Odisha news

ରେଡ୍‌ ଜୋନ୍‌ କନିଆକୁ ଗ୍ରୀନ୍‌ ଜୋନ୍‌ ବର

0

ମାହାଙ୍ଗା : ରାଜ୍ୟ ସରକାର କରୋନା ମହାମାରୀ ଦୃଷ୍ଟି ଆଗରେ ରଖି ବିଭିନ୍ନ ଅଞ୍ଚଳରେ ଲକଡାଉନ ବ୍ୟବସ୍ଥା କଡାକଡି ଲାଗୁ କରିଥିଲା ବେଳେ ମାହାଙ୍ଗା ବ୍ଲକ୍‌ରେ ସରକାରୀ ନିୟମକୁ ପାଳନ କରିବାରେ ପ୍ରଶାସନ ବେଖାତିର କରୁଛି ତା’ର ଉଦାହରଣ ପାଲଟିଛି ମାହାଙ୍ଗା ବ୍ଲକ୍‌ର ଗୋକନ ପଞ୍ଚାୟତ । ରେଡଜୋନ୍‌ କନିଆକୁ ଆଣି ଗ୍ରୀନ୍‌ ଜୋନର ଗୋକନ ପଞ୍ଚାୟର ବର ସହ ସୁରୁଖୁରୁରେ ବାହାଘର କରିଦିଆଯାଇଥିବା ଅଭିଯୋଗ ହେଉଛି । ଆଜି ରେଡ ଜୋନ ଘୋଷିତ ଯାଜପୁର ଜିଲ୍ଳାର ବରୀ ଅଞ୍ଚଳର ଝିଅ କନିଆ ଗ୍ରୀନ୍‌ ଜୋନ ଘୋଷିତ କଟକ ଜିଲ୍ଲାର ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ ଗୋକନ ପଞ୍ଚାୟତର ଆଳୁନଟା ଗାଁର ସୌମ୍ୟରଞ୍ଜନ ଜେନାଙ୍କୁ ବୈଦିକ ରୀତିରେ ବାହା ହେବା ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବିଭାଘରରେ ସାମାଜିକ ଦୂରତ୍ୱକୁ ଓ ମାସ୍କ ପିନ୍ଧିବାରେ ସରକାରୀ ନିୟମକୁ ପାଳନ ନକରିବା ଦେଖିବାକୁ ମିଳିଥିଲା ।

Leave A Reply