ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କଲେ କର୍କଟ ସଂକ୍ରାନ୍ତି ହୋଇଥାଏ l ସୂର୍ଯ୍ୟ କର୍କଟ ରାଶିରେ ଗୋଚର କରିବାକୁ ଶୁଭ କୁହାଯାଇ ଥାଏ l କାହିଁକି ନା ଏହାଦ୍ୱାରା ଦକ୍ଷିଣାୟନ ସୂର୍ଯ୍ୟ ଙ୍କ ଗତିର ଆରମ୍ଭ ହୋଇଥାଏ l ଆସନ୍ତୁ ଜାଣିବା କେଉଁ ସବୁ ରାଶି ପାଇଁ ଶୁଭ ପ୍ରଦ l
ସୂର୍ଯ୍ୟ କର୍କଟ ରାଶିରେ କରିବେ ଗୋଚର :-
* ମେଷ ରାଶି : ସୂର୍ଯ୍ୟ କର୍କଟ ରାଶିରେ ଗୋଚର କରିବା ଦ୍ୱାରା ଚାକିରୀ ଓ କ୍ୟାରିଅର ରେ ମେଷ ରାଶି ବ୍ୟକ୍ତି ଙ୍କ ର ଉନ୍ନତି ହେବ l ବ୍ୟବସାୟ ରେ ଲାଭ ହେବ , ସୁଖ ସୁବିଧା ର ବିସ୍ତାର ହେବ l ସମ୍ପତି ଓ ବାହାନ କିଣିବାର ଯୋଗ ରହିଛି l କିନ୍ତୁ ପରିସ୍ଥିତି ରେ ପଡି ସ୍ଵଭାଵ ରେ ଉଗ୍ରତା ବୃଦ୍ଧି ହାପିପାରେ l
* ମିଥୁନ ରାଶିର ବ୍ୟକ୍ତି ଙ୍କ ପାଇଁ ଶୁଭ ସମୟ ରହିବ , ଚାକିରୀ ରେ ବେତନ ବୃଦ୍ଧି ହେବାର ସମ୍ଭାବନା ରହିଛି l ବ୍ୟବସାୟ ରେ ଅର୍ଥ ବିନିଜୋଗ କରିବା ପାଇଁ ଶୁଭ ସମୟ ରହିବ l ଆର୍ଥିକ ସ୍ଥିତି ପୂର୍ବାପେଖ୍ୟା ଭଲ ରହିବ ଓ କ୍ୟାରିଅର ରେ ସଫଳତା ମିଳିବ l
* କର୍କଟ ରାଶିର ବ୍ୟକ୍ତି ଙ୍କ ସ୍ଵଭାଵ ରେ ପରିବର୍ତନ ଆସିବ l ଚାକିରୀ ରେ ପ୍ରମୋସନ ସହିତ ବେତନ ବୃଦ୍ଧି ଯୋଗ ରହିଛି l ସ୍ୱାସ୍ଥ୍ୟ ରେ ସୁଧାର ଆସିବ l ଯଦି ସିଙ୍ଗଲ ତେବେ ବିବାହ ଯୋଗ ଘଟିବ l
* କନ୍ୟା ରାଶିର ବ୍ୟକ୍ତିଙ୍କ ର ଆର୍ଥିକ ସମସ୍ୟା ଦୂର ହେବ l ଚାକିରୀ ରେ ସକାରାତ୍ମକ ପ୍ରଭାବ ରହିବ l ବ୍ୟବସାୟ ରେ ସୁଧାର ଆସିବ ଓ ଆର୍ଥିକ ସ୍ଥିତି ଦୂର ହେବ l
* ତୁଳା ରାଶିର ବ୍ୟକ୍ତି ନୂତନ ବାହନ କିଣିବାର ସୁଯୋଗ ପାଇବେ l ବ୍ୟବସାୟ ବୃଦ୍ଧି ହେବ ଓ ଗ୍ରାହକ ବୃଦ୍ଧି ହେବେ l ଧନ ଲାଭ ଯୋଗ ରହିଛି l
* ବିଛା ରାଶିର ବ୍ୟକ୍ତି ଙ୍କ ପାଇଁ ଭାଗ୍ୟ ଉଦୟ ର ସମୟ ଆସିବ l ସାମାଜିକ ପ୍ରତିଷ୍ଠା ସହିତ ମାନ ସମ୍ମାନ ବୃଦ୍ଧି ହେବ l ଚାକିରୀ ରେ ସକାରାତ୍ମକ ପରିଣାମ ମିଳିବ l ସମ୍ପତି କିଣିବାର ସୁଯୋଗ ମିଳିବ l