ସାଲେପୁର : ଲଘୁଚାପ ଜନିତ ଲଗାଣ ବର୍ଷା ସତ୍ତ୍ୱେ ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟି ୨ବଖରା ଘର ସମେତ ମୋଟର ସାଇକେଲ୍ ଓ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ ଶିଶୁଆ ପଞ୍ଚାୟତ ଅଧିନ କଲ୍ୟାଣପୁର ଗ୍ରାମରେ ଗତ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟି ଶଙ୍କର୍ଷଣ ଦାସ ଓ ଲକ୍ଷ୍ମୀଧର ଦାସଙ୍କ ଦୁଇବଖରା ବାସଗୃହ ପୋଡ଼ି ନଷ୍ଟ ହୋଇଯାଇଥିବାବେଳେ ଶଙ୍କର୍ଷଣଙ୍କ ଏକ ବାଇକ୍ ମଧ୍ୟ ପୋଡ଼ିଯାଇଛି ।
ଏଥି ସହ ଗୃହ ମଧ୍ୟରେ ଥିବା ଧାନ, ଚାଉଳ ସମେତ ଅନ୍ୟାନ୍ୟ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ଖବର ପାଇ ଦମକଳ ବାହିନୀ ପହଞ୍ଚôଥିଲେ ମଧ୍ୟ ଗାଡ଼ି ପହଞ୍ଚôବା ପୂର୍ବରୁ ଦୁଇବଖରା ଘର ପୋଡ଼ିଯାଇଥିଲା । ଉଭୟଙ୍କର ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଅଗ୍ନିକାଣ୍ଡରେ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡୁନଥିଲାବେଳେ ବିଦୁ୍ୟତ୍୍ ସଟ୍ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।