ନୂଆଦିଲ୍ଲୀ : ପାକିସ୍ତାନ ଉପରେ ସେନାର ପରାକ୍ରମର ଭୟ ଛାଇ ହୋଇ ରହିଛି ,ତାକୁ ଭୟ ରହିଛି ଯେ ଭାରତ ଆଉ ଥରେ ସର୍ଜିକାଲ ଷ୍ଟ୍ରାଇକ କରିପାରେ l ପାକିସ୍ତାନର ବିଦେଶମନ୍ତ୍ରୀ ସାହା ମେହେମ୍ମୁଦ କୁରେସି ଶୁକ୍ରବାର ଦିନ UAE ରେ କହଛନ୍ତି ଯେ ପାକିସ୍ତାନ ପାଖରେ ଭାରତ ଦ୍ୱାରା ହେବାକୁ ଥିବା ଆଗାମୀ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ରହିଛି l କୁରେସି କହିଛନ୍ତି ଯେ ଗୁଇନ୍ଦା ସୂତ୍ରରୁ ମୋ ପାଖରେ ଖବର ରହିଛି ଯେ ଭାରତ ପାକିସ୍ତାନ ବିରୁଦ୍ଧରେ ସର୍ଜିକାଲ ଷ୍ଟ୍ରାଇକ କରିବାର ପ୍ଲାନ କରୁଛି l ଏହା ଏକ ଗମ୍ଭୀର ସମସ୍ୟା ଅଟେ l
ମତେ ଏହି ଖବର ବିଷୟରେ ଜଣା ପଡିଛି ଯେ ଭାରତ ଏଥିପାଇଁ ନିଜର ମହତ୍ୱପୂର୍ଣ୍ଣ ସହଯୋଗୀ ମାନାଙ୍କ ନିକଟରୁ ଅନୁମୋଦନ ନେବା ପାଇଁ ଚେଷ୍ଟା କରିବ l ଯାହାକୁ ନିଜର ବନ୍ଧୁ ବୋଲି ଭାବୁଛି ,ଭାରତରେ ବଢୁଥିବା ଗମ୍ଭୀର ଆନ୍ତରିକ ମୁଦା ଉପରୁ ଧ୍ୟାନ ହଟାଇବା ପାଇଁ ଏହି ପ୍ରକାରର ଯୋଜନା କରାଯାଇପାରେ l ପାକିସ୍ତାନର ବିଦେଶମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଆମେ ବିଶ୍ୱକୁ ମନେ ପକାଇ ଦେଉଛୁ ଯେ ଶାନ୍ତି ଏକ ସାମୁହିକ ଦାଇତ୍ୱ ଅଟେ l ଭାରତ ନିଜର ଘରୋଇ ସମସ୍ୟାରୁ ଧ୍ୟାନ ହଟାଇବାକୁ ଚେଷ୍ଟାରେ ରହିଛି ଓ ଆମକୁ ଅସ୍ଥିର କରିବାକୁ ଚାହୁଁଛି l
ଏହା ପ୍ରଥମଥର ନୁହେଁ ଯେ ପାକିସ୍ତାନ ପକ୍ଷରୁ ଏହିପରି ମୂଲ୍ୟହୀନ ବୟାନ ଆସିଛି l ନିକଟରେ ପାକିସ୍ତାନର ପ୍ରମୁଖ ଖବର କାଗଜରେ ପ୍ରକାଶ ପାଇଥିଲା ଯେ ଗୁଇନ୍ଦା ବିଭାଗରୁ ସଂକେତ ମିଳିଛି ଯେ ଦିଲ୍ଲୀରେ ଜାରି ରହିଥିବା ଚାଷୀ ଆନ୍ଦୋଳନରୁ ଧ୍ୟାନ ହଟାଇବା ପାଇଁ ଭାରତ ଅନ୍ୟ କୌଣସି ଦୁଃସାହସ କରି ପାରେ l ସେନା ପକ୍ଷରୁ ସୂଚନା ମିଳିଥିବାକୁ ନେଇ ଖବର କାଗଜରେ ଲେଖା ହୋଇଥିଲା ଯେ ସର୍ଜିକାଲ ଷ୍ଟ୍ରାଇକ ଭୟରେ ପାକିସ୍ତାନ ଭାରତ ସୀମାରେ ସୈନିକ ମାନଙ୍କୁ ସଜାଗ କରାଇ ଦେଇଛି l
LOC ଓ ଭାରତ ପାକିସ୍ତାନ ୱର୍କିଙ୍ଗ ବାଉଣ୍ଡ୍ରି ନିକଟରେ ପାକିସ୍ତାନ ସୈନିକ ମାନଙ୍କୁ ସଜାଗ କରାଇ ଦିଆଯାଇଥିଲା l ୨୦୧୬ ରେ ସର୍ଜିକାଲ ଷ୍ଟ୍ରାଇକ ଦ୍ୱାରା ପାକିସ୍ତାନର ଅନେକ ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂଶ ହୋଇଥିଲା l ଗତବର୍ଷ ପୁଲବାମା ଆକ୍ରମଣ ପରେ ଭାରତ ଏୟାର ଷ୍ଟ୍ରାଇକ ଜରିଆରେ ବଲାକୋଟରେ ଆକ୍ରମଣ କରି ପାକିସ୍ତାନକୁ ବୁଦ୍ଧି ଶିଖାଇ ଥିଲା l ସେହି ଘଟଣାକୁ ମାନେ ପକାଇ ଏବେ ମଧ୍ୟ ଭୟରେ ଥାରୁଛି ପାକିସ୍ତାନ l
