Odisha news

ମହୁ ଓ ଲେମ୍ବୁ ସର୍ବତ ପିଅନ୍ତୁ ନିଜକୁ ଫିଟ୍ ରଖନ୍ତୁ

0

“ଜଳହିଁ ଜୀବନ” l କାରଣ କୌଣସି ମଣିଷ ଜଳବିନା ବଞ୍ଚିବା ସମ୍ଭବ ନୁହେଁ l ଜଳ ଆମ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l ଓ ଶରୀରକୁ ଡିହାଇଡ୍ରେଡ଼ ହେବାରୁ ରକ୍ଷା କରେ l ଏହା ସହିତ ଆମର ମେଟାବୋଲିଜିମ କୁ ବଢ଼ାଇ ଯୋଜନାକୁ ନିୟନ୍ତ୍ରଣ କରିଥାଏ l ଆଜି ଆମେ କେବଳ ପାଣି ବିଷୟରେ ନୁହେଁ ବରଂ ପାଣି ସହିତ ଲେମ୍ବୁ ଓ ମହୁର ସମିଶ୍ରଣରେ ଆମ ଶରୀରର କି ଲାଭ ହୋଇଥଏ ସେ ବିଷୟରେ ଜାଣିବା l

ଲେମ୍ବୁ ଇମ୍ୟୁନିଟି ବଢାଇବା ସହିତ ପଚାନା କ୍ରିୟାକୁ ଠିକ ରଖିଥାଏ l ମହୁ ଥଣ୍ଡା କାଶରୁ ଆରାମ ଦେଇଥାଏ l
ଲେମ୍ବୁ-
* ଭିଟାମିନ-ସି ରେ ଭରପୁର l ଥାଇମିନି ,ନଆସିନ ,ରୀଵପ୍ଲୋସିଂ,ଭିଟାମିନ-ବି ୬ ,ଭିଟାମିନ-ଇ ପ୍ରଭୃତି ଥାଏ
* ୧00 ଗ୍ରାମ ଲେମ୍ବୁ ରସରେ ମାତ୍ର ୨୯ ଗ୍ରାମ କ୍ୟାଲୋରୀ ଥାଏ l
* ଲେମ୍ବୁ ଦ୍ୱାରା ଶରୀରରେ ପି ଏଚ ଲେବୁଲ ସ୍ତର ଠିକ ରହିଥାଏ l
* ଲେମ୍ବୁ ଆଣ୍ଟି ଏଜିଙ୍ଗ ହେବ ସହିତ ଆଣ୍ଟି ଆକ୍ସିଡେଣ୍ଟ ମଧ୍ୟ ଥାଏ l
ମହୁ-
* ମହୁରେ କାର୍ବୋହାଇଡ୍ରେଡ଼ ,ପ୍ରୋଟିନ ଥାଏ l
* ଭିଟାମିନ-ଏ ,ବି ଓ ସିରେ ଭରପୁର ଅଟେ l
* ଏଥିସହିତ ଆଇରନ , ମ୍ୟାଗନେସିୟମ ,କ୍ୟାଲ୍ସିଅମ ଓ ସୋଡ଼ିଅମ ଆଦି ଗୁଣ କାରି ତତ୍ୱ ଅଛି l
* କୋଷ୍ଠକାଠିନା ରୁ ଆରମ ଦେଇଥାଏ -ଯଦି ଆପଣଙ୍କର କୋଷ୍ଠକାଠିନ ହେଉଛି ତେବେ ପ୍ରତିଦିନ ଲେମ୍ବୁ ଓ ମହୁର ମିଶ୍ରଣକୁ ଉଷୁମୁ ପାଣିରେ ମିଶାଇ ପିଅନ୍ତୁ l ଏହା ଦ୍ୱାରା ଆପଣଙ୍କର ଓଜନ ହ୍ରାସ ହେବ ସହିତ କୋଷ୍ଠକାଠିନରୁ ମୁକ୍ତି ଦବ l
* ପାଚନ ତନ୍ତ୍ରକୁ ଉନତ କରିଥାଏ -ଲେମ୍ବୁରା ବ୍ୟବହାର ଦ୍ୱାରା ଆମର ଯକୃତ ଅଧିକ ପରିମାଣରେ ପିତ ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ l ଯାହାଫଳରେ ଆପଣଙ୍କ ପାଚନ ପ୍ରକ୍ରିୟା ସୁଦୃଢ ହେବ ସହିତ ଖାଦ୍ୟ ପଦାର୍ଥ ସହଜରେ ହଜମ ହୋଇଯାଏ lଏହା ସହିତ ମହୁରେ ଆଣ୍ଟି ବ୍ୟାକ୍ଟେରିଆ ମିଳିଥାଏ ଯାହା ଯକୃତକୁ ସଂକ୍ରମଣରୁ ରକ୍ଷାକରେ l
* ଉଜ୍ବଳ ଓ ସୁନ୍ଦର ତ୍ୱଚା ହେବାରେ ସାହାଯ୍ୟ କରେ -ଲେମ୍ବୁରୁ ସ୍ୱେନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ l ଲେମ୍ବୁ ଆମ ରକ୍ତକୁ ସଫା ରଖିଥାଏ ଯାହା ଦ୍ୱାରା ଆମର ତ୍ୱଚା ଉଜ୍ବଳ ଦିଶେ l ମହୁ ଓ ପାଣି ଚର୍ମରେ କଲେଜନ ନିର୍ମାଣ କରିବାରେ ସାହାଯ୍ୟ କରେ ଯାହା ଦ୍ୱାରା ଆମର ଚର୍ମ ବିଭିନ୍ନ ସଂକ୍ରମଣରୁ ରକ୍ଷା ପାଏ l
* ପ୍ରାଚୀନ କାଳରେ ମହୁକୁ ଜୀବାଣୁ ରୋଧକ ଭାବରେ ପ୍ରୟୋଗ କରା ଯାଉଥିଲା l ମହୁ ଏକ ହୈପରସ୍ମଟିକ ଏଜେଣ୍ଟ ହୋଇଥିବାରୁ ଘାଆ କୁ ଶୀଘ୍ର ଭଲକରିଦିଏ ବୋଲି କୁହାଯାଏ l
* ମହୁରେ ଆଣ୍ଟି ଆକ୍ସିଡେଣ୍ଟ ଅଛି ଯାହା ଟିୟୁମର ହେବ ପାଇଁ ଦିଏ ନାହିଁ l ମହୁ ଯକୃତ କ୍ୟାନ୍ସରରୁ ମଧ୍ୟ ଦୁରେଇ ରଖେ l

Leave A Reply