Odisha news

ଲଗାଣ ବର୍ଷାରେ ସ୍କୁଲ ପାଚେରୀ ଭାଙ୍ଗିଲା

0

ସାଲେପୁର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବିଦ୍ୟାଳୟ ପାଚେରୀ ଭାଙ୍ଗିପଡିଥିବା ଦେଖିବାକୁ ମିଳିଛି । ସାଲେପୁର ବ୍ଲକ୍ ଅନ୍ତର୍ଗତ ନରଦା ଲେଖନପୁର ଗ୍ରାମରେ ଥିବା ଗାନ୍ଧି ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମୁଖ ଭାଗ ପାଚେରୀ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଭାଙ୍ଗିପଡିଛି । ଏହି ବିଦ୍ୟାଳୟ ୧୯୮୧ମସିହାରେ ସ୍ଥାପିତ ହୋଇଥିବାବେଳେ ଏଥିରେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଅଛି ।

ଏହି ବିଦ୍ୟାଳୟରେ ମୋଟ୍ ୧୪୮ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବାବେଳେ ୮ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ୧୦ଜଣ କର୍ମଚାରୀ ଏହି ବିଦ୍ୟାଳୟରେ କାର୍ଯ୍ୟ କରନ୍ତି । ବିଦ୍ୟାଳୟ ସାମ୍ନାରେ ୧୧କେଭି ବିଦୁ୍ୟତ୍ ତାର ଓ ନିକଟରେ ପଞ୍ଚାୟତ ପୋଖରୀ ଥିବାରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏହି ସବୁ ବିପଦ ସୃଷ୍ଟି କରିପାରେ । ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଭାଙ୍ଗିଯାଇଥିବା ବିଦ୍ୟାଳୟର ପାଚେରୀକୁ ତୁରନ୍ତ  ନିର୍ମାଣ କରିବାପାଇଁ ଛାତ୍ରାଭିଭାବକଙ୍କ ପକ୍ଷରୁ ଦାବି ହୋଇଛି

Leave A Reply