ଶାସ୍ତ୍ର ସହିତ ମଣିଷର ଜୀବନ ଜଡିତ ଖୁବ ସାମଞ୍ଜସ୍ୟ ରହିଛି l ଆମ ଦୈନଦିନ ଜୀବନକୁ ନେଇ ଆମ ସମୟ ଅତିବାହିତ ହେଉଛି l ଆମେ ଜୀବନରେ କିଛି ଏପରି କିଛି କାର୍ଯ୍ୟ କରିଥାଉ ଯାହାର ପ୍ରଭାବ ମଣିଷ ସମାଜ ଉପରେ ଘୋର ପ୍ରଭାବ ପକାଇଥାଏ l ତେଣୁ ଏହିସବୁ କାର୍ଯ୍ୟକୁ ଭାବିଚିନ୍ତି କରିବା ଆବଶ୍ୟକ , ନଚେତ ଏହିସବୁ କାର୍ଯ୍ୟ ଠାରୁ ଦୁରେଇ ରହିବା ଉଚିତ l
* ମଣିଷ କେବେବି ଅନ୍ୟ ଉପରେ ନିର୍ଭର କରିବା ଉଚିତ ନୁହେଁ l ଅନ୍ୟ ଉପରେ ନିର୍ଭରଶୀଳ ଜୀବନ ନର୍କ ସମାନ ହୋଇଥାଏ ଓ ତାକୁ କୌଣସି ପ୍ରକାରର ସ୍ୱାଧୀନତା ମିଳି ନଥାଏ l ଶାସ୍ତ୍ର ଅନୁସାରେ ମଧ୍ୟ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ଅନ୍ୟ ଉପରେ ନିର୍ଭର କରି ଜୀବନ ଅତିବାହିତ କରେ ତାର ପରିଣାମ ତାକୁ ଭୋଗିବାକୁ ପଡିଥାଏ l
* କେବେବି ଜୀବନରେ ପଇସାକୁ ଅଯଥାରେ ଖର୍ଚ କରିବା ଉଚିତ ନୁହେଁ l ଏହିଭଳି ବ୍ୟକ୍ତି ସ୍ୱଭାବରେ ଝଗଡାଳୁ ହୋଇ ଥାଆନ୍ତି l ଏହି ଲୋକମାନେ କାହାକୁ ସମ୍ମାନ କରନ୍ତି ନାହିଁ l
* କିଛି ଗୁଣ ମଣିଷ ଭିତରେ ଆପେଆପେ ଆସିଥାଏ l ଏହା କାହାଦ୍ୱାରା ଶିଖା ଯାଇନଥାଏ l ଯେପରିକି କୌଣସି ଲୋକକୁ ସାହାଯ୍ୟ କରିବା ଓ କୌଣସି ଲୋକର ସେବା କରିବା , ଠିକ ଓ ଭୁଲ ର ନିର୍ଣ୍ଣୟ ନେବା l ଏହି ଗୁଣ ଗୁଡିକୁ କେହି ଶିଖାଇ ନଥାଆନ୍ତି l
* ଶାସ୍ତ୍ର ଅନୁସାରେ ମଣିଷ ମନରେ ଯଦି ପାପ ଓ ଲୋଭ ରହିଥାଏ ସେ ତାହାକୁ ଯେତେ ଲୁଚାଇବାକୁ ଚେଷ୍ଟା କଲେ ମଧ୍ୟ ତାହା ସମୟ ଆସିଲେ ଆପେଆପେ ବାହାରି ଆସିଥାଏ l
* ମଣିଷର ସ୍ଵଭାଵ ତାର ପରିଚୟ ଦେଇଥାଏ l ତେଣୁ ନିଜର ସ୍ୱଭାବ ଏପରି କରିବା ଆବଶ୍ୟକ ଯାହା ତା ପାଇଁ ଗର୍ବ ଓ ଗୌରବ ଆଣି ଦେବ l ସଦାଚାର ଓ ବିନୟ ଭାବି ମଣିଷ ଜୀବନରେ ନିହାତି ଜରୁରୀ ଅଟେ l
Comments are closed.