Odisha news

ଅଟୋ ନେଇ ଶଳା ଚମ୍ପଟ, ଭିଣୋଇଙ୍କ ଏତଲା

0

ସାମନ୍ତରାପୁର ଅଞ୍ଚଳରୁ ଏକ ଅଟୋ ଚୋରି ଅଭିଯୋଗ ବୁଧବାର ଶ୍ରୀଲିଙ୍ଗରାଜ ଥାନାରେ ହୋଇଛି । ଅଟୋ ମାଲିକଙ୍କ ଶଳା ଅଟୋକୁ ଧରି ଫେରାର ହୋଇଯାଇଛି ।ଏ ନେଇ ଗାଡିମାଲିକ ତାଙ୍କ ଶଳାନାମରେ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁକରି ଅନୁସନ୍ଧାନ ଚଳାଇଛି । ସୂଚନାଯୋଗ୍ୟ ଯେ, ଧଉଳି ଥାନା ଅଧୀନ କୁମାରଡିହରେ ବଟକୃଷ୍ଣ ପତି ଭଡାରେ ରୁହନ୍ତି ।

ତାଙ୍କର ଗୋଟିଏ ପାସେଞ୍ଜର ଅଟୋ ଅଛି । କରୋନା ସମୟରେ ଅଟୋ ବେପାର ବନ୍ଦଥିବାରୁ ବଟକୃଷ୍ଣ ଉକ୍ତ ଗାଡିରେ ଖିର ଆଣି ସାମନ୍ତରାପୁର ଛକରେ ବିକ୍ରି କରନ୍ତି । ସେଇ ଗାଡିକୁ ତାଙ୍କର ଶଳା ଜଗମୋହନ ପତି ଓରଫ ଜଗା ଚଳାନ୍ତି । ଗତ ୨୯ ତାରିଖ ଦିନ ତାଙ୍କ ଗାଡିକୁ ଜଗମୋହନ ନେଇ ଫେରାର ହୋଇଯାଇଛି । ଏନେଇ ବଟକୃଷ୍ଣ ଶ୍ୱଶୁର ଘର ବାଲିଅନ୍ତା ଥାନା ଅଧୀନ କାକରୁଦ୍ରପୁର ଅ ଳରେ ଯାଇ ଖୋଜା ଖୋଜି କରିଥିଲେ ମଧ୍ୟ ନପାଇ ଶ୍ରୀଲିଙ୍ଗରାଜ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି ।

Leave A Reply