Odisha news

ଡକ୍ଟର ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନିତ : ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ସାଂସଦ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ

0

ନୂଆଦିଲ୍ଲୀ : ଓଡ଼ିଶା ପାଇଁ ଖୁସି ଖବର। ବୋଧହୁଏ ବିଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ସାଂସଦ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଛନ୍ତି। ବିଜେଡିର ରାଜ୍ୟସଭା ସଦସ୍ୟ ଡକ୍ଟର ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନିତ ହୋଇଛନ୍ତି। ସଦ୍ୟ ପ୍ରକାଶିତ ପାର୍ଲାମେଣ୍ଟ ବୁଲେଟିନରୁ ଏହି ସୂଚନା ମିଳିଛି।

ରାଜ୍ୟସଭା ପକ୍ଷରୁ ଶୁକ୍ରବାର ପ୍ରକାଶିତ ଉପାଧ୍ୟକ୍ଷ ପ୍ୟାନେଲରେ ଭୁବନେଶ୍ବର କଲିତା, ଶ୍ରୀମତୀ ବନ୍ଦନା ଚଭନ, ସୁଖେନ୍ଦୁ ଶେଖର ରାୟ, ସୁରେନ୍ଦ୍ର ସିଂହ ନାଗର, ଡକ୍ଟର ଏଲ. ହନୁମନ୍ଥାୟା ଏବଂ ଡକ୍ଟର ସସ୍ମିତ ପାତ୍ର ପ୍ରମୁଖ ୬ଜଣ ସାଂସଦ ସ୍ଥାନ ପାଇଛନ୍ତି। ରାଜ୍ୟସଭା ଯୁଗ୍ମ ସଚିବଙ୍କ ପକ୍ଷରୁ ଏ ନେଇ ଡକ୍ଟର ପାତ୍ରଙ୍କୁ ଅବଗତ କରାଯାଇଛି।

ରାଜ୍ୟସଭା ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଏହି ପ୍ୟାନେଲର ସଦସ୍ୟମାନେ ଗୃହ କାର୍ଯ୍ୟରେ ଅଧ୍ୟକ୍ଷତା କରିବେ। ଓଡ଼ିଶାର ଜଣେ ଯୁବ ସାଂସଦ ଏହି ପ୍ୟାନେଲରେ ସ୍ଥାନ ପାଇବା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ।

 

Leave A Reply