ସାଲେପୁର, : ଆଜି ସାଲେପୁର ଓ ବହୁଗ୍ରାମ କଲେଜର +୨ ବାଣିଜ୍ୟ ଫଳ ପ୍ରକାଶ ପାଇଛି । ଜ୍ୟୋତିର୍ମୟୀ ନାଥ ସାଲେପୁର କଲେଜ ଟପ୍ପର ହୋଇଥିବାବେଳେ ସିପୁନ୍ ପରିଡ଼ା ବହୁଗ୍ରାମ କଲେଜ ଟପ୍ପର ହୋଇଥିବା ଜଣାଯାଇଛି । ସାଲେପୁର କଲେଜରେ ମୋଟ୍ ୧୮୧ଜଣ ଛାତ୍ରଛାତ୍ରୀ +୨ ବାଣିଜ୍ୟ ପରୀକ୍ଷା ଦେଇଥିବାବେଳେ ପ୍ରଥମ ଶ୍ରେଣୀରେ ୧୦୫ଜଣ, ଦ୍ୱିତୀୟ ଶ୍ରେଣୀରେ ୩୨ଜଣ ଓ ତୃତୀୟ ଶ୍ରେଣୀରେ ୩୭ଜଣ କୃତକାର୍ଯ୍ୟ ହୋଇଥିବାବେଳେ ଚଳିତ ବର୍ଷ ବାଣିଜ୍ୟରେ ସାଲେପୁର କଲେଜର ପାସ୍ ହାର ୯୬ପ୍ରତିଶତ ରହିଥିବା ଜଣାଯାଇଛି ।
ସେହିପରି ଜ୍ୟୋତିର୍ମୟୀ ନାଥ ୫୩୦ନମ୍ବର (୮୮.୩୩%) ରଖି କଲେଜ ଟପ୍ପଯ ହୋଇଥିବା ଜଣାଯାଇଛି । ସେହିପରି ବହୁଗ୍ରାମ କଲେଜର ଛାତ୍ର ସିପୁନ୍ ପରିଡ଼ା ୪୮୧ନମ୍ବର (୮୦.୧୬%)ରଖି କଲେଜ ଟପ୍ପର ହୋଇଥିବାବେଳେ ଏହି କଲେଜରେ ମୋଟ୍ ୫୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ପ୍ରଥମ ଶ୍ରେଣୀରେ ୧୮ଜଣ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରେ ୧୪ଜଣ ଲେଖାଁ ପାସ୍ କରିଥିବାବେଳେ କଲେଜର ପାସ୍ ହାର ୯୨ପ୍ରତିଶତ ରହିଥିବା ଜଣାଯାଇଛି ।