Odisha news

ଭାରତୀୟ ବଂଶୋଦ୍ଭବ ଋଷି ସୁନକ କିଏ ? ଯିଏ କି ହୋଇ ପାରନ୍ତି ବ୍ରିଟେନ ର ଆଗାମୀ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ : ଦଳର ବିଶ୍ୱାସ ଘାତକତା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋଋଷ ଜନ୍ସନ ଇସ୍ତଫା ଦେଇଛନ୍ତି l କଂଜରଭେଟିବ ଦଳର ୪୧ ଜଣ ମନ୍ତ୍ରୀ ଦୁଇଦିନ ମଧ୍ୟରେ ଇସ୍ତଫା ଦେଇ ସାରିଛନ୍ତି l ଯାହାକୁ ନେଇ ଜନ୍ସନ ଙ୍କ ଉପରେ ଇସ୍ତଫା ଦେବାକୁ ଚାପ ବଢି ଯାଇଥିଲା l

ବୋରିସ ଙ୍କ ଉପରେ ଚାପ ପଡିବ ଜୁଲାଇ ୫ରୁ ଆରମ୍ଭ ହୋଇଥିଲା, ଯେତେବେଳେ ବ୍ରିଟେନ ସରକାର ରେ ଅର୍ଥ ମନ୍ତ୍ରୀ ଥିବା ଋଷି ସୁନକ ଇସ୍ତଫା ଦେଇ ଦେଇଥିଲେ l ଏହାପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ସଯିଦ ୱାଜିଦ ମଧ୍ୟ ଇସ୍ତଫା ଦେଇଥିଲେ ଓ ଏହାପରେ ବୋରିସ ଙ୍କ ପ୍ରଧାନମନ୍ତ୍ରୀ ପଦବୀକୁ ନେଇ ସଙ୍କଟ ଆହୁରି ବଢି ଯାଇଥିଲା l କଞ୍ଜରଭେଟିବ ଦଳର ବର୍ତମାନ ସୁଦ୍ଧା ଆଉ ୪ଜଣ କ୍ୟାବିନେଟ ମନ୍ତ୍ରୀ  ଇସ୍ତଫା ଦେଇ ସାରିଲେଣି l

ସୂଚନା ଯୋଗ୍ୟ ଯେ ବୋରିସ ଙ୍କ ମନ୍ତ୍ରୀ ମଣ୍ଡଳରେ ଥିବା ଅର୍ଥ ମନ୍ତ୍ରୀ ଋଷି ସୁନକ ଯିଏକି ଭାରତୀୟ ବଂଶୋଦ୍ଭବ ଅଟନ୍ତି ସେ ପ୍ରଧାନମନ୍ତ୍ରୀ ଦୌଡ଼ ରେ ଆଗରେ ଅଛନ୍ତି l ସୁନକ
ଇନ୍ଫୋସିସ ର ସହ ସଂସ୍ଥାପକ ଓ ଭାରତର ଜଣାଶୁଣା ବ୍ୟବସାୟୀ ନାରାୟଣ ମୂର୍ତି ଙ୍କ ଜ୍ୱାଇଁ ଅଟନ୍ତି l

୪୨ ବର୍ଷୀୟ ସୁନକ ଫେବୃଆରୀ ୨୦୨୦ ରେ ଇତିହାସ ରଚିଥିଲେ l ଯେତେବେଳେ ବୋରିସ ଜନ୍ସନ ସରକାର ତାଙ୍କୁ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ l ଏହା ସହିତ ଏହାମଧ୍ୟ ସୂଚନା ମିଳିଛି ଯେ ଚଳିତ ବର୍ଷ ଜାନୁଆରୀ ମାସରେ ଜଣେ ସଟେବାଜ  ଭବିଷ୍ୟବାଣୀ ଦେଇଥିଲେ ଯେ ବରୀଶ ଜନ୍ସନ ଖୁବ ଶୀଘ୍ର ଇସ୍ତଫା ଦେବେ ଓ ତାଙ୍କ ସ୍ଥାନରେ ଋଷି ସୁନକ ନୂଆ ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି l

ସୁନକ ଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ଦୌଡ଼ ରେ ପେନି ମୋରଡାଣ୍ଟ, ବେନ ବାଲେସ, ସାଯିଦ ୱାଜିଦ, ଲିଜ ଟ୍ରସ ଓ ଡୋମିନିକ ରାଓ ଙ୍କ ନାମ ମଧ୍ୟ ସାମ୍ନା କୁ ଆସିଛି l ଋଷି ଙ୍କ ମାତାପିତା ଭାରତୀୟ ମୂଳ ଅଟନ୍ତି l ତାଙ୍କ ପିତା ଜସବୀର ଙ୍କ  ଜନ୍ମ ଓ ପାଳନ ପୋଷଣ କେନିଆରେ ହୋଇଥିଲୋ ତାଙ୍କ ମାତା ଉଷା ଙ୍କ ଜନ୍ମ ତାଞ୍ଜାନିଆ ରେ ହୋଇଥିଲା l ଋଷି ଙ୍କ ଜେଜେ ଓ ଜେଜେମା ଙ୍କ ଜନ୍ମ ପଞ୍ଜାବ ପ୍ରାନ୍ତରେ ହୋଇଥିଲା l

Leave A Reply