ ଲିଙ୍କ https://www.lpsc.gov.in/noticeresult.html#Demo ରେ ଯାଞ୍ଚ କରିବେ ।

Comments are closed.