ମାହିକା ଶର୍ମା କପିଲ ଶର୍ମାଙ୍କ ବଡ଼ ଫ୍ୟାନ୍ । ସେ ତାଙ୍କୁ ଡେଟ୍ କରିବାକୁ ଚାହୁଁଛନ୍ତି । ସେ କହିଛନ୍ତି- ‘କପିଲଙ୍କୁ ଦେଖିବାକୁ ମୋତେ ବହୁତ ଭଲ ଲାଗେ । ସେ ନିଜ ଉଦ୍ୟମରେ ମନୋରଞ୍ଜନ ଉଦ୍ୟୋଗକୁ ନୂଆ ପରିଚୟ ଦେଇଛନ୍ତି । ଭବିଷ୍ୟତରେ ସୁଯୋଗ ମିଳିଲେ ମୁଁ କପିଲ ଓ ଅନ୍ୟ କମେଡିଆନ୍ଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ପସନ୍ଦ କରିବି । କପିଲ ଜଣେ ବହୁତ ଭଲ ମଣିଷ । ତାଙ୍କ ସହ କାମ କଲେ ମୋତେ ବହୁତ କିଛି ଶିଖିବାକୁ ମିଳିବ । ଲକ୍ଡାଉନ୍ ସମୟରେ ମୋତେ କପିଲ ଓ ତାଙ୍କ ଶୋ’ ଦେଖିବାକୁ ମଜା ଲାଗୁଛି । କପିଲଙ୍କ ହସକୁ ମୁଁ ଖୁବ୍ ପସନ୍ଦ କରେ ।