ସାଲେପୁର : ସାଲେପୁର ଅଞ୍ଚଳରେ ଆଜି ଯୁବକଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିବାପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦେଖାଦେଇଛି । ପ୍ରକାଶ ଯେ ବାଲିସାହି ପଞ୍ଚାୟତର ଜଣେ ୪୮ବର୍ଷୀୟ ଯୁବକଙ୍କ ଠାରେ ଥଣ୍ଡା, କାଶ, ଜ୍ୱର ଆଦି ଲକ୍ଷଣ ଦେଖାଦେବାରୁ ସଂପୃକ୍ତ ଯୁବକ ଜଣକ କରୋନା ଟେଷ୍ଟ କରାଇଥିଲେ । ଆଜି ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ସଂପୃକ୍ତ ଯୁବକ ସାଲେପୁର ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ସାଲେପୁର ବଜାରରେ ଅଧିକାଂଶ ସମୟରେ ବିଭିନ୍ନ ଲୋକମାନଙ୍କ ସହ ମିଳାମିଶା କରିଥିବାରୁ ସଂପୃକ୍ତ ଯୁବକଙ୍କୁ ନେଇ ଏହି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣର ଆଶଂଙ୍କା ସୃଷ୍ଟି ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏହି ଯୁବକଙ୍କ ରିପୋର୍ଟକୁ ନେଇ ଏବେ ସାଲେପୁର ଅଞ୍ଚଳ ବାଲିସାହି ପଞ୍ଚାୟତରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଉପୁଜିଥିବା ଚର୍ଚ୍ଚା ହେଉଛି ।