ରାଇସୁଙ୍ଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ୨୦ଜଣ କର୍ମଚାରୀଙ୍କ ସ୍ୱାବ୍ ପରୀକ୍ଷା ପାଇଁ ପଠାଯିବା ସହ ଡାକ୍ତରଖାନା ଓ ବଜାରକୁ ବିଶୋଧନ କରାଗଲା
ସାଲେପୁର, ୧୭ ।୮- ଗତକାଲି ନାନେ୍ଦାଳ ପଞ୍ଚାୟତର ତଥା ରାଇସୁଙ୍ଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଆଜି ଏହି ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରାୟ ୨୦ରୁ ଉଦ୍ଧ୍ୱର୍ କର୍ମଚାରୀଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିବାବେଳେ ରାଇସୁଙ୍ଗୁଡ଼ା ବଜାର ଓ ମେଡ଼ିକାଲକୁ ବିଶୋଧନ କରାଯାଇଥିବା ଜଣାଯାଇଛି ।
ପ୍ରକାଶ ଯେ ନାନେ୍ଦାଳ ଗ୍ରାମର ଉକ୍ତ ସ୍ୱାସ୍ଥ୍ୟକର୍ମୀ ରାଇସୁଙ୍ଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବାବେଳେ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ସଂପର୍କୀୟ ବୈଠକରେ ଯୋଗଦେବା ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ୟ କର୍ମଚାରୀଙ୍କ ସହ ମିଳାମିଶା କରିଥିବାରୁ ଏହି ରାଇସୁଙ୍ଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରାୟ ୨୦ଜଣ କର୍ମଚାରୀଙ୍କ ସ୍ୱାବ୍ ଗୋପୀନାଥପୁରଠାରେ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।
ଅପର ପକ୍ଷରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ୨୬ଜଣ ଆଶାଙ୍କ ମଧ୍ୟରୁ ପ୍ରାୟ ୨୦ରୁ ଉଦ୍ଧ୍ୱର୍ ଆଶାଙ୍କର ସ୍ୱାବ୍ ସଂଗ୍ରହ କରାଯାଇଥିଲା । ସେହିପରି ପ୍ରଶାସନ ପକ୍ଷରୁ ଅଗ୍ନିଶମ ବିଭାଗର କର୍ମଚାରୀ ଆଜି ସେଠାରେ ପହଞ୍ଚô ରାଇସୁଙ୍ଗୁଡ଼ା ବଜାର ଓ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିଶୋଧନ କରିଥିôବା ଜଣାଯାଇଛି ।