Odisha news

କୋରନା ରୁ ସୁସ୍ଥ ହୋଇ ଘରକୁ ଫେରିଲେ ପୂର୍ବତନ ସରପଞ୍ଚ

0

ଛତ୍ରପୁର ୨୩/୮ : ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ପୂର୍ଵତନ ଛତ୍ରପୁର ବ୍ଲକ କଂଗ୍ରେସର ସଭାପତି ଆର.ନରହରି ରେଡି ଗତ ଅଗଷ୍ଟ ୧ ତାରିଖରୁ ଜ୍ୱରରେ ପୀଡିତ ଥିଲେ ଜ୍ଝ ତାଙ୍କ ଶରୀର ଅଧିକ ପରିମାଣରେ ଅସୁସ୍ଥ ହେବାରୁ ତାଙ୍କୁ ଏମ.କେ.ସି.ଜି ହସ୍ପିଟାଲ ରେ ଭର୍ତି କରାଯାଇଥିଲା ଜ୍ଝ ତାଙ୍କର ସ୍ୱାବ ଟେଷ୍ଟ ହେଲା ପରେ ସେ କୋରନା ପଜିଟିଭ ଅଛନ୍ତି ବୋଲି ଜାଣିପାରିଥିଲେ ଜ୍ଝ ଏହା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା , କିନ୍ତୁ ସେ ଦିନକୁ ଦିନ ଅଧିକ ଅସୁସ୍ଥ ହୋଇଯାଉଥିବାରୁ ତାଙ୍କୁ ବ୍ରହ୍ମପୁର ସିଟି ହସ୍ପିଟାଲ କୁ ଅଗଷ୍ଟ ୧୪ ରେ ପଠାଯାଇଥିଲା ଜ୍ଝ ସେଠାରେ ତାଙ୍କୁ ଏକ ସପ୍ତାହ ଚିକିତ୍ସା କରାଗଲା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବା ସହ ଘରକୁ ଫେରି ହୋମକ୍ଵାରିଣ୍ଟିଂ ରେ ରହିଛନ୍ତି ଜ୍ଝ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ,ନିଜ ଘରକୁ ଫେରିଲା ପରେ ସେ ସମସ୍ତ ଡାକ୍ତର,ନର୍ସ ,ଅନ୍ୟ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣାଇବା ସହ କହିଥିଲେ ସେମାନଙ୍କର ଉପଯୁକ୍ତ ଚିକିତ୍ସା ଓ ସହାୟତା ଯୋଗୁ ସେ ଆଜି ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛନ୍ତି ଜ୍ଝ ଏହା ସହ ସେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି , ତାଙ୍କୁ ସହଯୋଗ କରିଥିବା ଛତ୍ରପୁର ବିଧାୟକ ସୁବାସ ବେହେରା, ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ଜ୍ୟୋତିରଞ୍ଜନ ସାହୁ ଏବଂ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିବା ସହ ସମସ୍ତ ଜନସାଧାରଣ ମାନଙ୍କୁ କୋଭିଡ ନିୟମ ପାଳନ କରିବା ସହ ଘରେ ରହି ସୁସ୍ଥ ରହିବାକୁ ଅନୁରୋଧ କରିଛନ୍ତି ,ଏହା ସହ ଯଦି ଲକ୍ଷଣ ଦେଖାଦିଏ ତେବେ ଯଥା ଶୀଘ୍ର ନିଜର ଚିକିତ୍ସା କରିବାକୁ ଅନୁରୋଧ କରିଛନ୍ତି

Leave A Reply