Odisha news

କ୍ୱାରେନଟାଇନ ଗୃହରେ ପ୍ରସବ କଲେ ମହିଳା , ମାଆ ଓ ଶିଶୁ ପୁତ୍ର ସୁସ୍ଥ ଅଛନ୍ତି।

0

ବୋରିଗୁମ୍ମା (K.sakil dora)– ବୋରିଗୁମ୍ମା ବ୍ଲକ କାଠରଗଡା ଠାରେ ଥିବା କ୍ୱାରେନଟାଇନ ଗୃହ ରେ ଜଣେ ମହିଳା ପ୍ରସବ କରିଛନ୍ତି। ସେ କ୍ୱାରେନଟାଇନ ଗୃହରେ ଏକ ଶିଶୁ ପୁତ୍ର କୁ ଜନ୍ମ ଦେଇଛନ୍ତି। ଉଭୟ ମାଆ ଓ ଶିଶୁ ପୁତ୍ର ଭଲ ଅଛନ୍ତି। ଘଟଣା ଅନୁସାରେ କାଠରଗଡା ପଞ୍ଚାୟତ ଅଧିନ ପ୍ରଧାନୀପୁଟ ଗ୍ରାମର ଉଭୟ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ଆନ୍ଧ୍ରପ୍ରଦେଶ  ର ଭଦ୍ରାଚଲମ ଯାଇ ସେଠାରେ ଏକ ଇଟା ଭାଟିରେ କାମ କରୁଥିଲେ। ମହାମାରୀ କରୋନା ଭାଇରସ ଯୋଗୁଁ ଲକ ଡାଉନ ପାଇଁ ନିଜ ଅଞ୍ଚଳ ବୋରିଗୁମ୍ମା ବ୍ଲକ କାଠରଗଡା ପଞ୍ଚାୟତ କୁ ଫେରିଥିଲେ।

ନିଜ ଅଞ୍ଚଳ କୁ ଉଭୟ ସ୍ଵାମୀ ଓ ସ୍ତ୍ରୀ ଫେରିବା ପରେ ଉଭୟ କାଠରଗଡା ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ୱାରେନଟାଇନ ଗୃହ ରେ ଗତ ସାତ ହେବ ରହି ଆସୁଥିଲେ। କ୍ୱାରେନଟାଇନ ଗୃହ ରେ ରହିବା ସମୟରେ ମହିଳା ଜଣକ ଗର୍ଭବତୀ ରହିଥିଲେ। ବୁଧବାର ଦିନ ସନ୍ଧ୍ୟା ୭ ଟାରେ ପ୍ରସବ ବେଦନା ହେବା ପରେ ସ୍ଥାନୀୟ ଏ ଏନ ଏମ କାଳିଲତା ସେଠୀ, ଆଶା କର୍ମୀ ମାନେ ତୁରନ୍ତ କ୍ୱାରେନଟାଇନ ଗୃହରେ ପହଂଚି ମହିଳା ଙ୍କୁ ପ୍ରସବ କରାଇଥିଲେ।ସେଠାରେ ମହିଳା ଏକ ଶିଶୁ ପୁତ୍ର କୁ ଜନ୍ମ ଦେଇଥିଲା।ବ୍ଲକ ବିଡିଓ ପ୍ରଣୟ ରଂଜନ ବେହେରା ଙ୍କୁ ଖବର ଦେବା ପରେ ବିଡିଓ ମହାଶୟ ତୁରନ୍ତ ଆମ୍ବୁଲାନ୍ସ ପଠାଇଥିଲେ। ମହିଳା ଓ ଶିଶୁ ପୁତ୍ର କୁ ଅଧିକ ଚିକିତ୍ସା ପାଇଁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ।

ସେଠାରେ ଡାକ୍ତର ମାନେ ମାଆ ଓ ପୁଅ ର ଚିକିତ୍ସା କରୁଛନ୍ତି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ମାଆ ଓ ଜନ୍ମିତ ଶିଶୁ ପୁତ୍ର ର ସ୍ୱାସ୍ଥ୍ୟବସ୍ଥା ଡାକ୍ତର ଙ୍କ ଠାରୁ ପଚାରି ବୁଝିଥିଲେ।କାଠରଗଡା ର ସରପଞ୍ଚ ଗୋସିଂହ ମୁଦୁଲି, ସମାଜସେବୀ କୃତିବାସ ନାୟକ,ଯୋଗାଣ ସହାୟକ ଜଗମୋହନ ଗୌଡ଼ ଓ ଚମ୍ପାପଦର ସ୍ୱାସ୍ଥ୍ୟ କର୍ମୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave A Reply