ନୂଆଦିଲ୍ଲୀ: ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଠାରେ କୋଭିଡ୍-୧୯ ଲକ୍ଷଣ ଦେଖାଦେବାରୁ ତାଙ୍କୁ ଗୁରଗାଓଁରେ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଚିକିତ୍ସା ପାଇଁ ଗୁରଗାଓଁର ମେଦାନ୍ତ ହସ୍ପିଟାଲ୍ରେ ତାଙ୍କୁ ଭର୍ତ୍ତି କରାଯାଇଥିବା ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି।।
ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଦଳରେ ଜଣେ ଟାଣୁଆ ପ୍ରବକ୍ତା ଭାବେ ଜଣାଶୁଣା। ଜାତୀୟ ଗଣମାଧ୍ୟମଗୁଡ଼ିକରେ ଦଳ ପକ୍ଷରୁ ଖୁବ୍ ମଜ୍ଭୁତ ଭାବେ ପକ୍ଷ ରଖିବା ନେଇ ସେ ବେଶ୍ ଜଣାଶୁଣା। ସୋସିଆଲ୍ ମିଡିଆରେ ମଧ୍ୟ ସେ ଖୁବ୍ ସକ୍ରିୟ ରୁହନ୍ତି।
ଗତ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ପୁରୀରୁ ସାଂସଦ ପ୍ରାର୍ଥୀ ଭାବେ ଛିଡ଼ା କରିଥିଲା।