ନୂଆଦିଲ୍ଲୀ,୬ା୫(ଏଜେନ୍ସି): ଭାରତରେ ଅନେକ କ୍ରୀଡାରେ ମହିଳାଙ୍କ ପ୍ରଦର୍ଶନ ଉଚ୍ଚକୋଟୀର । ତଥାପି ଆମ ଦେଶରେ ମହିଳା କ୍ରୀଡା ଓ କ୍ରୀଡାବିତଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆହୁରି କିଛି ଦଶନ୍ଧି ଲାଗିପାରେ । ଭାରତୀୟ ମହିଳା ଟେନିସ୍ ତାରକା ସାନିଆ ମିର୍ଜା କହିଛନ୍ତି ଯେ, ଭାରତରେ ମହିଳା ଖେଳ ଦୀର୍ଘ ରାସ୍ତା ଅତିକ୍ରମ କରିଛି । କିନ୍ତୁ ସାଂସ୍କୃତି ପ୍ରସଙ୍ଗ ମୁଖ୍ୟ ପ୍ରତିବନ୍ଧକ ଭାବେ ଉଭା ହୋଇଛି । ସର୍ବଭାରତୀୟ ଟେନିସ୍ ଆସୋସିଏସନ୍ ଏବଂ ଭାରତୀୟ କ୍ରୀଡାପ୍ରାଧିକରଣ (ସାଇ) ପକ୍ଷରୁ ଆୟୋଜିତ ଅନ୍ଲାଇନ୍ କର୍ମଶାଳାରେ ୬ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ ବିଜୟିନୀ ସାନିଆ ମିର୍ଜା ମନର ଭାବନା ବ୍ୟକ୍ତ କରିଛନ୍ତି । ଏହି କର୍ମଶାଳାରେ ସେ ଜଣେ ମହିଳା ଖେଳାଳିଙ୍କ ପ୍ରତି ପିତା ମାତାଙ୍କ ଭୂମିକା ଓ କୋଚ୍ର ମନଭାବ ସମେତ ବିଭିନ୍ନ ପ୍ରସଙ୍ଗ ଉ‹ାପନ କରିଥିଲେ । ମୁଁ ଗର୍ବିତ ଯେ, କ୍ରିକେଟ୍କୁ ବାଦ ଦେଲେ ଅନ୍ୟାନ୍ୟ ସବୁ କ୍ରୀଡାରେ ବହୁ ମହିଳା ଶ୍ରେଷ୍ଠ କ୍ରୀଡାବିତ୍ ଅଛନ୍ତି ।