Odisha news

ଯୁବତୀକୁ ଟଣାଓଟରା କରି ଯୁବକ ଗିରଫ

0

ସାଲେପୁର : ପୂର୍ବରାଗ ରଖି ଜଣେ ଯୁବତୀକୁ ଟଣା ଓଟରା କରିବା ଓ ତାଙ୍କୁ ଦୁର୍ବବ୍ୟବହାର କରିବା ଅଭିଯୋଗରେ ସାଲେପୁର ପୁଲିସ ଜଣେ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶଯେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳର ଜଣେ ଯୁବତୀ ସପରିବାର ଦୀର୍ଘବର୍ଷ ହେବ ସାଲେପୁର ଅଞ୍ଚଳରେ ଭଡ଼ା ସୂତ୍ରରେ ରହିଆସୁଛନ୍ତି ।

ଗତକାଲି ଅପରାହ୍ଣ ପ୍ରାୟ ୩.୩୦ମି. ସମୟରେ ସଂପୃକ୍ତ ଯୁବତୀ ଜଣକ ଏକ କମ୍ପୁ୍ୟଟର ସେଣ୍ଟରରୁ ଫେରୁଥିବା ସମୟରେ ଲୁଣାହାର ଗ୍ରାମର ସତ୍ୟକାନ୍ତ ବେହେରା(୨୨) ଏହି ଯୁବତୀଙ୍କୁ ଅଟକାଇ ପୂର୍ବ ଘଟଣାକୁ କେନ୍ଦ୍ର କରି ତାଙ୍କୁ ଗାଳିଗୁଲଜ କରିବା ସହ ଟଣା ଓଟରା କରିଥିଲେ । ଏହାନେଇ ଯୁବତୀ ଜଣକ ସାଲେପୁର ଥାନାରେ ଲିଖିତ ଅଭିଯୋଗ କଲାପରେ ସାଲେପୁର ପୁଲିସ ଅଭିଯୋଗକୁ ଗ୍ରହଣ କରି ସାଲେପୁର ଥାନା କେଶ୍ ନଂ୨୫୮/୨୦୨୦ରେ ଏକ ମାମଲା ରୁଜୁ କରି ସଂପୃକ୍ତ ଯୁବକକୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

Leave A Reply