Odisha news

ଖୋରଧା ନଗର କଂଗ୍ରେସ ପକ୍ଷରୁ ଅସହାୟ ପ୍ରବାସୀ ଶ୍ରମିକଙ୍କୁ ସହାୟତା

0

ଖୋର୍ଦ୍ଧା : ମହାମାରୀ କରୋନା ସହ ଆଜି ସାରା ଦେଶ ଲଢୁଛି  । ତେଣୁ ଭୁତାଣୁ ସଂକ୍ରମଣ ରୋକିବା  ଲାଗି ଦେଶର ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ ଜାରି ରହିଛି  । ଏହାର ପ୍ରଭାବରେ ସାରା ଦେଶରେ ତାଲା ବନ୍ଦ ରହିଛି, ଫଳରେ ପେଟ ପାଟେଣା ଲାଗି ଘର ଛାଡିଥିବା ଶ୍ରମିକମାନେ କାମ ଧନ୍ଦା ହରାଇ ନାନା ଆସୁବିଧାର ସମ୍ମୁଖୀନ ହେଉଛନ୍ତି  । ତାଲା ବନ୍ଦ ଯୋଗୁ ଶିଳ୍ପ ସଂସ୍ଥା ଗୁଡିକ ବନ୍ଦ ପଡିଛି  । ଚଳିବା ପାଇଁ ଜନତାଙ୍କ ପାଖରେ ଟଙ୍କାଟିଏ ନାହିଁ, ସବୁଆଡୁ ନିରାଶ ହୋଇ ବିଭିନ୍ନ ରାଜ୍ୟର ପ୍ରବାସୀ ଶ୍ରମିକମାନେ ନିଜ ଭିଟାମାଟିକୁ ଚାଲିଚାଲି ଏବଂ ମାଲବାହୀ ଗାଡିରେ ଅଖିଆ  ଅପିଆ, ବିପଦ ଶଙ୍କୁଳ ଭାବେ ଯାତାୟତ କରୁଥିବା ଦେଖିବାକୁ ମିଳୁଛି  ।

ଏଭଳି ପରିସ୍ଥିତିରେ ବିଭିନ୍ନ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସମାଜସେବୀମାନେ ସହାୟତାର ହାତ ବଢାଇଥିବାର ଦେଖାଯାଇଛି  । ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ ଦଳ ତରଫରୁ ଏଭଳି କାର୍ଯ୍ୟ ଅନେକ ଦିନ ହେଲା ଚାଲିଆସିଛି  ।  ଏହିପରିପ୍ରେକ୍ଷୀରେ ଭାରତୀୟ ଜାତୀୟ କଂଗ୍ରେସର ଆହ୍ୱାନ କ୍ରମେ ସାରା ଦେଶ ତଥା ରାଜ୍ୟରେ ଆହୁରି ବ୍ୟାପକ ଓ ବ୍ୟବସ୍ଥିତ ଭାବେ ସହଯୋଗ କରିବାର ଲକ୍ଷ୍ୟ ନେଇ ଖୋରଧା ନଗର କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥ ସନ୍ନିକଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକଠାରେ ଅସହାୟ ଓ ପ୍ରବାସୀ ଶ୍ରମିକଙ୍କୁ ସହାୟତା ନିମନ୍ତେ ଏକ ସେବାକେନ୍ଦ୍ର ଖୋଲାଯାଇଅଛି  ।

ଉକ୍ତ ସେବାକେନ୍ଦ୍ରରେ ଗୁରୁବାର ଅପରାହ୍ନରେ ଜିଲ୍ଲା କଂଗ୍ରେସ ସଭାପତି ସୁରେଶ କୁମାର ରାଉତରାୟ, ପ୍ରଦେଶ କଂଗ୍ରେସ ଉପସଭାପତି ଶୁଭେନ୍ଦୁ ମହାନ୍ତି, ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ର, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଜାନକୀ ବଲ୍ଲଭ ପଟ୍ଟନାୟକ (କନିଷ୍ଠ), ସ୍ୱାଗତୀକା ପଟ୍ଟନାୟକ, ଯୋଗୀନାଥ ବାହୁବଳେନ୍ଦ୍ର, ବିଶ୍ୱଭୂଷଣ ଛୋଟରାୟ, ପ୍ରଦେଶ କଂଗ୍ରେସର ପ୍ରବକ୍ତା ଅମିତ ମହାନ୍ତି, ଶିଶିର ପରିଡା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଉପାୟରେ ଭିଟାମାଟିକୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ସହ ପାଣି ବୋତଲ, ବାଟୋଇମାନଙ୍କୁ ପାଣି ଓ ଦହି ପାଣି ଆଦି ପ୍ରଦାନ କରିଥିଲେ । ଏଥିସହ ମହାମାରୀ କରୋନା ଦାଉରୁ ରକ୍ଷା ପାଇବା ପାଇଁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ନିମନ୍ତେ ସଚେତନ ମଧ୍ୟ କରାଇଥିଲେ  ।

ଅନ୍ୟମାନଙ୍କ ମଧ୍ୟରେ ବ୍ଳକ କଂଗ୍ରେସ ସଭାପତି ପଦ୍ମଚରଣ ରାୟ,ଜିତେନ୍ଦ୍ର ଚମ୍ପତି,ଯୁବ କଂଗ୍ରେସର ସଭାପତି ପ୍ଳାବନ ପଟ୍ଟନାୟକ,ପ୍ରଦୋଷ ହରିଚନ୍ଦନ,ନୃସିଂହ ମିଶ୍ର,ସିଲାଦିତ୍ୟ ପଟ୍ଟନାୟ. ଦ୍ୱାରିକା ମହାନ୍ତି, ପ୍ରଦୋଷ ସାହୁ, ବିଶ୍ୱ ରଞ୍ଜନ ପ୍ରଧାନ ଓ ଅକ୍ଷୟ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ ।

ସୂଚନାଯୋଗ୍ୟ ପ୍ରବାସୀ ଶ୍ରମିକମାନଙ୍କ କଷ୍ଟକୁ ଅନୁଭବ କରି ଓ ଆଗାମୀ ଦିନରେ ଦେଶର ଅର୍ଥନିତୀକୁ ଚଳଚଂଚଳ କରିବାର ଲକ୍ଷନେଇ ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମସ୍ତ ଗରିବ ପରିବାରକୁ ମାସକୁ ଟ.୭,୫୦୦/-ଙ୍କା ଲେଖାଏ ଆସନ୍ତା ଛଅ ମାସ ପର୍ଯ୍ୟନ୍ତ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଇବା ସହ ତୁରନ୍ତ ପ୍ରାଥମିକ ପର୍ଯ୍ୟାୟରେ ଟ.୧୦,୦୦୦/-ଙ୍କା ଅଗ୍ରୀମ ଆକାରରେ ଦେବାଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

Leave A Reply