ହିନ୍ଦୁ ଧର୍ମରେ ଶାସ୍ତ୍ରକୁ ଖୁବ ଗୁରୁତ୍ୱ ଦିଆଯାଇ ଥାଏ l ଶାସ୍ତ୍ରରେ ଲେଖା ଯାଇଥିବା ବିଭିନ୍ନ ନୀତି ନିୟମ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ l ଯାହାକୁ ଆମେ ଅନୁକରଣ କରିବା ଦ୍ୱାରା ଜୀବନ ରେ କଦାପି କୌଣସି ଦୁଃଖ କଷ୍ଟ ଆସି ନଥାଏ l ପୁରାଣରେ କୁହାଯାଇଛି ଯେ କେଉଁ ସବୁ କାର୍ଯ୍ୟ ଧର୍ମ ସଂଗତ ଅଟେ ଓ କେଉଁ କାର୍ଯ୍ୟ ଧର୍ମ ସଂଗତ ନୁହେଁ l ଧର୍ମ-କର୍ମ ଓ ନୀତି ନିୟମ ଅନୁସାରେ ଗରୁଡ଼ ପୁରାଣ ରେ ମୃତ୍ୟୁ ପରେ ଯମ ଲୋକ ର ଯାତ୍ରା ଓ କୁହାଯାଇଛି l ଶାସ୍ତ୍ର ଅନୁସାରେ ଗରୁଡ଼ ପୁରାଣ ରେ ବର୍ଣିତ ସମସ୍ତ ନୀତି ଶିକ୍ଷା ସ୍ୱୟଂ ଭଗବାନ ବିଷ୍ଣୁ ଙ୍କ ବାଣୀ ଅଟେ l ପୁରାଣ ର ମାନ୍ୟତା ଅନୁସାରେ କୁହାଯାଇଛି ଯେ ଅନୁକରଣ କରିବା ଦ୍ୱାରା ବ୍ୟକ୍ତି ଠିକ ଓ ଭୁଲ ମଧ୍ୟରେ ପାର୍ଥକ୍ୟ ଜାଣିପାରି ଥାଏ ଓ ମୃତ୍ୟୁ ପରେ ମଧ୍ୟ ଶାନ୍ତି ଲାଭ କରିଥାଏ l
ସେହିଭଳି ଗରୁଡ଼ ପୁରାଣ ରେ ଏଭଳି କାର୍ଯ୍ୟ ବିଷୟରେ କୁହାଯାଇଛି ଯାହାକୁ ଜଣେ ବ୍ୟକ୍ତି କରିବା ଉଚିତ ନୁହେଁ, ଏହାକୁ କରିବା ଦ୍ୱାରା ଦରିଦ୍ରତା ସର୍ବଦା ଗୃହ ରେ ବାସ କରିଥାଏ l
– କଦାପି ଅନ୍ନ ର ଅନାଦର କରିବା ଉଚିତ ନୁହେଁ –
ଶାସ୍ତ୍ର ଅନୁସାରେ ଭୋକିଲା କୁ ଖାଦ୍ୟ ଦେବା କିମ୍ବା ଅନ୍ନ ଦାନ କରିବା ଶୁଭ ଅଟେ , କିନ୍ତୁ କଦାପି ଅନ୍ନ ର ଅନାଦର କରିବା ଉଚିତ ନୁହେଁ l ଏହାଦ୍ୱାରା ଘରେ ଦରିଦ୍ରତା ବାସ କରିଥାଏ l ତେଣୁ ସର୍ବଦା ଅନ୍ନ ର ଆଦର କରିବା ସହିତ ଭଗବାନ ଙ୍କ ନିକଟରେ କୃତଜ୍ଞତା ଜଣାଇବା ଆବଶ୍ୟକ l
– କାହାର ଅନାଦର କରନ୍ତୁ ନାହିଁ –
କଦାପି କୌଣସି ବ୍ୟକ୍ତିର ଅନାଦର କରିବା ଉଚିତ ନୁହେଁ l ତେଣୁ କଦାପି ନିଜ ପାଟିରେ ଏଭଳି କିଛି ଶବ୍ଦ ର ବ୍ୟବହାର କରନ୍ତୁ ନାହିଁ , ଯାହାଦ୍ୱାରା କାହାକୁ କଷ୍ଟ ହେବ l ସିଏ ବୟସରେ ବଡ଼ କିମ୍ବା ଛୋଟ ହୋଇ ଥାଆନ୍ତୁ ପଛକେ l ଯେଉଁ ବ୍ୟକ୍ତି ସର୍ବଦା ଅନ୍ୟର ଅପମାନ କରିଥାଏ ତା ଉପରେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି l
– ଗୁରୁଜନ ଙ୍କୁ ଅସମ୍ମାନ କରନ୍ତୁ ନାହିଁ –
ଗୁରୁଜନ ହେଉଛନ୍ତି ଭଗବାନ ଙ୍କ ରୂପ, ତେଣୁ କଦାପି ତାଙ୍କର ଅସମ୍ମାନ କରିବା ଉଚିତ ନୁହେଁ l ଯେଉଁ ଘରେ ଗୁରୁଜନ ଙ୍କ ଅସମ୍ମାନ ହୋଇଥାଏ ସେଠାରେ କଦାପି ଲକ୍ଷ୍ମୀଙ୍କ ବାସ ହୋଇ ନଥାଏ l ତେଣୁ ଗୁରୁଜନ ଙ୍କୁ ସମ୍ମାନ ଦିଅନ୍ତୁ l
– ଅହଂକାର ତ୍ୟାଗ କରନ୍ତୁ –
କଥାରେ ଅଛି ମଣିଷର ବିନାଶ ର କାରଣ ତାର ଅହଂକାର ଅଟେ l ତେଣୁ ଯେଉଁ ବ୍ୟକ୍ତି ନିଜର ଧନ , ଯୌବନ ଓ ଅନ୍ୟ କୌଣସି ପାଇଁ ଅହଂକାର କରିଥାଏ ସେଠାରେ ଲକ୍ଷ୍ମୀ ବାସ କରନ୍ତି ନାହିଁ ଓ ତାର ଅହଂକାର ହିଁ ତାର ବିନାଶର କାରଣ ହୋଇଥାଏ l
– ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ନିବିଡ଼ତା –
ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ନିବିଡ଼ତା ରହିବ ନିହାତି ଆବଶ୍ୟକ l ଗୋଟିଏ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ସ୍ୱାମୀ ସ୍ତ୍ରୀ ଏକାଠି ରହିବ ଆବଶ୍ୟକ l ଦୀର୍ଘ ସମୟ ଧରି ସ୍ୱାମୀ ସ୍ତ୍ରୀ ଅଲଗା ଅଲଗା ରହିବ ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l ଏପରି ସ୍ଥିତି ରେ ଭାଗ୍ୟ ରେ ଦୁଃଖ ଦୁର୍ଦଶା ଦେଖା ଦେଇଥାଏ l