Odisha news

ବିବାହର ୧ମାସ ପରେ ନବବଧୂକୁ ଶାଶୁଘର ଲୋକେ ପୋଡ଼ି ମାରିଦେବା ନେଇ ଥାନାରେ ଏତଲା

0

ସାଲେପୁର : ବିବାହର ୧ମାସ ପରେ ଜଣେ ନବବଧୂକୁ ତା’ର ଶାଶୁଘର ଲୋକେ ଅଧିକ ଯୌତୁକ ଟଙ୍କା ଓ ବାଇକ୍ ଦାବି କରି କିରୋସିନ୍ ଢ଼ାଳି ପୋଡ଼ି ମାରିଦେଇଥିବା ନବବଧୂର ପିତା କିଶୋରନଗର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ କିଶୋରନଗର ଥାନା ଅଧିନ ପୁରୁଣାହାଟ ପଞ୍ଚାୟତ କାଳିକାପୁର ଗ୍ରାମର ସୁବାସ ଚନ୍ଦ୍ର ମଲ୍ଲିକଙ୍କ ଝିଅ ସୁସ୍ମିତା ମଲ୍ଲିକ ଗତ ମାସ ୧୭ତାରିଖରେ ବୈଦିକ ରୀତିରେ ଉତ୍ତରକୂଳ ଅଞ୍ଚଳ ଚମ୍ପାପୁର ଗ୍ରାମର ଦୋଳଗୋବିନ୍ଦ ମଲ୍ଲିକଙ୍କ ପୁଅ ରାଜେଶ ଓରଫ୍ ରାଜକିଶୋର ମଲ୍ଲିକଙ୍କୁ ବିବାହ କରିଥିଲେ ।

ବିବାହ ସମୟରେ କନ୍ୟାଘର ପକ୍ଷରୁ ନଗଦ ୫୦ହଜାର ଟଙ୍କା, ଫ୍ରିଜ୍, ୧୨ଟି ସୁନା ମୁଦି ଓ ବହୁ ଆସବାବପତ୍ର ଦିଆଯାଇଥିଲାବେଳେ ବରଘର ଲୋକେ ଏଥିରେ ସନ୍ତୁଷ୍ଟ ନଥିଲେ । ଅଧିକ ୨୦ହଜାର ଟଙ୍କା ଓ ବାଇକ୍ ଦାବି କରି ମୋ ଝିଅକୁ ଗତ ୧୬ ।୦୮ ।୨୦୨୦ରିଖ ରାତିରେ କିରୋସିନ୍ ଢ଼ାଳି ନିଆଁ ଲଗାଇ ପୋଡ଼ି ନାମକୁ ମାତ୍ର ଚିକିତ୍ସା ଆଳରେ ପ୍ରଥମେ ଜଗତ୍ସିଂହପୁର ମେଡ଼ିକାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିଲେ । ଏ ସଂପର୍କରେ ବରର ଭଉଣୀ ଫୋନ୍ ଯୋଗେ ଉକ୍ତ ଦିନ ରାତିରେ ମୋତେ ଜଣାଇଥିଲେ ହେଁ ରାତ୍ର ହୋଇଥିବାରୁ ପରଦିନ ସକାଳେ ମୁଁ ଜଗତ୍ସିଂହପୁର ମେଡ଼ିକାଲକୁ ଯିବାପାଇଁ ବାହାରିଥିବା ସମୟରେ ବରର ଦାଦା ମୋତେ ଟେଲିଫୋନ୍ ଯୋଗେ କହିଲେ ଯେ ତୁମେ ଜଗତ୍ସିଂହପୁର ନଆସି କଟକ ମେଡ଼ିକାଲ ଯାଅ ସେଠାରେ ତୁମର ଝିଅ ଚିକିତ୍ସା ହେଉଛି ।

ମୁଁ ସକାଳୁ ସକାଳୁ କଟକ ବଡ଼ ମେଡ଼ିକାଲରେ ପହଞ୍ଚô ଦେଖିଲି ଯେ ମୋ ଝିଅ ସଂଜ୍ଞାହୀନ ଅବସ୍ଥାରେ ଥିବାବେଳେ ତା’ ଶରୀରର ୯୦ଭାଗ ଅଂଶ ପୋଡ଼ି ଯାଇଛି । ମେଡ଼ିକାଲରେ ରହିବାର ୩ଦିନ ପରେ ମୋ ଝିଅର ମେଡ଼ିକାଲରେ ମୃତୁ୍ୟ ଘଟିଛି । ଘଟଣା ଘଟିବା ରାତିରେ ମୋ ଝିଅର ସ୍ୱାମୀ, ଶ୍ୱଶୁର, ନଣନ୍ଦ, ନଣନେ୍ଦଇ ସମସ୍ତେ ଉପସ୍ଥିତ ଥିବାରୁ ଏ ସମସ୍ତେ ମିଶି ମୋ ଝିଅକୁ ଅଧିକ ଯୌତୁକ ଦାବି କରି କିରୋସିନ୍ ଢ଼ାଳି ପୋଡ଼ି ମାରିଦେଇଥିବା ସେ କିଶୋରନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କିଶୋରନଗର ପୁଲିସ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି

Leave A Reply