Odisha news

ୟରର୍ସ ହୋପ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ କରାଗଲା ସାନିଟାଇଜେସନ୍

0

ଖୋର୍ଦ୍ଧା : ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ୟରର୍ସ ହୋପ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଗତ ମଇ ମାସ ୧୯ ତାରିଖରୁ ପ୍ରଥମ ଥର ପାଇଁ ଖୋର୍ଦ୍ଧାରେ ଅବସ୍ଥିତ ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ସହର ଏବଂ ଏହାର ଆଖ ପାଖ ଅଞ୍ଚଳରେ ଥିବା ବସ୍ତି ଅଞ୍ଚଳଗୁଡ଼ିକୁ ବିନା ଦେୟରେ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ସାନିଟାଇସେନ୍ କାର୍ଯ୍ୟକ୍ରମ କରାଯାଉଛି । ସେହି ପରିପେକ୍ଷୀରେ ଖୋର୍ଦ୍ଧା ଉପଜିଲ୍ଲାପାଳ, ତହସିଲ, ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଗୁଡ଼ିକୁ ଟ୍ରଷ୍ଟ ପକ୍ଷରୁ ସାନିଟାଇଜେସନ୍ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ରୀନାରାଣୀ ନାୟକ, ନୃସିଂହ ଚରଣ ସାହୁ, ସନ୍ତୋଷ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଏହାସହିତ ଦୁଇ ଗୋଟି ପରିବାରର ମୁଖ୍ୟ ନିକଟରେ ମୃତୁ୍ୟ ବରଣ କରିଥିବାରୁ ସେ ଦୁଇଟି ପରିବାରକୁ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ଏହି ସାନିଟାଇଜେସନ୍ କାର୍ଯ୍ୟକ୍ରମ ଖୋର୍ଦ୍ଧାରେ ଚାଲୁ ରହିବ ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ରୀନାରାଣୀ ନାୟକ ପ୍ରକାଶ କରିଛନ୍ତି ।

Leave A Reply