Odisha news

ଶନିଦେବ ଉଦୟ ହେବେ କୁମ୍ଭ ରାଶିରେ : ଏହି ସବୁ ରାଶି ଉପରେ ରଖିବେ ରାଜଯୋଗ ପ୍ରଭାବ ,ମିଳିବ ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ସଫଳତା

0

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନେ ଗୋଟିଏ ନିଶ୍ଚିତ ଅନ୍ତରାଳ ରେ ଉଦୟ ଓ ଅସ୍ତ ହୋଇ ଥାଆନ୍ତି l ଯେତେବେଳେ କୌଣସି ଗ୍ରହ ଅସ୍ତ ହୋଇଥାଏ ତେବେ ତାର ଶୁଭ ପ୍ରଭାବ ରେ କିଛିଟା କମି ଆସିଥାଏ ଓ ଯେତେବେଳେ ଉଦୟ ହୋଇଥାଏ ସେତେବେଳେ ତାର ଶୁଭ ପ୍ରଭାବ ରେ ବୃଦ୍ଧି ହୋଇଥାଏ l ଗ୍ରହ ମାନଙ୍କର ଉଦୟ ଓ ଅସ୍ତ୍ର ସିଧା ପ୍ରଭାବ ଲୋକ ମାନଙ୍କର ଜୀବନ ଉପରେ ଦେଖିବାକୁ ମିଳିଥାଏ l ନ୍ୟାୟ ର ଦେବତା ଶନିଦେବ ୨୦୨୩ ମାର୍ଚ୍ଚ ମାସରେ ଉଦୟ ହେବା ସମୟରେ ମାନବ ଜୀବନ ସହିତ ଦେଶ ଦୁନିଆ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ l

କୁମ୍ଭ ରାଶିରେ ଶନି ଉଦୟ –
ଶନି ଦେବ ମାର୍ଚ୍ଚ ମାସର ଆରମ୍ଭରେ କୁମ୍ଭ ରାଶିରେ ଉଦୟ ହେବେ l  ଯାହାଦ୍ୱାରା ସେ ଶଶ ମହାପୁରୁଷ ରାଜଯୋଗ କରିବେ l  ଏହାର ଅର୍ଥ ଧନ ରାଜଯୋଗ କରିବେ l ଏହାର ପ୍ରଭାବ ରେ ଅନେକ ରାଶିରେ ରାଜଯୋଗ ଘଟିବ l  କିନ୍ତୁ ସମସ୍ତ ରାଶି ମଧ୍ୟରୁ ୩ଟି ରାଶିରେ ଏଭଳି ଯୋଗ ରହିବ ଯାହାଦ୍ୱାରା ଧନ ଲାଭର ମହାଯୋଗ ଖୋଲିଯିବ l ସେହି ୩ଟି ରାଶି ହେଲେ –

– କୁମ୍ଭ ରାଶି :
ମାର୍ଚ୍ଚ ୨୦୨୩ ରେ ଶନି ଏହି ରାଶିରେ ଉଦୟ ହେବେ l  ତେଣୁ ଶନିଙ୍କ ଉଦୟ ହେବ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ ଶୁଭ ଅଟେ l ଶନି ଆପଣଙ୍କ ଗୋଚର କୁଣ୍ଡଳୀ ରେ ଶଶ ରାଜଯୋଗ ଆଣିବେ l ଏହି ସମୟରେ କୁମ୍ଭ ରାଶିର ଯେଉଁ ବ୍ୟକ୍ତି ରାଜନୀତି ରେ ଯୋଡି ହୋଇଛନ୍ତି ସେମାନଙ୍କର ମାନସମ୍ମାନ ବୃଦ୍ଧି ହେବ l  ବ୍ୟବସାୟୀ ମାନଙ୍କର ବ୍ୟବସାୟ ବିସ୍ତାର ହେବ l କୁମ୍ଭ ରାଶିର ଯେଉଁ ବ୍ୟକ୍ତି ଲୁହ, ପେଟ୍ରୋଲିୟମ ପଦାର୍ଥ ସହିତ ଜଡିତ ସେମାନଙ୍କର ମଧ୍ୟ ଉନ୍ନତି ହେବ l ଏହି ସମୟରେ କୁମ୍ଭ ରାଶିର ବ୍ୟକ୍ତିଙ୍କର ଆତ୍ମବିଶ୍ୱାସ ବୃଦ୍ଧି ହେବ ଓ ଅବିବାହିତ ଲୋକଙ୍କର ବିବାହ କାର୍ଯ୍ୟ ସହଜରେ ହେବ l

– ସିଂହ ରାଶି :
ଶନି ଙ୍କର ଉଦୟ ହେବା ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ ଫଳଦାୟୀ l  କାହିଁକି ନା ଶନି ଆପଣଙ୍କ ଗୋଚର କୁଣ୍ଡଳୀ ରେ ସପ୍ତମ ସ୍ଥାନରେ ଧନ ଯୋଗର ନିର୍ମାଣ କରିବେ l  ଏହି ସମୟରେ ଆପଣ ପୈତୃକ ସମ୍ପତି ପ୍ରାପ୍ତ କରିବେ l  ବ୍ୟବସାୟୀ ଓ ଚାକିରିଆ ମାନେ ସଫଳତା ପାଇବେ l  ବିବାହିତ ମାନେ ନିଜ ଜୀବନ ସାଥି ଙ୍କ ପରାମର୍ଶ ରେ ଉନ୍ନତି କରିବେ l ସମ୍ପର୍କ ରେ ନିବିଡ଼ତା ଆସିବ l ଛାତ୍ରଛାତ୍ରୀ ମାନେ ସଫଳତା ପାଇବେ l

– ବୃଷ ରାଶି :
ବୃଷ ରାଶିର ବ୍ୟକ୍ତିଙ୍କ କୁଣ୍ଡଳୀ ରେ ଶନି ଦଶମ ସ୍ଥାନରେ ଉଦୟ ହେବେ l  ଏହି ସମୟରେ ବ୍ୟବସାୟ ଓ ଚାକିରୀରେ ଉନ୍ନତି କରିବେ l  ତେଣୁ ଏହି ସମୟ ଆପଣଙ୍କ କାର୍ଯ୍ୟ ପାଇଁ ଖୁବ ଶୁଭ ଅଟେ l  ଏହାଛଡା ସାହସ ଓ ପରାକ୍ରମଃ ମଧ୍ୟ ବୃଦ୍ଧି ହେବ l ନିଜ କାର୍ଯ୍ୟାଳୟ ରେ ଉଚ୍ଚ ଅଧିକାରୀ ମାନଙ୍କର ସହଯୋଗ ମିଳିବ l ନୂଆ ଚାକିରୀ ର ପ୍ରସ୍ତାବ ଆସିବ ଓ ବ୍ୟବସାୟ ରେ ବିସ୍ତାର ହେବ l

Leave A Reply