ସୌଭାଗ୍ୟ ରଂଜନ ମହାନ୍ତି(ରାଜା) : ’ଶଳ ଶିଳୁପା ଗଗନେ ଉଡୁଛି, ଭୂର୍ତଳା(ତୁଳା) ବୋଲୁଛି ମୋତେ ରଖ’ – ଏକ ଢଗ ରହିଛି(ଲୋକକଥା) । ପ୍ରାୟ ଉଣାଅଧିକେ ସମସ୍ତେ ଜାଣିଥିବେ । ଆମେରିକା, ଚୀନ, ବ୍ରିଟେନÿ, ବ୍ରାଜିଲ ଭଳି ଶକ୍ତିଶାଳୀ ରାଷ୍ଟମାନେ ଯୋଗୁ କୋଭିଡ-୧୯ ଆଗରେ ମୁଣ୍ଡ ନୁଅାଁଇ ହାତ ଟେକି ଦେଇଥିଲାବେଳେ ଭାରତ ଭଳି ଏକ ବିକାଶନ୍ମୋଖୀ ରାଷ୍ଟ୍ର ପକ୍ଷରେ ଆମେ କଣ ଅବା କହିବା? କିନ୍ତୁ ଭାରତ କୋଭିଡ-୧୯କୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଯେଉଁ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି ବାସ୍ତବରେ ଏହା ଦେଶମାନଙ୍କ ପାଇଁ ଉଦାହରଣ ପାଲଟିବା ସହ ଭାରତ ତଥା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଭାରତ ଆପେଣେଇଥିବା ଲକଡାଉନ ତଥା ସଟଡାଉନ ତଥା କଂଟେନମେଂଟ୍ ଜୋନ ଘୋଷଣା ଭଳି କେତେକ ପଦକ୍ଷେପ ଯୋଗୁ କରୋନା ଭୂତାଣୁର ସଂକ୍ରମଣକୁ ରୋକାଯାଇଥିବା ଯୋଗୁଁ ବିଶ୍ୱ ବି ଆଶ୍ଚର୍ଯ୍ୟନ୍ୱିତ । ବିଶ୍ୱରେ ଆଜି କରୋନା ଅଣାୟତ ।
ଆମେରିକା କଥା ନକହିଲେ ଭଲ । ଚୀନ ତ ତଥ୍ୟ ଲୁଚାଉଛି । ଚୀନର ଉହାନ ସହରରୁ ଏହାର ଉତ୍ପତି ହୋଇଥିବା କୁହାଯାଉଥିବା ବେଳେ, ଚୀନ ତ ତଥ୍ୟା ଲୁଚାଇଛି । ଚୀନର ଉହାନ ସହରରୁ ଏହାର ଉତ୍ପତି ହୋଇଥିବା କୁହାଯାଇଥିବା ବେଳେ, ଚୀନ କିନ୍ତୁ ମାନିବାକୁ ନାରାଜ । ଆର୍ଥୀକ ସ୍ଥିତି ମଧ୍ୟ ସମଗ୍ର ବିଶ୍ୱରେ ସଙ୍ଗୀନ । ଆମ ଦେଶରେ ଆର୍ଥୀକ ସ୍ଥିତି ତଦୁପ ଥିଲେ ବି ସେମାନଙ୍କଠାରୁ ଭଲ ସ୍ଥିତିରେ ଅଛି । ବିଭିନ୍ନ ସମୟରେ ପର୍ଯ୍ୟାୟ କ୍ରମେ ବିଭିନ୍ନ କ୍ଷେତ୍ରକୁ ପ୍ୟାକେଜ୍ ଘୋଷଣା କରାଯାଇ ଆର୍ଥିକ ସ୍ଥିତିକୁ ନିୟନ୍ତ୍ରଣଧୀନ କରିବାକୁ ପ୍ରୟାସ କରାଯାଇଛି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧,୩୦,୮୬୮କୁ ୫୫,୦୦୦ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ୨୦୦୦ରୁ ଉଦ୍ଧ୍ୱର୍ ମରିଛନ୍ତି । କିନ୍ତୁ ଏହି ହିସାବକୁ ଲକ୍ଷ୍ୟ କଲେ ବିଦେଶରେ ଖୁବ୍ ଅଧିକା । ଚିନ୍ତା କରିବାର କିଛି ନାହିଁ । କରୋନା ଆକ୍ରମଣ ହେତୁ ବିପର୍ଯ୍ୟାସ୍ତ ହୋଇ ପଡ଼ିଥିବା ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବା ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ଏକ ବଡ ଧରଣର ପ୍ୟାକେଜ ଅର୍ଥାତ ୨୦ଲକ୍ଷ କୋଟି ସାହାଯ୍ୟ ଘୋଷଣା କରିଛନ୍ତି । ଦେଶର ସବୁବର୍ଗର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ।
ସେ କହିଥିଲେ ଏହି ପ୍ୟାକେଜ୍ ଆତ୍ମନିର୍ଭର କରିବାରେ ସହାୟକ ହେବ । ତାରି ସାଙ୍ଗକୁ ରିଜର୍ଭ ବ୍ୟାଙ୍କର ସାହାଯ୍ୟ ମଧ୍ୟ ବିଚାରକୁ ନିଆଯାଇପାରେ । ଆତ୍ମନିର୍ଭରଶୀଳ କରିବାରେ ଏହି ପ୍ୟାକେଜ କାମ କରିବ । ଏହି ଆର୍ଥିକ ସାହାଯ୍ୟ ମୋଟ ଜିଡିପିରେ ୧୦ ପ୍ରତିଶ୍ରତ । ଏହି ଘୋଷଣାର ବହୁ ପୂର୍ବରୁ ରିଜର୍ଭ ବ୍ୟାଙ୍କ୍ ୮ ଲକ୍ଷ ୧ ହଜାର ୬୦୩ କୋଟିର ପ୍ୟାକେଜ ଘୋଷଣା କରି ସାରିଛନ୍ତି । କୃଷି, ଶିଳ୍ପ,ସମେତ ଅନ୍ୟ କ୍ଷେତ୍ରର ବିକାଶ ନିମନ୍ତେ ବ୍ୟାଙ୍କମାନେ ଏହି ଟଙ୍କା ଋଣ ଭାବେ ଦେବେ । ଏହାପରେ ଅର୍ଥମନ୍ତ୍ରୀ ଏକ ଲକ୍ଷ ୮୨ ହଜାର ୮ ଶହ କୋଟି ଟଙ୍କାର ଏକ ଆର୍ଥିକ ପ୍ୟାକେଜ୍ କୃଷି କ୍ଷେତ ନିମନ୍ତେ କରିଥିଲେ । ଏମ୍.ଏସ୍.ଏମ୍.ଇ, ଏନ୍.ବି.ଏଫ୍.ସି, କୃଷି ତଥା ଶକ୍ତି କ୍ଷେତ୍ରରେ ବିନିିିଯୋଗ ପାଇଁ ୧୦ଲକ୍ଷ ୧୫ ହଜାର ୫୯୩ କୋଟି ଟଙ୍କା ଘୋଷଣା କରାଯାଇଛି ।
ପ୍ରବାସୀ ମଜଦୂର, ନାବାର୍ଡ ଏବଂ ମୁଦ୍ରା ଯୋଜନା ନିମନ୍ତେ ୩ଲକ୍ଷ ୧୦ ହଜାର କୋଟି, କୃଷି ନିମନ୍ତେ ୧ଲକ୍ଷ ୫୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଅନ୍ୟାନ୍ୟ କ୍ଷେତ୍ର ପାଇଁ ୪୮ ହଜାର ଏକ ଶହ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । କରୋନା ଏକ ଜାତୀୟ ବିପତି ଭାବେ ଦେଖା ପୂର୍ବରୁ ରିଜର୍ଭ ବ୍ୟାଙ୍କ ୨ଲକ୍ଷ ୮୦ ହଜାର କୋଟି ଟଙ୍କା ବଜାରକୁ ଛାଡିଥିଲା । ପୁଣି ୩ଲକ୍ଷ ୭୫ ହଜାର କୋଟି ଟଙ୍କା ଛାଡିଥିଲା । ଏଭଳି ଭାବେ ତୁହାକୁ ତୁହା ବ୍ୟାଙ୍କ (ରିଜର୍ଭ) ଅନ୍ୟ ବ୍ୟାଙ୍କ୍ ମାନଙ୍କୁ ଏବଂ ଜନସାଧାରଣଙ୍କ ଅକାଉଂଟଙ୍କୁ ଟଙ୍କା ଦେବାରେ ଲାଗିଲା । କେବଳ ଆର୍ଥିକ ମାନ୍ଦାବସ୍ଥାକୁ ଦୂରେଇବା ପାଇଁ । ଆତ୍ମ ନିର୍ଭରତା ହେବା ପାଇଁ । ମାନ୍ୟବର କ୍ଷୁଦ୍ର ଶିଳ୍ପ, ମଧ୍ୟମ ଶିଳ୍ପ ଏବଂ କୃଷି ଭିତିକ ଶିଳ୍ପକୁ ସାହାଯ୍ୟ କରିବା ପାଇଁ ଚୀନ ୩୦ ଦିନ ପାଇଁ ଫ୍ରି ପ୍ୟାକେଜ ଘୋଷଣା କରିଥିବାବେଳେ ଭାରତ ସରକାର ଏଭଳି ଘୋଷଣା କରି ଏକ ଉଲ୍ଲେଖନୀୟ ଘଟଣା ରଚିଛନ୍ତି । ସରକାର ଏ ଯେଉଁ ଟଙ୍କା ଘୋଷଣା କରିଛନ୍ତି, ଏହାର ବଜେଟ ସହିତ କିଛି ସମ୍ପର୍କ ନାହିଁ । ଏହି ଘୋଷଣା କରାଯାଇଥିବା ଟଙ୍କା ତାହା ଋଣ କରି କିମ୍ବା ଅଧିକ ଟିକସ ବସାଇ ଯୋଗାଡ କରାଯାଇଥାଇପାରେ ।
ଏ ସମୁଦାୟ ଟଙ୍କା ମୋଟ ଜିଡିପିର ୧୦ ପ୍ରତିଶତ । ଆମ ମାନ୍ୟବର ପ୍ରଧାନମନ୍ତ୍ରୀ ଏହା ବାଦ୍ ଋଣର ମଧ୍ୟ ବ୍ୟବସ୍ଥା କରିଛନ୍ତି କମ୍ ସୁଧହାରରେ କମ୍ ଇ.ଏମ୍.ଆଇରେ । ବିଶ୍ୱ ଆର୍ଥିକ ବ୍ୟବସ୍ଥା ଉପରେ ଅନେକ ବର୍ଷ ଧରି ପ୍ରଚଳିତ କାରବାରରେ ଆର୍ଥିକ ସଙ୍କଟ ସହ ଚୀନ ଓ ଆମେରିକାର ବାଣିଜ୍ୟ ଉପରେ ଅନେକକୁ ପ୍ରଭାବ ପକାଇବ । କରୋନାରୁ ରକ୍ଷା ପାଇବା ପାଇଁ ଲକଡାଉନ ନିୟମ ସହ ବାଣିଜ୍ୟ ବ୍ୟବସାୟ ଠପ୍ । ଅନେକ ଦେଶରେ ହଡକମ୍ପ ଦେଖାଦେବା ସହ ଆର୍ଥିକ ଗତିବିଧି ନିୟନ୍ତ୍ରିତ ରେଖାରୁ ଖସି ଯାଇଥିଲା । ଫଳରେ ଖୋଲାବଜାର କାରବାର ଆରମ୍ଭ ହେବାର କୌଣସି ସମ୍ଭାବନା ନାହିଁ । ଭାରତ, ଆମେରିକା ଏବଂ ୟୁରୋପ ଅନେକ ଦେଶ ଆତ୍ମନିର୍ଭରଶୀଳ ହେବାକୁ ଆହ୍ୱାନ ଦେଇଛନ୍ତି । ଯାହାଫଳରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଚୀନ ହେବାର ଆଶଙ୍କା ଉପୁଜିଛି ।
ଏହି ବିଶ୍ୱ ବଜାରର କ୍ଷତି ଯୋଗୁଁ ଦେଶ ମଧ୍ୟ ପ୍ରଭାବିତ ହେବା ଆଶକାଙ୍କୁ ଅଣଦେଖା କରିହେବ ନାହିଁ । ଆର୍ଥିକ ଆତ୍ମନିର୍ଭରତାର ଯୁଗର ଅୟଆରମ୍ଭ ହୋଇସାରିଛି । ଜାପାନ, ଆମେରିକା ଉକ୍ତ କମ୍ପାନୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛି, ଯେଉଁମାନେ ଅନ୍ୟ ଦେଶର କଳାକାରଖାନା ନିଜ ଦେଶକୁ ଆଣି ଚଳାଇବେ । ସେହିଭଳି, ୟୁରୋପୀୟ ସଂଗଠନ ଗୁଡିକ କମ୍ପାନୀରେ ସେୟାର କିଣିବାକୁ ନିଜର ପୁଞ୍ଜି ବୃଦ୍ଧି କରିଛନ୍ତି । ଏ ସବୁର ପ୍ରକୃତ ଉଦେ୍ଦଶ୍ୟ ଚୀନ ନିବେଶକୁ ରୋକିବା । କୋଭିଡ-୧୯ ପରେ ଏକ ନୂତନ ସର୍ବେକ୍ଷଣରୁ ଜଣାପଡ଼ିଛି ୨୫ ପ୍ରତିଶତ କମ୍ପାନୀଗୁଡିକ ଚୀନଠୁ ନିଜର କାରବାର ହ୍ରାସ କରିବା ପଛରେ ଅଛନ୍ତି ।
କୌଣସି ଦେଶ କି ରାଷ୍ଟ (ଚୀନ) ଉପରେ ଏତେ ନିର୍ଭରଶୀଳ ଆଦୌ ଉଚିତ ନୁହଁ । ବିଶ୍ୱ ରାଷ୍ଟ୍ର ସଂଗଠନରେ ଏହା ବି ମତ ପ୍ରକାଶ ପାଇଛି କୌଣସି ଦେଶ ବି ନିର୍ଦ୍ଦିଷ୍ଟ ଗୋଟିଏ ଦେଶ ଉପରେ ଏତେ ଟା ନିର୍ଭରଶୀଳ ହେବା ଶୁଭଙ୍କର ନୁହେଁ । ସାରା ଦୁନିଆରେ ଜନମତ ବିଶ୍ୱବ୍ୟାପୀ ଠାରୁ ଦୂରେଇ ଯାଉଛି । ବିଶ୍ୱବ୍ୟାପୀ ଆନେ୍ଦାଳନରେ ଆମେରିକା ଦ୍ୱାରା ଆହୃତ ବିଦେଶରୁ ରପ୍ତାନୀ ୨୦ ପ୍ରତିଶତ କମ୍ ହେବ । ୨୦୧୯ରେ ଚୀନ୍ ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କୁ ୪୨ ପ୍ରତିଶତ କିଟ୍ ପିପିଇ ଆଦି ଯୋଗାଇଛି । ଗ୍ରାମାଚଂଳରେ ରହୁଥିବା କୃଷି କର୍ମରେ ନିୟୋଜିତ ୫୦ ପ୍ରତିଶତ ଅଧିକ ଶ୍ରମ ଶକ୍ତିକୁ ଦେଶକୁ ଆବଶ୍ୟକ ଥିବା ଶସ୍ୟରେ ଜୈବିକ ପଦ୍ଧତିରେ ସନ୍ତୁଳିତ କୃଷି କର୍ମ ଦ୍ୱାରା ଉତ୍ପାଦନ କରିବାକୁ ପ୍ରୋସôାହନ ରାଶି ଯୋଗାଇ ଦିଆଯାଇଛି । ଗ୍ରାମାଚଂଳ ଲୋକ ଙ୍କ ପାଇଁ ଯୋଜନା ଗାଁରେ ହିଁ ହେବ ।
ଏପରିକି କୃଷି ଓ କୃଷି ଭିତିକ ଶିଳ୍ପରୁ ଆୟ ଅର୍ଥକୁ ପରବର୍ତୀ ସମୟରେ କିଭଳି ବିନିଯୋଗ ହୋଇପାରିବ ତାହା ଗାଁରେ ହିଁ ନିଷ୍ପତି ହେବ । କୃଷି ଓ ଆର୍ଥିକ ବିକାଶ ଦିଗରେ ଗାଁ ଓ ଗାଁ ଭିତରେ ପ୍ରତିଯୋଗିତା ହେବ । କରୋନା ଜନିତ ସମସ୍ୟା ଯୋଗୁଁ ଗାଁକୁ ଫେରିଆସିଥିବା ଶ୍ରମିକକୁ କାମ କରିବାର ସୁଯୋଗ ମିଳିବ । ଏଭଳି ସ୍ଥିତି ସରକାରୀ କର୍ମଚାରୀ ଅଧିକାରୀ ଓ ଲୋକପ୍ରତିନିଧିମାନେ କେବଳ ସେମାନଙ୍କୁ ସଂଯୋଜନା ଓ ପ୍ରୋସôାହନ ଦାୟିତ୍ୱ ନେଇ ସାହାଯ୍ୟ କରିବେ । କରୋନା ଭଳି ଏକ ବିଶ୍ୱ ବ୍ୟାପି ସଙ୍କଟମୟ ପରିସ୍ଥିତିରେ ଗତି କରୁଥିବାବେଳେ ବିଶ୍ୱ ବ୍ୟାଙ୍କରୁ ଭାରତକୁ ସହାୟତା ମଧ୍ୟ ଏକ ସ୍ୱାଗାତ ଯୋଗ୍ୟ ପଦକ୍ଷେପ । ରିଜର୍ଭ ବ୍ୟାଙ୍କ୍ ମଧ୍ୟ କେତେକ ଭଲ ପଦକ୍ଷେପ ନେଇଛନ୍ତି । ଋଣ ଗ୍ରହୀତା ତାଙ୍କଠାରୁ କିସ୍ତି ପରିଶୋଧ କରିବାରେ କୋହଳ ନୀତି ଅବଲମ୍ବନ କରିଛନ୍ତି ।
ମୋରୋଟାରିଏମ୍ ଜାରି କରିଛନ୍ତି । ଆର୍ଥିକ ସଙ୍କଟ ଯୋଗୁଁ ଦୁର୍ଦ୍ଦିନରେ ଗତି କରୁଥିବା କ୍ଷୁଦ୍ର, ମଧ୍ୟମ, ଅତିକ୍ଷୁଦ୍ର ଉଦ୍ୟୋଗ ଗୁଡିକ ଆର୍ଥିକ ସହାୟତା ଦେଇ ସଞ୍ଜୀବତ କରାଯାଇଛି । ଦେଶର ଅର୍ଥନୀତି ତଥା ମୋଟ ଘରୋଇ ଉତ୍ପାଦ(ଜିଡିପି) ଭେଳି ନିମ୍ନଗାମୀ ହୋଇଯାଉଥିଲା । ଏଭଳି ପ୍ୟାକେଜ ଘୋଷଣାରେ ଆବଶ୍ୟକତା ଥିଲା ବୋଲି ଅର୍ଥନୀତି ବିଶାରଦ ମାନେ ମତ ପୋଷଣ କରିଛନ୍ତି । ଅନ୍ୟ ପକ୍ଷରେ ବ୍ୟାଙ୍କଗୁଡିକୁ ଆଶ୍ୱସ୍ତି ପ୍ରକାଶ କରିବା ସହ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ ହ୍ରାସ କରି ବହୁତ କାମ କରିଛନ୍ତି । ଲକଡାଉନ ସମୟରେ ରିଜର୍ଭ ବ୍ୟାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି । ତାହା ହେଉଛି ଯେଉଁ ବ୍ୟାକ୍ତିି ବା ସଂସ୍ଥା ବ୍ୟାଙ୍କରୁ ଋଣ କରି ତାକୁ କିସ୍ତି ମୂତାବକ