ନୂଆଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବଡ଼ର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳର ପ୍ରଥମ ଇନିଂସରେ ୨୪୪ ରନ ହୋଇଥିଲା ଏବଂ ଗୋଲାପୀ ରଙ୍ଗର ବଲରେ ହୋଇଥିବା ଏହି ଟେଷ୍ଟରେ ଭାରତ ଭଲ ପଦର୍ଶନ କରିଥିଲା l ଅଷ୍ଟ୍ରେଲିଆର ଦୁଇଜଣ ବ୍ୟାଟ୍ସମ୍ୟାନକୁ ଆଉଟ କରି ପାବିଲିୟନ ପଠାଇ ଦେଇଥିଲା l ଯେତେବେଳେ ଭାରତୀୟ ବୋଲର ମହମଦ ସାମୀ ବୋଲିଂ କରିବାକୁ ଆସିଥିଲେ ସେତେବେଳେ ତାଙ୍କୁ ଦର୍ଶକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ l ସାମୀ ଏହି ମ୍ୟାଚରେ ଫାଟି ଯାଇଥିବା ଜୋତା ପିନ୍ଧି ଖେଳୁଥିଲେ l
ସେତିକି ବେଳେ ସାମୀଙ୍କର ଜୋତା ଉପରେ କ୍ୟାମେରାର ଫୋକସ ପଡିଲା ଦେଖା ଯାଇଥିଲା ଯେ ବାମ ପଟର ଜୋତାଟି ଆଗରୁ ଫାଟି ଯାଇଛି l ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି କମେଟ୍ରି ବକ୍ସରେ ଏହି ବିଷୟରେ କଥା ହେଉଥିବାର ନଜର ଆସିଥିଲା l କମେଟ୍ରି ବକ୍ସରେ ସେନ ୱାର୍ନ କହିଥିଲେ ଯେ ସାମୀଙ୍କର ହାଇ ଆର୍ମ ଆକ୍ସନ ଅଟେ l ସେଥିପାଇଁ ଯେତେବେଳେ ନିଜର ବୋଲିଂ ଆକ୍ସନରେ ଆସୁଛନ୍ତି ସେତେବେଳେ ବାମ ପାଦର ବୁଢା ଆଙ୍ଗୁଠି ଜୋତାର ଆଗ ପଟରେ ବାଜୁଛି l
ଯାହା ଦ୍ୱାରା ତାଙ୍କୁ ବୋଲିଂ କରିବାକୁ ଅସୁବିଧା ହେଉଛି l ସେହି କାରଣରୁ ସେ ବାମ ଗୋଡ଼ର ଜୋତାରେ କଣା କରି ଦେଇଛନ୍ତି ,କାରଣ ତାଙ୍କୁ ବୁଢା ଆଙ୍ଗୁଠି ରଖିବା ପାଇଁ ଭଲରେ ଜାଗା ମିଳିବ l ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଶା କରୁଛୁ ସାମୀ ବ୍ୟାଟିଂ କରିବା ସମୟରେ ଫଟା ଜୋତା ପିନ୍ଧିବେ ନାହିଁ କାହିଁକିନା ଅଷ୍ଟ୍ରେଲିଆର ଦ୍ରୁତ ବୋଲର ୟାର୍କର ତାଙ୍କର ଅବସ୍ଥାକୁ ଖରାପ କରି ଦେଇ ପାରନ୍ତି l ଏହା କହି ସେ ହସିବାକୁ ଲାଗିଲେ l
