Odisha news

ବାଲି ଉତ୍ତୋଳନକୁ ନେଇ ଓଡିଶା-ଝାରଖଣ୍ଡ ସୀମା ବିବାଦ

0

ବାରିପଦା : ବାଲି ଉତ୍ତୋଳନକୁ ନେଇ ଆନ୍ଧ୍ର ଓ ଓଡିଶା ସୀମା ବିବାଦ ପରେ ଝାରଖଣ୍ଡ ଓ ଓଡିଶା ସୀମା ବିବାଦ ଏବେ ସାମ୍ନାକୁ ଆସିଛି । ଏହିପରି ଘଟଣା ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଲକ ରିଘା ଗ୍ରାମ ନିକଟରେ ଥିବା କଙ୍ଗୀରା ନଦୀ ପଠାରେ ଦେଖିବାକୁ ମିଳିଛି । ଏଠାରୁ ଝାରଖଣ୍ଡ ରାଜ୍ୟର ବାଲି ମାଫିାଆମାନେ ବେଆଇନ ଭାବେ ଓଡିଶାକୁ ସୀମାରେ ଆସି ବେଧଡକ ବାଲି ଉତ୍ତୋଳନ କରୁଥିବାବେଳେ ସ୍ଥାନୀୟ ଜନସାଧାରଣ ପ୍ରଶାସନକୁ ଅବଗତ କରିଥିଲେ ।

ଅପରପକ୍ଷରେ ଓଡିଶାର କିଛି ବାଲି ଉତ୍ତୋଳନ ପାଇଁ ଯାଇଥିବା ଗାଡିକୁ ଝାରଖଣ୍ଡ ପ୍ରଶାସନ ଜୋର ଜବରଦସ୍ତ ଉଠାଇ ନେଇ ମୋଟା ଅଙ୍କର ଫାଇନ୍ ଆଦାୟ କରୁଛି । ତେବେ ଏହାକୁ ବିରୋଧ କରି ସ୍ଥାନୀୟ ପ୍ରଶାସନ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ପରେ ଆଜି ଏହାର ମିଳିତ ସୀମା ନିଧାରଣ କରାଯାଇଛି । ତେବେ ଗତ ତିନିଚାରି ବର୍ଷ ପୂର୍ବରୁ ଏଇ ନଦୀ ସୌରାତକୁ ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ଲିଜ୍ ଦେଇଥିବାବେଳେ ଏଠାରେ ଏବେ ଦେଖା ଦେଇଛି ସୀମା ବିବାଦ ।

କିଛିଦିନ ହେବ ଝାରଖଣ୍ଡ ଅଞ୍ଚଳର ବାଲି ମାଫିଆମାନେ ଓଡିଶା ପଶିଆସି ବେଆଇନ୍ ଭାବେ ବାଲି ଉତ୍ତୋଳନ କରୁଥିବା ଜିଲ୍ଲାପ୍ରଶାସନ ପାଖରେ ଅଭିଯୋଗ କରୁଥିଲେ ଲିଜ୍ ଧାରୀ । ଏହି ଅଭିଯୋଗ ପରେ ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ଝାରଖଣ୍ଡ ପ୍ରଶାସନକୁ ଅବଗତ କରାଇବା ପରେ ଆଜି ଏହାର ମିଳିତ ଭାବେ କରଞ୍ଜିଆ ଉପଜିଲ୍ଲାପାଳ ଡଃ ରଜନୀ କାନ୍ତ ବିଶ୍ୱାଳ, ଉପଖଣ୍ଡ ପୋଲିସ ଅଧିକାରୀ ସତ୍ୟ ବିକାଶ ଭୂୟାଁଙ୍କ ନେତୃତ୍ୱରେ ସ୍ଥାନୀୟ ପ୍ରଶାସନ ସହିତ ଝାରଖଣ୍ଡ ରାଜ୍ୟର କିଛି ତସହିଲଦାର ଓ ପୋଲିସ ପ୍ରଭୁଖ ଅଧିକାରୀଙ୍କ ସହିତ ମିଳିତ ସହଯୋଗରେ ସୀମା ନିଧାରଣ କରାଯାଉଅଛି । ତେବେ ଦେଖିବା ପାଇଁ ବାକି ରହିଲା ଏହି ଜମି ବିବାଦର ସମାଧାନ ବାଟ ବାହାରୁଛି ନା ଆନ୍ଧ୍ର ପରି ଝାରଖଣ୍ଡ ସରକାର ନିଜର ହାକିମାତି ଆଗକୁ ଜାରି ରହୁଛି ତାହା ଦେଖିବା ପାଇଁ ବାକି ରହିଲା ।

ଏଠାରେ ସୂଚନାଯୋଗ୍ୟ ଯେ, ଓଡିଶା ଓ ଝାରଖଣ୍ଡ ସୀମା ବିବାଦ ଦୀର୍ଘ ୪ ବର୍ଷର । ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଲକରେ ୪ଟି ସ୍ଥାନରେ ଏହିପରି ସୀମା ବିବାଦ ଲାଗିରହିଥିବାବେଳେ ଆଜି ଗୋଟିଏ ସୀମା ଚିହ୍ନଟ ହୋଇଛି ଏବଂ ଆଉ ତିନୋଟି ପର୍ଯ୍ୟାୟ କ୍ରମରେ ଚିହ୍ନଟ ହେବ ବୋଲି ସୂଚନା ଦିଆଯାଇଛି ।

Leave A Reply